• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁହାଯାଏ ଜଣେ ବନ୍ଧୁ ଅନ୍ୟଜଣେ ବନ୍ଧୁର ବିପଦ ସମୟରେ ସବୁବେଳେ ଛିଡ଼ାହୁଏ । ତା’ର ସୁଖ ଦୁଃଖ ସମୟରେ ସବୁବେଳେ ସାଥୀରେ ରହିଥାଏ । ହେଲେ ସେହି ବନ୍ଧୁ କେବେକେବେ ବନ୍ଧୁର ହତ୍ୟାକାରୀ ପାଲଟିଯାଏ, ତା’ର ଖବର ଅନେକ ଥର ସାମ୍‌ନାକୁ ଆସିଛି । ହେଲେ ଜଣେ ବନ୍ଧୁ ତା’ର ଅନ୍ୟ ଜଣେ ବନ୍ଧୁକୁ ଆଲିଙ୍ଗନ କରିବା ପରେ ତାକୁ ଗୁଳି କରି ହତ୍ୟା କରିଥିବା କଥା କେବେ ଆପଣ ଜାଣିନଥିବେ । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ ଦୁଇଜଣ ବନ୍ଧୁ ଏକା ସଙ୍ଗେ ସୋସିଓଲୋଜି ପଢ଼ୁଥିଲେ । ଉଭୟ ଗୋଟିଏ କଲେଜରେ ପଢ଼ୁଥିବାବେଳେ କୌଣସି କାରଣକୁ ନେଇ ସେମାନଙ୍କମଧ୍ୟରେ ବଚସା ହୋଇଥିଲା ପରେ ପରେ ସେହି କାରଣରୁ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଣେ ବନ୍ଧୁ ପୁରୁଷ ରହିଥିବା ବଳେ ଅନ୍ୟ ଜଣେ ମହିଳା ରହିଥିବା କୁହାଯାଇଛି ।

ଏପରି ଏକ ଦୁଃଖଦ ଘଟଣା ଉତ୍ତର ପ୍ରଦେଶର ନୋଏଡା ସ୍ଥିତ ଏକ ବିଶ୍ୱବିଦ୍ୟାଳୟ ପରିସରରେ ଘଟିଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଦୁଇ ବନ୍ଧୁଙ୍କ ମଧ୍ୟରେ ବିବାଦ ହେବାପରେ ଜଣେ ଅନ୍ୟ ଜଣକୁ ଗୁଳିକରି ହତ୍ୟା କରିଛି ।

ଖାଲି ସେତିକି ନୁହେଁ ଯୁବକ ବନ୍ଧୁ ଜଣକ ତାଙ୍କ ବାନ୍ଧିବୀଙ୍କୁ ଗୁଳି କରିବା ପରେ ସେ ନିଜକୁ ଗୁଳି କରିଥିବା ମଧ୍ୟ କୁହାଯାଉଛି । ମୃତ ଛାତ୍ର ହେଲେ ସମାଜବିଜ୍ଞାନର ତୃତୀୟ ବର୍ଷର ଛାତ୍ର । ନୋଏଡ଼ା ସ୍ଥିତ ଶିବ ନାଦର ବିଶ୍ୱବିଦ୍ୟାଳୟ ପରିସରରେ ଏହି ଘଟଣା ଘଟିଛି । ତୃତୀୟ ବର୍ଷର ସମାଜବିଜ୍ଞାନ ଛାତ୍ର ଅନୁଜ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଡାଇନିଂ ହଲ ବାହାରେ ତାଙ୍କ ସାଙ୍ଗଙ୍କ ସହ ଯୁକ୍ତିତର୍କ କରିଥିଲେ । ପରେ ପରେ ଛାତ୍ର ଜଣକ ତାଙ୍କ ବନ୍ଧୁଙ୍କୁ ଆଲିଙ୍ଗନ କରିବାସହ ବନ୍ଧୁକ ବାହାର କରି ଗୁଳି ଚଳାଇ ହତ୍ୟା କରିଥିଲେ ।

ଘଟଣାସ୍ଥଳରୁ ଯୁବତୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି । ବାନ୍ଧବୀଙ୍କ ମୃତ୍ୟୁ ପରେ ଅନୁଜ ତାଙ୍କ ହଷ୍ଟେଲର ଏକ ଘର ଭିତରକୁ ଯାଇ ନିଜକୁ ଗୁଳି କରି ହତ୍ୟା କରିଥିଲେ । ଏନେଇ ପୋଲିସ ତାର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି, ଉଭୟ ବହୁତ ଭଲ ବନ୍ଧୁଥିଲେ । ହେଲେ କିଛି ଘଟଣାକୁ ନେଇ ବଚସା ହେବା ପରେ ଏପରି କାଣ୍ଡ ଘଟିଛି । ପୋଲିସ ଏହାର ତଦନ୍ତ ଜାରି ରଖିଛି ।