Advertisment

Police Rescue Kidnapped Persons: ସାପ ଦେଖାଇ ଡରାଉଥିଲେ... ବନ୍ଧୁକ ମୁନରେ ଧମକାଉ ଥିଲେ...

ତେବେ ଏଠି ପ୍ରଶ୍ନବାଚୀ ଉଠୁଛି, କାହିଁକି ଅପହୃତଙ୍କୁ ଦୁଇ କୋଟି ଟଙ୍କା ମାଗୁଥିଲେ ଅଭିଯୁକ୍ତ? ସେମାନଙ୍କ ସହ ନୂତନ ପାତ୍ରଙ୍କ ସମ୍ପର୍କ କଣ? ଅପହୃତ ଓ ଅପହରଣକାରୀଙ୍କ ଭିତରେ ପୂର୍ବରୁ କିଛି ଟଙ୍କା ନେଣଦେଣ ହୋଇଥିଲା କି?

author-image
Manoranjan Sial
Ganjam

Ganjam

ଦୁଇ କୋଟି ଟଙ୍କା ପାଇଁ ଅପହରଣ! ନାଗ ସାପ ଦେଖାଇ ଡରାଉଥିଲେ ଅପହର୍ତ୍ତା। ୪ ଦିନ ଶୂନଶାନ ଜାଗାରେ ବନ୍ଦୀ କରି ରଖିଥିଲେ। ଆଉ ଦେଉଥିଲେ ଅକଥନୀୟ ନିର୍ଯାତନା। ମୁହଁରେ ବନ୍ଧୁକ ରଖି ଫଟୋ ଉଠାଉଥିଲେ। ସାପ କାମୁଡାଇ ମାରି ଦେବାକୁ ଧମକାଉ ଥିଲେ ଅପହରଣକାରୀ। ଗଞ୍ଜାମ ଜିଲ୍ଲା ଚିକିଟିରେ ୪ ଯୁବକଙ୍କୁ ଅପହରଣ ଘଟଣାରେ ଆସିଛି ଏପରି ଚାଞ୍ଚଲ୍ୟକର ଖୁଲାସା।

Advertisment

ବ୍ରହ୍ମପୁର ଏସ୍‌ପି ଶର୍ବଣା ବିବେକ ଏମ୍‌ଙ୍କ କହିବା ଅନୁସାରେ କିଛିଦିନ ତଳେ ଦିଲ୍ଲୀର ଏକ ବଡ଼ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ ବ୍ରହ୍ମପୁର ଆସିଥିଲେ। କୋଟି କୋଟି ଟଙ୍କାର ଋଣ କାରବାର କରୁଥିବା ଏଜେଣ୍ଟଙ୍କ ସହ କଟକ ଓ ଭୁବନେଶ୍ୱରର ୩ ଥିଲେ। ୪ ଜଣ ମିଶି ବ୍ରହ୍ମପୁର ଆସିଥିବା ବେଳେ ସେମାନଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ। ଅପହରଣ କରି ଗଞ୍ଜାମର ଚିକିଟିରେ ଗୃହ ବନ୍ଦୀ କରି ଏକ ଅନ୍ଧାର ଘରେ ରଖିଥିଲେ। ନୂତନ ପାତ୍ର ନାମକ ବ୍ୟକ୍ତି ନିଜ ଘର ବାଡ଼ି ପଟ ପରିତ୍ୟକ୍ତ ଘରେ ସମସ୍ତଙ୍କୁ ବନ୍ଧକ ରଖିଥିଲେ। ସେମାନଙ୍କୁ ରଖାଯାଇଥିବା ସ୍ଥାନଟି ସମ୍ପୂର୍ଣ୍ଣ ଭାବେ ପରିତ୍ୟକ୍ତ। ପାଖରେ ସାପବିଳ ରହିଥିଲା। ତା’ସହ ଅକଥନୀୟ ନିର୍ଯାତନା ଦେଉଥିଲେ। ସେମାନଙ୍କ ପାଖରେ ଏକ ନାଗ ସାପ ପେଡି ରଖିଥିଲେ।

ମଝିରେ ମଝିରେ ଦୁର୍ବୃତ୍ତମାନେ କହୁଥିଲେ, ତୁମେମାନେ ଶୁଣୁଛ ତ’ ଜଗିଛି ନାଗ ସାପ। ଭଲରେ ଭଲରେ ୨ କୋଟି ଟଙ୍କା ଦେଇଦିଅ, ନହେଲେ ପେଡ଼ିରୁ ଖୋଲିଦେବୁ। ସାପ କାମୁଡ଼ି ଦେବ ବୋଲି ଦୁର୍ବୃତ୍ତମାନେ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏଥିସହ ସେମାନଙ୍କ ମୁହଁ ସହ ସାପର ଫଟୋ ପଠାଇ ଡରାଉଥିଲେ। ରବିବାର କୌଶଳ କରି ଜଣେ ସେମାନଙ୍କ କବଜାରୁ ଖସି ଆସିଥିଲେ। ସେ ଚିକିଟି ତହସିଲଦାରଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ।

Advertisment

ଅଧିକ ପଢ଼ନ୍ତୁ : ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ତହସିଲଦାର ଚିକିଟି ଥାନା ପୋଲିସକୁ ଜଣାଇଥିଲେ। ଚିକିଟି ପୁଲିସ ଆଜି ଅନ୍ୟ ୩ ଫାଇନାନ୍ସ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି। ଯେଉଁଥିରେ ଅଛନ୍ତି ଦିଲ୍ଲୀର ରବୀନ୍ଦ୍ର କୁମାର ଓ କଟକର ଅହମଦ ଖାନଙ୍କ ସମେତ ଦୁଇ ଜଣ। ଏଥିସହ ଗୋଟିଏ ନାଗ ସାପ ଉଦ୍ଧାର ହୋଇଛି। ଏହି ମାମଲାରେ ୫ରୁ ଅଧିକ ଅପରାଧୀଙ୍କ ହାତ ଥିବା ଅଭିଯୋଗ ହେଉଛି।

ତେବେ ଏଠି ପ୍ରଶ୍ନବାଚୀ ଉଠୁଛି, କାହିଁକି ଅପହୃତଙ୍କୁ ଦୁଇ କୋଟି ଟଙ୍କା ମାଗୁଥିଲେ ଅଭିଯୁକ୍ତ? ସେମାନଙ୍କ ସହ ନୂତନ ପାତ୍ରଙ୍କ ସମ୍ପର୍କ କଣ? ଅପହୃତ ଓ ଅପହରଣକାରୀଙ୍କ ଭିତରେ ପୂର୍ବରୁ କିଛି ଟଙ୍କା ନେଣଦେଣ ହୋଇଥିଲା କି? ନା କିଡନାପ ପଛରେ ରହିଛି ଗଞ୍ଜେଇ କାରବାର ଲିଙ୍କ? ଯାହାକୁ ନେଇ ବଚସାରୁ ୪ ଜଣଙ୍କୁ ଅଟକ ରଖାଯାଇଥିଲା? ସେଦିଗରେ ମଧ୍ୟ ତଦନ୍ତ ଚାଲିଛି। ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଫେରାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲେ କିଡନାପ୍ ହାଇଡ୍ରାମା ଉପରୁ ହଟିବ ପରଦା।

୪ ଜଣଙ୍କୁ ବନ୍ଧକ ରଖାଯାଇଥିବା ସ୍ଥାନରେ ବିପୁଳ ଗଞ୍ଜେଇ ଗଛ ଲଗାଯାଇଥିଲା। ସକାଳେ ପୋଲିସ ଦେଖିଥିବା ଗଞ୍ଜେଇ ଗଛକୁ ରବିବାର ସଞ୍ଜ ବେଳକୁ କାଟି ଦିଆଯାଇଥିବାରୁ ସସପେନ୍ସ ବଢିଛି। ଅପହରଣ ସ୍ଥଳରୁ ଉଦ୍ଧାର ଆହତ ନଗସାପକୁ ବନବିଭାଗ ଚିକିତ୍ସା କରି ନିଜ ହେପାଜତକୁ ନେଇଛି।

ଅଧିକ ପଢ଼ନ୍ତୁ : ଯୁଗାନ୍ତକାରୀ ଓ ଐତିହାସିକ ହେବ ଉତ୍କର୍ଷ ଓଡ଼ିଶା, ଗଙ୍ଗାର ସ୍ରୋତ ଭଳି ଓଡ଼ିଶା ଆସିବେ ନିବେଶକ

Odisha Ganjam Crimes In Odisha
Advertisment
Advertisment