ଉଦ୍ଧାର କରିବେ କଣ, ଦୁର୍ଘଟଣାରେ ମୃତ ମହିଳାଙ୍କ ହାତରୁ କାଢିନେଲେ କଙ୍କଣ। ତା’ପରେ ଛାଡ଼ି ପଳାଇଲେ। ସୋସିଆଲ୍ ମିଡିଆରେ ଏବେ ଏହି ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି।
ବେଙ୍ଗାଲୁରରେ ଲଗାତାର ଦୁଗ୍ଧ ଦର ବୃଦ୍ଧି ପାଉଥିବା ବେଳେ ଏବେ ଦୁଗ୍ଧ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରମାନେ ଲୋକଙ୍କ ଗେଟ୍ରେ ଟଙ୍ଗାଯାଇଥିବା କ୍ଷୀର ଓ ଦୁଗ୍ଧ କ୍ରେଟକୁ ଟାର୍ଗେଟ କରୁଛନ୍ତି। ସିସିଟିଭି ଫୁଟେଜରେ ଏହି ଭିଡିଓ ରେକର୍ଡ ହୋଇଛି।
ଚୋରି ହୋଇଗଲା ରାମ ଜନ୍ମଭୂମିର ଶୋଭା ବଢ଼ାଉ ଥିବା ଆଲୋକ । ୫୦ ଲକ୍ଷ ଟଙ୍କାର ଆଲୋକ ଚୋରି କରିନେଲେ ଦୁର୍ବୃତ୍ତ । ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟ ଲୁଟି ନେଲେ ।
କମିଶନରେଟ୍ ପୋଲିସ ହାବୁଡ଼ରେ ଏବେ ପଡ଼ିଛନ୍ତି ୩ ଜଣିଆ ଶଳା-ଭିଣୋଇ ଗ୍ୟାଙ୍ଗ। ଆଜିକୁ ପ୍ରାୟ ୩ ବର୍ଷ ହୋଇଗଲା, ଟ୍ବିନସିଟି ସମେତ ରାଜ୍ୟବ୍ୟାପି ସକ୍ରିୟ ରହି ଲୁଟପାଟ୍ ଚଳାଇଥିଲା ଏହି ଗ୍ୟାଙ୍ଗ।
ପ୍ରେମିକାକୁ ଖୁସି କରିବାକୁ ଚୋରି କରି ଗିରଫ ହୋଇଛନ୍ତି ଜଣେ ବ୍ୟାଙ୍କ କର୍ମଚାରୀ । ଦୋକାନରୁ ସୁନା ମୁଦି ଚୋରି ଅଭିଯୋଗରେ ଜଣେ ୨୬ ବର୍ଷୀୟ ବ୍ୟାଙ୍କ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି ।
ଯଦି କୌଣସି କାରଣରୁ ମୋବାଇଲ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ଏହା ଏକ ବଡ ସମସ୍ୟା ହୋଇଯାଏ। ବ୍ୟକ୍ତି ଜଣକ ଚିନ୍ତାରେ ପଡିଯାଏ। ଏବେ IMEI ସହାୟତାରେ, ଏକ ଚୋରି ହୋଇଥିବା ଫୋନକୁ ମଧ୍ୟ ଖୋଜି ବାହାର କରାଯାଇପାରିବ ଏବଂ ଆପଣଙ୍କ ପାଖରେ ଥିବା ଫୋନଟି ଅସଲି କି ନକଲି ତାହା ମଧ୍ୟ ଜାଣିହେବ।
ଅଭିଯୁକ୍ତ ଆସାମର ହୋଜାଇ ବିମାନବନ୍ଦରରୁ ଫ୍ଲାଇଟ ଧରି ଥାନେ ଆସୁଥିଲା। ଏଠାରେ ଭଡା ଘର ନେଇ ରହିବା ସହ ଚୋରି କରିବା ପାଇଁ ପ୍ଲାନ ପ୍ରସ୍ତୁତ କରୁଥିଲା। ଏହାପରେ ସେଠାରୁ ଚୋରି କରି ପୁଣି ଫ୍ଲାଇଟରେ ଗାଁକୁ ପଳାଇ ଆସୁଥିଲା।
‘ବିନୋଦ ଆହୁରି କହିଛନ୍ତି ଯେ, ବ୍ୟାଗ୍ରେ ଟଙ୍କା ଥିବା ନେଇ ମଧ୍ୟ ମୁଁ ପ୍ରମାଣ କରିଛି । ବ୍ୟାଙ୍କରୁ ମୁଁ ଟଙ୍କା ଉଠାଇ ଆଣିଥିବାର ପ୍ରମାଣ ମଧ୍ୟ ରହିଛି। ମୁଁ ନିୟମିତ ଭାବେ ବିମାନରେ ଯାତାୟାତ କରେ । କିନ୍ତୁ ଏଭଳି ସ୍ଥିତି କେବେ ଉପୁଜିନଥିଲା ।’
ଇନଫୋସିଟି ଥାନା ଅଧୀନରେ ଥିବା ରାଜବାଟିକାରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଏକା ଥରେ ଗୋଟିଏ ଆପାର୍ଟମେଣ୍ଟର ୪ଟି ଘରୁ ଚୋରି ହୋଇଛି ।
ଚୋର ମନରେ ପିଲାଙ୍କ ଲାଗି ଭାରି ଦୟା । ରାତି ଅଧରେ ପଶି ଚାଉଳ ନେଲା... ହେଲେ ପିଲାଙ୍କ ଖାଇବା ଲାଗି କିଛି ଛାଡିଦେଇଗଲା । ପୂର୍ବରୁ ବି ସମାନ ଘଟଣାର ହୋଇଥିଲା ପୁନରାବୃତ୍ତି ।
ନବେ ଫୁଟ ଲମ୍ବ ତଥା ଛଅ ହଜାର କେଜି ଓଜନ ବିଶିଷ୍ଟ ଲୁହା ବ୍ରିଜକୁ ଲୁଟିନେଇଛନ୍ତି ଲୁଟେରେ। ଶେଷରେ ବହୁ ଖୋଳତାଡ଼ ପରେ ପୋଲିସ୍ ୪ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ଟନେଲ ମାଧ୍ୟମରେ ସେମାନେ ଅଳଙ୍କାର ଦୋକାନ ଭିତରକୁ ଯାଇ ଚୋରି କରିବାର ପ୍ଲାନ୍ କରିଥିଲେ । ହେଲେ ସବୁ ପ୍ଲାନ୍ ଫ୍ଲପ୍ ହୋଇଗଲା ।
ଗ୍ୟାଙ୍ଗ୍ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।
ବିଶ୍ୱାସଘାତକ ସାଜିଲା ଡ୍ରାଇଭର କାହ୍ନୁ କୁମାର ଚୌଧୁରୀ । ଯିଏ କି ମାଲିକର ବିଶ୍ୱାସରେ ବିଷ ଦେଇ ପିକଅପ୍ ଭ୍ୟାନକୁ ଚୋରି କରିବାକୁ କରିଥିଲା ଉଦ୍ୟମ ।
ମୋ ବସ୍ରେ ବଢୁଛି ଚୋରି । କ୍ୟାନସର ରୋଗୀଙ୍କଠୁ ଲୁଟିନେଲେ ୧୫ ହଜାର ।
ଅଶ୍ୱଜିତଙ୍କ ଗିରଫକୁ ନେଇ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ବିଜେଡିକୁ ଟାର୍ଗେଟ କରାଯାଇଛି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ପୋଖରୀ ଭିତରୁ ମିଳିଲା ଚୋରା ବାଇକ୍। ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୮ଟି ଚୋରା ବାଇକ୍ ପୋଖରୀ ଭିତରୁ ମିଳିଛି।
ଆପଣଙ୍କ ମନରେ ନିଶ୍ଚିତ ଭାବେ, ପୁରା ଘଟଣା ସମ୍ପର୍କରେ ଜାଣିବାକୁ କୌତୁହଳ ସୃଷ୍ଟି ହେଉଥିବ । ତେବେ ଘଟଣାଟି ହେଲା ଗୋଟିଏ ଚୋର ଜଣଙ୍କ ଘରେ ପଶି ଚୋରି କରିବାକୁ ଚେଷ୍ଟା କରୁଥିଲା ।
ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୨୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ । ସୂଚନା ଅନୁସାରେ ଉକ୍ତ ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ । ଗୁଜରାଟରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ସେ ଯାଇଥିଲେ । ତାଙ୍କ ବଡ଼ ଭାଇ ତଳ ମହଲାରେ ରହୁଥିବା ବେଳେ ଉପର ମହଲାରୁ ଚୋରି ହୋଇଥିବା ଜଣାପଡ଼ିଛି । ବାଲକୋନି ପଟେ ଥିବା ଝରକା ଭାଙ୍ଗି ଚୋର ଘରେ ପଶିଥିବା ସନ୍ଦେହ କରାଯାଉଛି ।
ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ ।