Advertisment

ନିଶା ଛଡାଉ ଛଡାଉ ଏମାନେ ଜୀବନ ନେଇଯିବେ

ଗୋଟିଏ ପଟେ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଖବର ବାରମ୍ବାର ଆସୁଛି । ଅନ୍ୟପଟେ ବେଆଇନ ଭାବେ ଖୋଲି ଥିବା ନିଶା ନିବାରଣ କେନ୍ଦ୍ରକୁ ରୋକ ଲଗାଇ ପାରୁନାହିଁ ପ୍ରଶାସନ। ବାରିପଦାରେ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଏବେ ନିଶା ନିବାରଣ କେନ୍ଦ୍ରକୁ ଯାଞ୍ଚ କରିବା ପାଇଁ ଦାବି ଜୋର ଧରିଲାଣି

author-image
Sarbeswar
ଅଦ୍ୟତନ ହୋଇଛି
Divyang man beaten at de-addiction centre

Divyang man beaten at de-addiction centre

ଯୁଆଡେ ଦେଖିବ ସିଆଡେ ନିଶା ନିବାରଣ କେନ୍ଦ୍ର ବୋର୍ଡ ଲଗାଯାଇଛି  । କୋଚିଂ ସେଣ୍ଟର ପରି ଖୋଲିଛି ନିଶା ନିବାରଣ କେନ୍ଦ୍ର । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦାରେ । ଛତୁ ଫୁଟିଲା ପରି ଗଢିଉଠିଛି ଆଇନ୍ ଅନୁଷ୍ଠାନ । ହେଲେ ସେଠାରେ ଯେମିତି ବ୍ୟବହାର କରାଯାଉଛି ଲୋକଙ୍କୁ ତାହା ଦେଖିଲେ ଆପଣଙ୍କ ହୋସ୍‌ ଉଡିଯିବ । କାରଣ ହାତରେ ପ୍ଲାଷ୍ଟିକ୍ ପାଇପ୍ ଧରି ଅତି ନୃଶଂସ ଭାବରେ ମାଡ ଦିଆଯାଉଛି ସେଠାରେ ରହୁଥିବା ଯୁବକଙ୍କୁ । ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ଖୋଦ୍‌ ନିଶାନିବାରଣ କେନ୍ଦ୍ରର ମାଲିକ । ପୁଣି ଗୀତ ଲଗାଇ ଦିବ୍ୟାଙ୍ଗ ଯୁବକଙ୍କୁ ପିଟୁଛନ୍ତି .. ସିନେମା ହିରୋଠୁ କିଛି କମ୍ ତୋବାବ୍ ଦେଖାଉନାହାନ୍ତି । ଖାଲି ମାରୁଛନ୍ତି ତାହା ନୁହେଁ ବରଂ ମୁଣ୍ଡ ଧରି ପାଦ ବି ଚଟାଉଛି । ଏମିତି ଦୃଶ୍ୟ ଦେଖିବା ପରେ ସେଇଠି ଚାଲିଛି ବ୍ରିଟିଶ୍‌ ରାଜ୍ ଚାଲିଥିବା ନିଶ୍ଚୟ ମନେ ହେବ ।

Advertisment

ଗୋଟିଏ ପଟେ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଖବର ବାରମ୍ବାର ଆସୁଛି । ଅନ୍ୟପଟେ ବେଆଇନ ଭାବେ ଖୋଲି ଥିବା ନିଶା ନିବାରଣ କେନ୍ଦ୍ରକୁ ରୋକ ଲଗାଇ ପାରୁନାହିଁ ପ୍ରଶାସନ। ବାରିପଦାରେ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଏବେ ନିଶା ନିବାରଣ କେନ୍ଦ୍ରକୁ ଯାଞ୍ଚ କରିବା ପାଇଁ ଦାବି ଜୋର ଧରିଲାଣି ।

ତେବେ ମାଡ ମରାଯାଉଥିବାର ଭିଡିଓ ହେଉଛି ଗତ ଅଗଷ୍ଟ ୧୦ ତାରିଖର । ବାରିପଦା ସହରରେ ବେଆଇନ ଭାବେ ଖୋଲିଥିବା ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ବୋଲି ଜଣାପଡିଛି । ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ନିଶାନିବାରଣ କେନ୍ଦ୍ରର ମାଲିକ ନିଶା ଶକ୍ତ ଅବସ୍ଥାରେ ନିସ୍ତୁକ ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ ହେଉଛି ।  ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି,  ମାଲିକ ଏକ ପ୍ଲାଷ୍ଟିକ ବାଡ଼ି ସାହାଯ୍ୟରେ ଅନ୍ତେବାସୀଙ୍କୁ ନିସ୍ତୁକ ମାଡ଼ ମାରୁଛି । ବର୍ଷକ ତଳେ ନିଶା ନିବାରଣ କେନ୍ଦ୍ରର ଅକଥନୀୟ ନିର୍ଯାତନା ଭିଡ଼ିଓ ସମଗ୍ର ରାଜ୍ୟବାସୀଙ୍କୁ ଚକିତ କରିଦେଇଥିଲା । ଠିକ ଏହାର ବର୍ଷକ ପରେ ବାରିପଦାର ଉପଦେଷ୍ଟା ନାମକ ଅନ୍ୟ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନା ଦେବା ପରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ଏବଂ ଏ ନେଇ ବାରିପଦା ଟାଉନ୍ ଥାନାରେ ଅଭିଯୋଗ ପରେ ନିଶା ନିବାରଣ କେନ୍ଦ୍ର ଗୁଡିକର ସ୍ୱଚ୍ଛତା ଉପରେ ପୁଣି ଥରେ ଉଠିଲାଣି ପ୍ରଶ୍ନ ।

Advertisment

ନିଶା ନିବାରଣ କେନ୍ଦ୍ର ନାଁ ରେ ଖୋଲିଥିବା ଏହି ସଂସ୍ଥା ଗୁଡ଼ିକର ଯାଞ୍ଚ ଦାୟିତ୍ୱ ରହିଛି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ପୋଲିସର । ବାରିପଦା ସହରରେ ମୋଟ ଛଅଟି ନିଶାନିବାରଣ କେନ୍ଦ୍ର ରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ୧୨ ଟି ସଂସ୍ଥା ରହିଛି । ଏହି ସବୁ ସଂସ୍ଥା ଏନ୍ଜିଓ ରେଜିଷ୍ଟ୍ରେସନ କରି ଏପରି ବ୍ୟବସାୟ କରୁଥିବା ବେଳେ ଗୋଟିଏ ମାତ୍ର ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥା ରହିଛି ଯେଉଁଠି କି ପର୍ଯ୍ୟାପ୍ତ ଅନ୍ତେବାସୀ ରହିବାର କ୍ଷମତା ନାହିଁ । ଫଳରେ ବାଧ୍ୟ ହୋଇ ଲୋକେ ଏହି ଅଣସ୍ୱୀକୃତ ସଂସ୍ଥାରେ ନିଶା ନିବାରଣ ପାଇଁ ସଂପର୍କୀୟଙ୍କୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ପରିବାର ଲୋକେ  । ତେବେ ସମୟ କହିବ କେବେ ଏମିତି ନିଶାନିବାରଣ କେନ୍ଦ୍ର ଉପରେ ଲାଗୁଛି ରୋକ୍‌ ।

De-Addiction Centre
Advertisment
Advertisment