Advertisment

Attack: ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ଭଡ଼ାଟିଆଙ୍କୁ ଛୁରାମାଡ଼ କଲେ ଘର ମାଲିକ

ଗତକାଲି କୌଣସି କଥାକୁ ନେଇ ଭଡ଼ାଟିଆ ଓ ଘର ମାଲିକ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Knife Attack

Knife Attack

ସାମାନ୍ୟ ବଚସା ନେଲା ଉଗ୍ରରୂପ। ଭଡ଼ାଟିଆଙ୍କୁ ଛୁରାମାଡ଼ କଲେ ଘର ମାଲିକ। କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ଦରଖାପାଟଣାରେ ଏହି ଘଟଣା ଘଟିଛି। ଆହତ ଭଡ଼ାଟିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ପୁଲିସ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ପୋଲିସର ସୂଚନା ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ଭଡ଼ାଟିଆ ଓ ଘର ମାଲିକ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ଘର ମାଲିକ ରାଗରେ ଲାଲ ହୋଇଯାଇଥିଲେ। ପରେ ଘରୁ ଏକ ଛୁରୀ ଆଣି ଭଡ଼ାଟିଆ ଦେହରେ ଭୁଶି ଦେଇଥିଲେ। ଏପରିକି ଗୋଡ଼ାଇ ଗୋଡ଼ାଇ ଘର ମାଲିକଙ୍କୁ ଛୁରୀରେ ଆଘାତ କରିଥିବା ଜଣାଯାଇଛି।

ପରିବାରଲୋକେ ଘଟଣା ସଂପର୍କରେ ମଧୁପାଟଣା ଥାନା ପୋଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଭଡ଼ାଟିଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିସହ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ଛୁରାମାଡ଼ରେ ଭଡ଼ାଟିଆଙ୍କ ଶରୀରରେ ଗଭୀର କ୍ଷତ ହୋଇଛି।

Advertisment

ଘର ମାଲିକ କେଉଁ କାରଣ ପାଇଁ ଭଡ଼ାଟିଆଙ୍କୁ ଛୁରା ମାଡ଼ କଲେ, ଏହା ପଛରେ କ’ଣ କାରଣ ରହିଛି ତାହା ଜଣା ପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ଅଧିକ ପଢନ୍ତୁ: କମ୍ପାନୀ ସାମ୍ନା ରାସ୍ତାରେ ମହିଳାଙ୍କୁ ହାଣିଦେଲେ ସହକର୍ମୀ.. ଭିଡ଼ିଓ ଭାଇରାଲ

Cuttack Attack Stabbed
Advertisment
Advertisment