• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ । ଅତି ନିର୍ମମ, ନିଷ୍ଠୁର । ହଜିଗଲା ମାନବିକତା । ନା ଆଇନ ଉପରେ ଅଛି ଭରସା ନା ଦଣ୍ଡାଦେଶକୁ ଅଛି ଭୟ l ଗାଁ ଦାଣ୍ଡରେ ସର୍ବ ସମ୍ମୁଖରେ ମିଳିଛି ମୃତ୍ୟୁଦଣ୍ଡ । ଚୋରି ଅଭିଯୋଗରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅତି ନୃଶଂସ ଭାବେ ଗାଁ ଦାଣ୍ଡରେ ପିଟି ପିଟି କରାଯାଇଛି ହତ୍ୟା ।

ତାହା ପୁଣି ଛୋଟ ଛୋଟ ପିଲା ଓ ଶତାଧିକ ଲୋକଙ୍କ ଉପସ୍ଥିତିରେ । ଅତି ନିର୍ମମ, ନିଷ୍ଠୁର ଭାବେ କିଏ ଗୋଇଠା ମାରିଛି, ତ ଆଉ କିଏ ଠେଙ୍ଗା ଓ ପଥରରେ ଆକ୍ରମଣ କରିଛି । ଏଭଳି ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ । ଏଭଳି ଛାତି ଥରାଇ ଦେବା ଭଳି ଦୃଶ୍ୟ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ପ୍ରଥମେ ଏଭଳି ଏକ ଭିଡିଓ ଭାଇରାଲ ହୋଇଥିଲା । ପରେ ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଚିଙ୍ଗୁଡିଘାଇ ଅଞ୍ଚଳରେ ବୋଲି ଜଣାପଡିଥିଲା ।

ସୂଚନା ଅନୁସାରେ, ଚୋରି ସନ୍ଦେହରେ ପୁରୀ ଜିଲ୍ଲା ଗଡିଶାଗଦା ଥାନା ବାଦୁରାଗଡ ଗାଁର ବାହୁଡା ସାହୁଙ୍କୁ ଚିଙ୍ଗୁଡ଼ିଘାଇ ଗାଁର କିଛି ବ୍ୟକ୍ତି ଗତ ଗୁରବାର ସକାଳୁ ଅଟକ ରଖିଥିଲେ । ଗାଁର ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ମମ ଆକ୍ରମଣ କରିଥିଲେ । ପରେ ନିକଟସ୍ଥ ବିଦ୍ୟାଳୟ ପାଖରେ ଫୋପାଡି ଦେଇ ଚାଲିଯାଇଥିଲେ । କିଛି ସମୟ ପରେ ବ୍ୟକ୍ତି ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପୋଲିସ ମୃତଦେହ ଜବତ କରିବା ସହ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା ।

ମୃତକଙ୍କ ଭାଇ ଦେଇଥିବା ଏତଲାକୁ ଆଧାର କରି ପୋଲିସ ହତ୍ୟା ମାମଲା ରୁଜୁ କରି ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଚିଙ୍ଗୁଢିଘାଇ ଏବଂ ଏହାର ଆଖପାଖ ଅଞ୍ଚଳର ବୋଲି ସୂଚନା । କିଭଳି ଖବର ପାଇଲାନି ପୋଲସ । ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ।