Advertisment

Saif Ali Khan: ସୈଫଙ୍କୁ ଆକ୍ରମଣ ମାମଲାରେ ନୂଆ ଟ୍ବିଷ୍ଟ, ଅଭିଯୁକ୍ତ ସହ ମେଳ ଖାଉନି ଜବତ ଫିଙ୍ଗରପ୍ରିଣ୍ଟ !

ମୁମ୍ବାଇ ପୋଲିସର ଏକ ଟିମ୍ ଅଭିଯୁକ୍ତ ସରିଫୁଲର ବାଂଲାଦେଶ ଲିଙ୍କ୍‌ ବିଷୟରେ ତନାଘନା ନେଇ କୋଲକାତାରେ ଡେରା ପକାଇଛି। ଜଣେ ଏଜେଣ୍ଟଙ୍କ ଜରିଆରେ ଜାଲ୍ ଭାରତୀୟ କାଗଜପତ୍ର ପ୍ରସ୍ତୁତ କରି ସେ କୋଲକାତାରୁ ମୁମ୍ବାଇ ଆସିଥିବା ଜେରା ବେଳେ କହିଛି ସରିଫୁଲ ।

author-image
Santosh Kumar Sahoo
ମ୍ୟାଚ୍‌ କରୁନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ୍‌

ମ୍ୟାଚ୍‌ କରୁନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ୍‌

ସୈଫ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ ମାମଲାରେ ନୂଆ ଟ୍ବିଷ୍ଟ । ସୈଫଙ୍କ ଘରୁ CID ଜବତ କରିଥିବା ୧୯ଟି ଫିଙ୍ଗରଫ୍ରିଣ୍ଟ ସହ ମେଳ ଖାଉନି ଅଭିଯୁକ୍ତ ସରିଫୁଲର ଫିଙ୍ଗରପ୍ରିଣ୍ଟ । ତେଣୁ ପ୍ରକୃତରେ ସୈଫଙ୍କୁ ଆକ୍ରମଣ ପଛରେ କିଏ, ସେନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ଏପରିକି ଘଟଣାରେ ଏକାଧିକ ଲୋକଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରୁଛି ପୋଲିସ ।

Advertisment

ଆଇନ ଶୃଙ୍ଖଳା ଯୁଗ୍ମ କମିଶନର ସତ୍ୟନାରାୟଣ ଚୌଧୁରୀ ତଥ୍ୟ ପ୍ରମାଣ ଆଧାରରେ ସରିଫୁଲର ଗିରଫଦାରୀ ହୋଇଥିବା କହିଥିବା ବେଳେ ଜୋନ-୯ ଡିସିପି ଦିକ୍ଷୀତ ଗେଡାମ କହିଛନ୍ତି, ଏବେ ବି ଫିଙ୍ଗରପ୍ରିଣ୍ଟ ଟେଷ୍ଟର ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସୈଫଙ୍କ ଘରେ ପୁଣି ଥରେ ଯାଂଚ୍ କରି ଆଉ କିଛି ଫିଙ୍ଗରପ୍ରିଣ୍ଟର ସନ୍ଧାନ କରାଯିବ ବୋଲି କହିଛି ପୋଲିସ ।

ଅଧିକ ପଢ଼ନ୍ତୁ: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍, ୫୦ ଲକ୍ଷର ଗହଣା ଓ ନଗଦ ଟଙ୍କା ଧରି ଲୁଟେରା ଛୁ’

Advertisment

ସେପଟେ ମୁମ୍ବାଇ ପୋଲିସର ଏକ ଟିମ୍ ଅଭିଯୁକ୍ତ ସରିଫୁଲର ବାଂଲାଦେଶ ଲିଙ୍କ୍‌ ବିଷୟରେ ତନାଘନା ନେଇ କୋଲକାତାରେ ଡେରା ପକାଇଛି। ଜଣେ ଏଜେଣ୍ଟଙ୍କ ଜରିଆରେ ଜାଲ୍ ଭାରତୀୟ କାଗଜପତ୍ର ପ୍ରସ୍ତୁତ କରି ସେ କୋଲକାତାରୁ ମୁମ୍ବାଇ ଆସିଥିବା ଜେରା ବେଳେ କହିଛି ସରିଫୁଲ ।

ସେପଟେ କେମିତି ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ୍ ଉପରେ ହେଲା ଆକ୍ରମଣ । କ’ଣ ଘଟିଥିଲା ଜାନୁଆରି ୧୬ ତାରିଖ ରାତିରେ । ନିଜ ଘର ଭିତରେ ଆକ୍ରମଣର ଶିକାର ହୋଇଥିବା ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ବାନ୍ଦ୍ରା ପୋଲିସକୁ ଜାନୁଆରୀ ୨୪ରେ କହିଥିଲେ ସେ ରାତି ଘଟଣା । ସୈଫ ଅଲ୍ଲୀ ଖାନ କହିଥିଲେ ଯେ ସେ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ କରୀନା କପୁର ଖାନ ୧୧ ମହଲାରେ ସେମାନଙ୍କ ବେଡ୍ ରୁମରେ ଥିଲେ । ହଠାତ ତାଙ୍କ ଘରର ସହାୟକ ଏଲିଆମା ଫିଲିପ୍‌ ଯିଏ କି ତାଙ୍କ ସାନ ପୁଅ ଜହାଙ୍ଗିରଙ୍କ ଯତ୍ନ ନିଅନ୍ତି, ତାଙ୍କ ଚିତ୍କାର ଶୁଣିଲେ । ତାପରେ ସେମାନେ ଜେହଙ୍କ ବେଡ ରୁମକୁ ଯାଇଥିଲେ। ସେଠାରେ ସେମାନେ ଜଣେ ଅଜଣା ଅନୁପ୍ରବେଶକାରୀଙ୍କୁ ଦେଖିଥିଲେ। ତାଙ୍କ ପୁଅ ଜେହ କାନ୍ଦୁଥିଲେ ଏବଂ ସୈଫ ସେ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଗଣ୍ଡଗୋଳ ହୋଇଥିଲା।

ସଂଘର୍ଷ ସମୟରେ, ଅନୁପ୍ରବେଶକାରୀ ସୈଫ ଅଲ୍ଲୀ ଖାନଙ୍କ ପିଠି, ବେକ ଏବଂ ହାତରେ ଅନେକ ଥର ଛୁରୀରେ ଆକ୍ରମଣ କରିଚାଲିଥିଲେ । ତାଙ୍କର ଆଘାତ ସତ୍ତ୍ୱେ ସୈଫ୍ ଅଲ୍ଲୀ ଖାନ ଅନୁପ୍ରବେଶକାରୀଙ୍କୁ ସାମ୍ନା କରିବାରେ ସଫଳ ହୋଇଥିଲେ । ଘରର କର୍ମଚାରୀମାନେ ଜେହଙ୍କ ସହିତ ବାହାରକୁ ଦୌଡ଼ି ପଳାଇଥିଲେ । କିଛି ସମୟ ମଧ୍ୟରେ ସମସ୍ତେ ମିଶି ଆକ୍ରମଣକାରୀଙ୍କୁ କୋଠରୀରେ ବନ୍ଦ କରି ଦେଇଥିଲେ । ଘଟଣା ପରେ ପ୍ରାରମ୍ଭରେ ସୈଫ୍ ଅଲ୍ଲୀ ଖାନଙ୍କୁ ଲୀଳାବତୀ ହସ୍ପିଟାଲକୁ ପଠାଯାଇଥିଲା । ଜାନୁଆରି ୨୧ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଅନୁପ୍ରବେଶକାରୀଙ୍କ ସହ ହାତାହାତି ମଧ୍ୟରେ ଘରୋଇ ସହାୟକ ଏଲିଆମା ଫିଲିପଙ୍କୁ ଆକ୍ରମଣକାରୀ ଏକ କୋଟି ଟଙ୍କା ଦାବି କରିଥିବା ଜଣାପଡିଛି । ସେପଟେ ଅଭିଯୁକ୍ତକୁ ପୁଣି ଥରେ ପୋଲିସ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତକୁ ନିଜ ହେପାଜତରେ ରଖି ପଚରାଉଚରା କରିବ ।

ଅଧିକ ପଢ଼ନ୍ତୁ: ATMରେ ବେଧଡ଼କ ପଶୁଛନ୍ତି ଲୁଟେରା; ରାଜ୍ୟବ୍ୟାପି ଲୁଟ୍ ହେଲାଣି କୋଟି କୋଟି ଟଙ୍କା...

Mumbai Saif Ali Khan Mumbai Police
Advertisment
Advertisment