Advertisment

India Vs England: ଇଂଲଣ୍ଡକୁ ଘାଇଲା କଲେ ଅଭିଷେକ; ୭ ୱିକେଟ୍‌ରେ ଜିତିଲା ଭାରତ...

ପ୍ରଥମ ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇଲା ଟିମ୍‌ ଇଣ୍ତିଆ । ଇଂଲଣ୍ଡକୁ ୭ ୱିକେଟ୍‌ରେ ହାରାଇଲା ଟିମ୍‌ ଇଣ୍ତିଆ । ୧୩୩ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଟିମ୍‌ ଇଣ୍ତିଆ ୭ ୱିକେଟ୍‌ରେ ବିଜୟ ହାସଲ କରିଛି ।

author-image
Sujit kumar Swain
undefined

India vs England, 1st T20I

ଇଂଲଣ୍ଡକୁ ଘାଇଲା କଲା ଟିମ୍‌ ଇଣ୍ତିଆ । ପ୍ରଥମ ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇଲା ଟିମ୍‌ ଇଣ୍ତିଆ । ଇଂଲଣ୍ଡକୁ ୭ ୱିକେଟ୍‌ରେ ହାରାଇଲା ଟିମ୍‌ ଇଣ୍ତିଆ । ୧୩୩ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଟିମ୍‌ ଇଣ୍ତିଆ ୭ ୱିକେଟ୍‌ରେ ବିଜୟ ହାସଲ କରିଛି । ଭ୍ରମଣକାରୀ ଇଂଲଣ୍ଡକୁ କୋଲକାତାର ଇଡେନ ଗାର୍ଡେନରେ ଘାଇଲା କରି ୫ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ଟିମ୍‌ ଇଣ୍ତିଆ । ସିରିଜ୍‌କୁ ହାତେଇବାକୁ ଆଗକୁ ପାଦେ ବଢିଲା ସୂର୍ଯ୍ୟ ବାହିନୀ। ଅଭିଷେକ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଘାଇଲା ହୋଇଥିଲା ଇଂଲଣ୍ଡ । ଅଭିଷେକ ଶର୍ମା ୩୪ ବଲ୍‌ରେ ୭୯ ରନ୍‌ କରିଥିବା ବେଳେ ୨୦ ବଲ୍‌ରେ ୨୬ ରନ୍‌ କରିଥିଲେ ସଞ୍ଜୁ ସାମସନ । ଇଂଲଣ୍ଡର ଜୋଫ୍ରା ଆର୍ଚର ସର୍ବାଧିକ ୨ଟି ୱିକେଟ୍‌ ନେଇଛନ୍ତି। 

Advertisment

ତେବେ ପ୍ରଥମେ ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ଟିମ୍‌ ଇଣ୍ତିଆର ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲା। ଇଂଲଣ୍ତ ଅଧିନାୟକ ଜସ୍ ବଟଲର୍ ସର୍ବାଧିକ ୪୪ ବଲ୍‌ରୁ ୬୮ ରନ୍‌ କରିଥିବା ବେଳେ ୮ ଜଣେ ବ୍ୟାଟ୍‌ର ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଟିମ୍‌ ଇଣ୍ତିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଅର୍ଶଦୀପ ସିଂ ୨ଟି,  ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ ଅକ୍ସର ପଟେଲ (ଉପଅଧିନାୟକ) ୨ଟି ୱିକେଟ୍‌ ନେଇଥିଲେ। 

ଅଧିକ ପଢନ୍ତୁ: ଦୁଇ ଦିନ ପୂର୍ବରୁ ଖେଳରତ୍ନ ପୁରସ୍କାର ପାଇଥିଲେ ମନୁ ଭାକର, ହଠାତ୍ ମାଡି ଆସିଲା ଦୁଃଖର ପାହାଡ଼

Advertisment

ଭାରତ ପ୍ଲେଇଂ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତୀଶ କୁମାର ରେଡ୍ଡୀ, ଅକ୍ସର ପଟେଲ (ଉପଅଧିନାୟକ) , ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ  ।

ଇଂଲଣ୍ଡ ପ୍ଲେଇଂ ଏକାଦଶ: ବେନ୍ ଡକେଟ୍, ଫିଲିପ୍ ସଲ୍ଟ (ୱିକେଟକିପର), ଜସ୍ ବଟଲର୍ (ଅଧିନାୟକ), ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟନ୍, ଜାକବ୍ ବେଥେଲ୍, ଜେମି ଓଭରଟନ୍, ଗସ୍ ଆଟକିନସନ୍, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍, ମାର୍କ ଉଡ୍ ।

ଅଧିକ ପଢନ୍ତୁ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା...

Ind Vs Eng T20I Series India Vs England India Vs England T20 Match Team India Eden Gardens
Advertisment
Advertisment