brown sugar
ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗର । ଏକ ସରକାରୀ କ୍ୱାର୍ଟର କ୍ୟାମ୍ପସରେ ଚାଲିଥିଲା ବ୍ରାଉନସୁଗର ଡିଲ । କମିଶନରେଟ ପୋଲିସ ସହାୟତାରେ ରେଡ କରିଛି STF । ୧ କେଜିରୁ ଅଧିକ ଓଜନର ବ୍ରାଉନସୁଗର ଜବତ କରିଛି STF ।
Advertisment
ବେପାରୀ ଚିତ୍ତରଞ୍ଜନ ସାହୁକୁ ଡିଲ ବେଳେ ଗିରଫ କରିଛି STF। ତାକୁ କୋର୍ଟ ଚାଲାଣ କରାଯାଇଛି । ଚିତ୍ତରଞ୍ଜନଙ୍କ ଘର ଢେଙ୍କାନାଳରେ । ହେଲେ ସେ ଭୁବନେଶ୍ୱରରେ ରହି କାରବାର ଚଳାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଛି ଏସଟିଏଫ ।
ନିଶା ବେପାରୀଙ୍କ ବିରୋଧରେ ଜାରି ରହିଛି ସ୍ପେଶାଲ ଡ୍ରାଇଭ । ୨୦୨୦ରୁ ଏପର୍ଯ୍ୟନ୍ତ ୬୯ କେଜି ବ୍ରାଉନସୁଗର ଜବତ କରିସାରିଲାଣି STF । ଏ ନେଇ ସରକାରୀ କ୍ୱାଟର ସମ୍ମୁଖରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଅତ୍ୟୁଲ୍ୟ ବାଉତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)