/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737873336.jpg)
Niranjan Patnaik
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇ ଦେଲେ ଚୋର। ଆଲମିରା ଲକର୍ ଭାଙ୍ଗି ଟଙ୍କା, ସୁନା ନେଇ ଗଲେ। ନୟାପଲ୍ଲୀ VIP କଲୋନୀ ସ୍ଥିତ ବାସଭବନରୁ ଏହି ଚୋରି ହୋଇଛି। ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି।
ନିରଞ୍ଜନ ପଟ୍ଟନାୟକଙ୍କ ଘରର ଉପର ମହଲାରୁ ଚୋରି ହୋଇଥିବା ଜଣାଯାଇଛି। ଏହି ମହଲାରେ ତାଙ୍କ ପୁଅବୋହୂ ରହନ୍ତି । ଚୋରମାନେ ନଗଦ ଟଙ୍କା ସହ ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଚୋରି ବେଳର ଗତିବିଧିର ଦୃଶ୍ୟ କଏଦ ହୋଇଛି।
ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ, ପାଚେରି ଡେଇଁ ଘରେ ଚୋରଟି ପଶିଥିଲା। ପ୍ରଫେସନାଲ ଢଙ୍ଗରେ ଚୋରି କରି ଝରକା ଡେଇଁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।
ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦ୍ୱିତୀୟ ମହଲାରେ ମୋର ବଡ଼ ପୁଅ,ବୋହୂ ଓ ମୋର ୨ ପୁଅ ରୁହନ୍ତି। ସେହି ଘରେ ଚୋରି ହୋଇଛି। ଚୋରମାନେ ବିଳମ୍ବିତ ରାତି ପ୍ରାୟ୨ଟା ସମୟରେ ଘରେ ପଶିଥିଲେ। ଯେଉଁ ଚୋର ଚୋରି କରିଛି ସେ ପ୍ରଫେସନାଲ ଚୋର। ଚୋରଟି ହାତରେ ଗ୍ଲୋବ ପିନ୍ଧିଥିଲା ଓ ମୁହଁରେ କଳାପଟି ବାନ୍ଧିଥିଲା।
ନିରଞ୍ଜନ ଆହୁରି କହିଛନ୍ତି, ଚୋରି ସମୟରେ ମୋର ବଡ଼ ପୁଅ,ବୋହୂ ନଥିଲେ। ମୋ ୨ନାତି ବଡ଼ ଭାଇ ଘରକୁ ଯାଇଥିଲେ। ରାତି ୨ଟା ସମୟରେ ସେମାନେ ଫେରିଥିଲେ। ସେହି ସମୟରେ ଚୋର ଘରେ ଥିଲା। ପରେ ଚୋରଟି ବଡ଼ ପୁଅ ରୁମରୁ ଟଙ୍କା ଓସୁନା ନେଇ ଝରକା ଡେଇଁ ଚମ୍ପଟ ମାରିଥିଲା।
ସିକ୍ୟୁରିଟି ଢୁଳାଉଥିଲା, ସେଥିପାଇଁ ଚୋରମାନେ ଘରେ ପଶିଗଲେ ବୋଲି ନିରଞ୍ଜନ କହିଛନ୍ତି।
ଅଧିକ ପଢ଼ନ୍ତୁ: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍
#ନିରଞ୍ଜନ_ପଟ୍ଟନାୟକଙ୍କ_ଘରୁ_ଚୋରି
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି । ନୟାପଲ୍ଲୀ IRC ଭିଲେଜ୍ ସ୍ଥିତ ବାସଭବନରୁ ଚୋରି। ଆଲମିରା ଲକର୍ ତାଡ଼ି ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା ଗହଣା।#Loot#Congress#Leader#NiranjanPatanaik#Bhubaneswar#Odisha#OTVpic.twitter.com/Q3Wt5FHsAB— ଓଟିଭି (@otvkhabar) January 26, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)