Advertisment

ଅଣଓଡ଼ିଆ ବେପାରୀଙ୍କ କବଜାରେ ରାଜଧାନୀର ସରକାରୀ କ୍ୱାର୍ଟର

ବାହାର ଗେଟରେ ତାଲା ପଡ଼ିଥିବା ବେଳେ ଭିତର ଏମାନଙ୍କ କାରବାର ଚାଲିଛି ପୂରା ଖୁଲମଖୁଲ୍ଲା।  ନା କେହି ପଚାରିବାକୁ ଅଛି ନା ଏମାନଙ୍କର ଖାତିର ଅଛି। ପାଚେରି ଭାଙ୍ଗି ଯିବାଆସିବା କରୁଛନ୍ତି, ଘର ଭିତରେ ଆଡ୍ଡା ଜମାଇ ରହୁଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Government quarters in Bhubaneswar

Government quarters in Bhubaneswar

ରାଜଧାନୀର ଏକାଧିକ ସରକାରୀ କ୍ବାର୍ଟର ଏବେ ଅଣଓଡ଼ିଆ ବେପାରୀଙ୍କ କବଜାରେ। ଗୋଟିଏ କି ଦୁଇଟି ନୁହେଁ ମାଳମାଳ କ୍ବାର୍ଟର ଏବେ ଜବରଦଖଲରେ। ସରକାରୀ କର୍ମଚାରୀ କୌଣସି କାରଣରୁ ଘର ଛାଡିବା ପରେ ତାକୁ ମାଡି ବସୁଛନ୍ତି ରାସ୍ତାକଡ଼ ବ୍ୟବସାୟୀ। କିଏ ବେତ ବ୍ୟବସାୟ କରୁଛି ତ ଆଉ କିଏ ଖୋଲୁଛି ଗ୍ୟାରେଜ୍, ଏମିତି ଏକାଧିକ ଘଟଣା ସାମ୍ନାକୁ ଆସିଥିଲେ ବି ପୋଲିସ୍ କହୁଛି ଅଭିଯୋଗ ଆସିଲେ ନେବୁ କାର୍ଯ୍ୟାନୁଷ୍ଠାନ।

Advertisment

ଘର ଭିତରେ ଭର୍ତ୍ତି ହୋଇଛି ପ୍ରଚୁର ପରିମାଣର ବେତ। ଆଉ ଘର ବାହାରେ ପଡ଼ିଛି ବେତ ତିଆରି ଆସବାବପତ୍ର। କେହିଜଣେ ବେତକାରିଗର ଏଠି ତାଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି। ହେଲେ ଭିତରେ କିନ୍ତୁ ଲୁଚିଛି ଅସଲ ଗୁମର। ଅପରିଷ୍କାର ଅପରିଚ୍ଛନ୍ନ ହୋଇ ପଡ଼ିଥିବା ଏ ଘର କେଉଁ ସାଧାରଣ ଲୋକର ନୁହେଁ, ବରଂ ରାଜମହଲ ଛକ ଉପରେ ଥିବା ଏକ ସରକାରୀ କ୍ୱାର୍ଟର। ନମ୍ବର VA 13/1। ହେଲେ ଆଶ୍ଚର୍ଯ୍ୟର କଥା ବର୍ଷ ବର୍ଷ ଧରି ଏ ସରକାରୀ କ୍ୱାଟର୍ ପଶ୍ଚିମବଙ୍ଗର ଜଣେ ବେତ ବ୍ୟବସାୟୀଙ୍କ କବଜାରେ ରହିଛି।

ବାହାର ଗେଟରେ ତାଲା ପଡ଼ିଥିବା ବେଳେ ଭିତର ଏମାନଙ୍କ କାରବରା ଚାଲିଛି ପୂରା ଖୁଲମଖୁଲ୍ଲା।  ନା କେହି ପଚାରିବାକୁ ଅଛି ନା ଏମାନଙ୍କର ଖାତିର ଅଛି। ପାଚେରି ଭାଙ୍ଗି ଯିବାଆସିବା କରୁଛନ୍ତି, ଘର ଭିତରେ ଆଡ୍ଡା ଜମାଇ ରହୁଛନ୍ତି। ପଚାରିଲେ କହୁଛନ୍ତି ଆମେ ଅଛୁ ବୋଲି ଏ ସରକାରୀ କ୍ୱାର୍ଟର ସୁରକ୍ଷିତ ଅଛି। ଖାଲି ଏ ଗୋଟିଏ କ୍ୱାଟର ନୁହେଁ, ଏହିଭଳି ଏକାଧିକ ସରକାରୀ କ୍ୱାର୍ଟର ଏବେ ଅଣଓଡ଼ିଆ ବ୍ୟବସାୟୀଙ୍କ କବଜାରେ। କେଉଁଠି ଫାଷ୍ଟଫୁଡ୍ ଦୋକାନୀ ରହୁଛନ୍ତି ତ ଆଉ କେଉଁଠି ଗ୍ୟାରେଜ୍ ବାଲା। ବାହାରେ ତାଲା ଝୁଲୁଛି, ଭିତରେ ବ୍ୟବସାୟ ଚାଲୁଛି।

Advertisment

ଗତକାଲି ୟୁନିଟ 8 ସ୍ଥିତ  ସରକାରୀ କ୍ବାର୍ଟର ନମ୍ବର 1R/2 ରୁ କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏଠି ଚିତ୍ତ ରଞ୍ଜନ ସାହୁ ନାମକ ଜଣେ ଗ୍ୟାରେଜ୍ ମାଲିକ ଭଡ଼ା ରହୁଥିଲେ। ଠିକ୍ ସେହିଭଳି ଗତ ୧୧ ତାରିଖରେ ୟୁନିଟ୍ ୨ ସ୍ଥିତ ଟାଇପ୍-ଟୁ କ୍ୱାର୍ଟର ନମ୍ବର ୧୩/୨ରେ ବେଆଇନ୍ ବାଣ ଗଚ୍ଛିତ ଥିବା ବେଳେ ଏଠାରେ ବିସ୍ଫୋରଣ ହୋଇଥିଲା। ତେବେ ଏଠି ପ୍ରଶ୍ନ ଖୋଦ୍ ରାଜ୍ୟ ରାଜଧାନୀରେ ଏହା ସମ୍ଭବ ହେଉଛି କିପରି ? 

ସରକାରଙ୍କ ଜାଣତରେ ଏମିତି ଚାଲୁଛି ନା ସରକାର ଏ ବାବଦରେ ଅଜ୍ଞ? କୁହାଯାଉଛି କିଛି ନିର୍ଦ୍ଦିଷ୍ଟ ସରକାରୀ ବାବୁଙ୍କ ଖାତାକୁ ଏ କାରବାରରେ ମୋଟା ଅଙ୍କର ଚାନ୍ଦା ଯାଉଛି। ତେବେ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

Traders
Advertisment
Advertisment