Advertisment

Criminal Activities Increase: ବ୍ରହ୍ମପୁରରେ କଣ୍ଟ୍ରୋଲ ବାହାରେ ପୁରୁଣା ଅପରାଧୀ, ମାନୁ ନାହାଁନ୍ତି ଆଇନ କାନୁନ..

ବିଭିନ୍ନ କ୍ରାଇମ୍ ଘଟାଉଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ ପଠାଉଛି। ହେଲେ ପରବର୍ତ୍ତୀ ସମୟରେ ଅପରାଧୀମାନେ ଜେଲ୍‌ରୁ ଫେରି ଅପରାଧୀକ କାର୍ଯ୍ୟରେ ସାମିଲ୍‌ ହେଉଛନ୍ତି।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

Criminal Activities Increase

ବ୍ରହ୍ମପୁରରେ ପୁଣି ପତିଆରା ଜାହିର କଲେଣି ପୁରୁଣା କ୍ରିମନାଲ୍‌। ବ୍ୟବସାୟୀଙ୍କୁ ବଟି ମାଗିବାଠାରୁ ଆରମ୍ଭ କରି ମାଉଜର ଧରି ଗାଁ ଦାଣ୍ଡରେ ଗୁଳି ଫୁଟାଉଛନ୍ତି। ଏମିତିକି ବୋମା ଫିଙ୍ଗିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ଅପରାଧୀ। ବିଭିନ୍ନ କ୍ରାଇମ୍ ଘଟାଉଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ ପଠାଉଛି। ହେଲେ ପରବର୍ତ୍ତୀ ସମୟରେ ଅପରାଧୀମାନେ ଜେଲ୍‌ରୁ ଫେରି ଅପରାଧୀକ କାର୍ଯ୍ୟରେ ସାମିଲ୍‌ ହେଉଛନ୍ତି। ଆଇନର ଗଳାବାଟ ଦେଇ ଯେଭଳି ଅପରାଧୀମାନେ ଖସିନପାରିବେ, ସେଥିପ୍ରତି ପୋଲିସ ତୟାର ହେଉଛି ବୋଲି କହିଛନ୍ତି ଏସ୍‌ପି।  

Advertisment

ଗତ ମାସକ ମଧ୍ୟରେ ଏକାଧିକ ଘଟଣା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ ଡିସେମ୍ବର ୨୩ ତାରିଖରେ ବଡ଼ବଜାର ଶ୍ରୀରାମ ନଗର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ଧମକ ଚମକ ଦେଇ ବଟି ମାଗିଥିଲେ। ଏହି ଘଟଣାରେ ପୋଲିସ ଭାଲୁ ସାମଲ ସହ ୩ ଜଣଙ୍କୁ ଗିରଫ କରିଥିଲା। ଡିସେମ୍ବର ୩୧ ତାରିଖରେ ବୈଦ୍ୟନାଥପୁର ଥାନା ଗଜପତିନଗର ଅଞ୍ଚଳରେ ଜଣେ ଯୁବକଙ୍କ ଘର ଆଗରେ ୧୦ରୁ ଊର୍ଦ୍ଧ୍ୱ ଯୁବକ ପାଟିତୁଣ୍ଡ କରିବା ସହ ମାଉଜରରେ ଗୁଳି ଫୁଟାଇ ଆତଙ୍କ ଖେଳାଇଥିଲେ। ଏଥିରେ ପୁରୁଣା ଅପରାଧୀ ମୋଗଲି ସମେତ ବହୁ ଯୁବକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଠିକ୍ ସେହିଭଳି ଗୋଳନ୍ଥରାର ହଳଦିଆପଦର ଜାତୀୟ ରାଜପଥରେ ଖଣ୍ଡା ଧରି ବିଚ୍ ରାସ୍ତାରେ ହାଣିବାକୁ ଉଦ୍ୟମ ସହ ଲୁଟ୍ ଭଳି ଗୋଟିଏ ପରେ ଗୋଟିଏ ଘଟଣା ସହରରେ ପୁରୁଣା ଅପରାଧୀଙ୍କ ପତିଆରା ଜାହିର କରୁଛି।

ଅଧିକ ପଢ଼ନ୍ତୁ: ଏମିତି ସ୍ୱାମୀ; ପିଞ୍ଜରାରେ ମୁହଁ, ପତ୍ନୀଙ୍କ ହାତରେ ଚାବି

ସହରରେ ଘଟୁଥିବା ଅପରାଧିକ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଉଛି। ହେଲେ ଅପରାଧୀମାନେ ଜାମିନରେ ଆସି ପୁଣି ଅପରାଧ ଘଟାଉଛନ୍ତି। ଗତ ଜାନୁଆରୀ ୧୧ ତାରିଖରେ ଲାଞ୍ଜିପଲ୍ଲୀ ସ୍ଥିତ ଏକ ନିର୍ମାଣଧୀନ ଘରେ ଚାଲିଥିବା ଏକ ବଡ଼ ଅପରାଧୀକ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିଥିଲା ପୋଲିସ। ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ଚଢ଼ାଉ ବେଳେ ଖସି ପଳାଇଲେ ଅପରାଧୀ।ଘଟଣାସ୍ଥଳରୁ ଗୋଟିଏ ବ୍ୟାଗରେ ଭର୍ତ୍ତି ହୋଇଥିବା ୭ରୁ ଊର୍ଦ୍ଧ୍ୱ ବୋମାକୁ ଜବତ କରି ନଷ୍ଟ କରିଥିଲା ପୋଲିସ। ଏଥିରେ ମଧ୍ୟ ପୁରୁଣା ଅପରାଧୀମାନେ ସାମିଲ ଥିବା ନେଇ ପୋଲିସକୁ ସୂଚନା ମିଳିଛି।

Advertisment

ଅନ୍ୟପଟେ ଏହି ଅଭିଯୁକ୍ତଙ୍କ ବିରୋଧରେ ଏନକାଉଣ୍ଟର ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ।ପୋଲିସ ବାରମ୍ବାର ପାଟ୍ରୋଲିଂ କରୁଛି। ଗିରଫ ଅଭିଯୁକ୍ତଙ୍କୁ ଯେଭଳି ଜାମିନ୍ ନମିଳିବ ଓ କଡ଼ାରୁ କଡ଼ା ଦଣ୍ଡ ମିଳିବ, ସେଥିପ୍ରତି ପୋଲିସ ଚେଷ୍ଟା କରୁଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି। 

ଅଧିକ ପଢ଼ନ୍ତୁ: ମାଘ ମାସରେ ଶୀତ ଗାଏବ, ୩ ଦିନ ଯାଏ କଲବଲ କରିବ କୁହୁଡି!

Odisha Crime News Criminals Brahmapur
Advertisment
Advertisment