Advertisment

ରାତିରେ ବସ୍‌ରେ ଯାତ୍ରା କରୁଥିଲେ, ହଠାତ୍‌ ହେଲା ଫାୟାରିଂ...ଭୟଭୀତ ଯାତ୍ରୀ

ସରକାରୀ ବସ୍‌ ଉପରକୁ ଗୁଳିମାଡ଼। ରାତିରେ ବସ୍‌ରେ ଯାତ୍ରୀମାନେ ଯାତ୍ରା କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଫୁଟିଲା ଗୁଳି। ସବୁଠାରୁ ବଡ଼ କଥା, ଥାନାଠୁ ମାତ୍ର ଅଳ୍ପ ଦୂରରେ ଏହି ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bullet Fired at OSRTC Bus in Koraput

Unidentified miscreants fire shots at a government bus in Koraput district

ସରକାରୀ ବସ୍‌ ଉପରକୁ ଗୁଳିମାଡ଼। ରାତିରେ ବସ୍‌ରେ ଯାତ୍ରୀମାନେ ଯାତ୍ରା କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଫୁଟିଲା ଗୁଳି। ଯାତ୍ରୀମାନେ କିଛି ବୁଝିବା ପୂର୍ବରୁ ବସ୍‌ ଉପରକୁ ଫାୟରିଂ କରିଥିଲେ ଦୁର୍ବୃତ୍ତ। ସବୁଠାରୁ ବଡ଼ କଥା, ଥାନାଠୁ ମାତ୍ର ଅଳ୍ପ ଦୂରରେ ଏହି ଘଟଣା ଘଟିଛି। ଗତକାଲି ରାତିରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, OSRTC(Odisha State Regional Transport Corporation) ବସ୍ ବାଲିମେଳାରୁ ବ୍ରହ୍ମପୁର ଯିବାବେଳେ ଅଚାନକ୍ ବସ୍‌ ଉପରକୁ ଫାୟାରିଙ୍ଗ ହୋଇଥିଲା। ତେବେ କିଏ ଓ କାହିଁକି କଲା ଗୁଳିମାଡ଼ କଲା ତାହା ଜଣାପଡିନାହିଁ।

ସୌଭାଗ୍ୟବଶତଃ, ଗୁଳିମାଡ଼ରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି। ଫାୟାରିଙ୍ଗ ପରେ ବସ୍‌ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଘଟଣାକୁ ନେଇ FIR ରୁଜୁ ହେବାସହ ପୋଲିସ୍‌ ବସ୍‌କୁ ଅଟକ ରଖିଛି। କିଏ ଓ କାହିଁକି ଗୁଳିମାଡ଼ କଳା ତାହା ଜଣାପଡ଼ିନି। ପୋଲିସ୍‌ ଏହାର ତଦନ୍ତ ଚଳାଇଛି। 

Advertisment

Advertisment
Advertisment