/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684407000.jpg)
tragic incident
ସଂସାର ଗଢ଼ିବା ପୂର୍ବରୁ ଟାଣିନେଲେ ଯମଦୂତ । ଧୁମଧାମରେ ବିବାହ ଚାଲିଥିବା ବେଳେ ବାହା ମଣ୍ଡପରେ ବିଷ ପିଇଦେଲେ ବରକନ୍ୟା । ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିବାହ ଉତ୍ସବରେ ଉଭୟ ବର କନ୍ୟା କୌଣସି କାରଣରୁ ବିଷ ପିଇ ଦେଇଥିଲେ । ତେବେ ବିଷ ପିଇବା ପରେ ବରର ଜୀବନ ଚାଲି ଯାଇଥିବା ବେଳେ କନ୍ୟା ଗୁରୁତର ଅଛନ୍ତି ।
ଗତ ମଙ୍ଗଳବାର ଦିନ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ତେବେ ବିଷ ପିଇଦେବା ପରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲ୍କୁ ନିଆ ଯାଇଥିଲା । ହସ୍ପିଟାଲ୍ରେ ଚକିତ୍ସାଧୀନ ଅବସ୍ଥାରେ ବରର ମୃତ୍ୟୁ ଘଟିଥିବା ବେଳେ କନ୍ୟା ଏବେ ବି ନିଜ ଜୀବନ ସହ ସଂଘର୍ଷ କରୁଛି ।
ଅଧିକ ପଢ଼ନ୍ତୁ: ମଣ୍ଡପ ଉପରେ ବସିଥିଲା ବର, ଶାଳୀର ଗୋଟିଏ ଫୋନ କଲ୍ରେ ସବୁକିଛି ଓଲଟପାଲଟ
ଆର୍ଯ୍ୟ ସମାଜରେ ବିବାହ ହେଉଥିବା ବେଳେ ୨୧ ବର୍ଷିୟ ବର ଜଣକ ବିଷ ପିଇଦେଇଥିଲା । ବର ବିଷ ପିଇଦେଇଥିବା କଥା ଶୁଣିବା ପରେ ୨୦ ବର୍ଷୀୟା କନ୍ୟା ମଧ୍ୟ ବିଷ ପିଇଦେଇଥିଲା । ହସଖୁସିର ମାହୋଲରେ ହଠାତ୍ କଳାବାଦଲ ଘୋଟି ଯାଇଥିଲା । ତୁରନ୍ତ ଉଭୟଙ୍କୁ ଉପସ୍ଥିତ ଲୋକେ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ହେଲେ ବରକୁ ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଅନ୍ୟପଟେ କନ୍ୟା ଏବେ ହସ୍ପିଟାଲ୍ରେ ଲାଇଫ୍ ସପୋର୍ଟରେ ଅଛନ୍ତି।
ସୂଚନା ଅନୁସାରେ ଉଭୟ ପୁଅ ଓ ଝିଅ ଅନେକ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ । ବର ପକ୍ଷଙ୍କ ଅଭିଯୋଗ ମୁତାବକ କନ୍ୟା ଜଣକ ତାଙ୍କ ଉପରେ ବିବାହ ପାଇଁ ଚାପ ପକାଉଥିଲେ । ହେଲେ ଯୁବକ ଜଣକ ନିଜ କ୍ୟାରିୟର୍ ଗଢ଼ିବାକୁ ୨ ବର୍ଷ ସମୟ ମାଗିଥିଲେ । ଏଥିରେ ଅମଙ୍ଗ ହୋଇ କନ୍ୟା ସଙ୍ଗେ ସଙ୍ଗେ ପୋଲିସ୍ରେ ଅଭିଯୋଗ କରିଦେଲେ । ଫଳରେ ବାଧ୍ୟତାମୂଳକ ଭାବେ ଯୁବକ ଜଣକ ବିବାହ କରିବାକୁ ରାଜି ହୋଇଥିଲେ । ହେଲେ ବିବାହ ଦିନ ହିଁ ସେ ଏପରି ଚରମ ନିଷ୍ପତ୍ତି ନେଇଯିବା ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)