ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ଚାଲିଛି ସିନ୍ ରିକ୍ରିଏସନ । ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ କରୁଛି ସ୍ପେଶାଲ ସ୍କ୍ୱାଡ୍ ।
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ଠାରୁ ଅଧିକ ଚର୍ଚ୍ଚାରେ ଚୋର । କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଥିବା ଚୋର ସ୍ପାଇଡର୍ ସତୀଶର ଥାଟବାଟ ଓ ଜୀବନ ଶୈଳୀ ଲାଗୁଛି ବେଶ୍ ସମ୍ଭ୍ରାନ୍ତ ।
ଆଉ ଗର୍ଲଫ୍ରେଣ୍ଡ ପାଇଁ ଉଡାଉଥିଲା ବିଡାବିଡ଼ା ଟଙ୍କା। ଏମିତି ହାଇଫାଇ ଲାଇଫ ଷ୍ଟାଇଲ୍ ଜିଉଁଥିଲା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟିଥିବା ସ୍ପାଇଡର ଚୋର।
ଥରେ ଚୋରି କରିବା ପରେ ଓ୍ୱେଟ୍ ଲସ୍ ପାଇଁ ଡାଏଟ୍ ପ୍ଲାନ୍ କରୁଥିଲା । ଜିମ୍ ରେ ହିଁ ଚୋରି କରିବାର ପ୍ରାକ୍ଟିସ୍ କରୁଥିଲା ସତୀଶ । ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନର ରଖିଥିଲା। ଏଥିପାଇଁ ସେ ଦିନକୁ ୫ ହଜାର ଏବଂ ମାସକୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା।
ଚୋର ସ୍ପାଇଡର୍ ସତୀଶର ଥିଲା ଅଲଗା ଦୁନିଆ। ରାତିରେ ଚୋରି କରୁଥିଲା, ଦିନରେ ସୌଖିନ ଜୀବନ ଜିଉଁଥିଲା। ବଞ୍ଚିବାର ଥିଲା ଅଲଗା ଅନ୍ଦାଜ୍।
୧୮ ଦିନର ଖୋଳତାଡ଼, ୪ଶହ ସିସିଟିଭିର ଯାଞ୍ଚ, ଓଡ଼ିଶା ସହ ୪ରାଜ୍ୟରେ ଛାନଭିନ୍ ପରେ ଏହି ସ୍ପାଇଡର୍ ମ୍ୟାନକୁ ଧରିଛି କମିଶନରେଟ୍ ପୋଲିସ। ହେଲେ ୟେ କୌଣସି ସିନେ ପରଦାର ସ୍ପାଇଡର୍ ମ୍ୟାନ୍ ନୁହଁ, ବରଂ ଜଣେ ପୋଖତ ଏବଂ ଧୂର୍ତ୍ତ ଚୋର
୧୮ ଦିନର ଖୋଳତାଡ଼, ୪ଶହ ସିସିଟିଭିର ଯାଞ୍ଚ, ଓଡ଼ିଶା ସହ ୪ରାଜ୍ୟରେ ଛାନଭିନ୍ ପରେ ଏହି ସ୍ପାଇଡର୍ ମ୍ୟାନକୁ ଧରିଛି କମିଶନରେଟ୍ ପୋଲିସ। ହେଲେ ୟେ କୌଣସି ସିନେ ପରଦାର ସ୍ପାଇଡର୍ ମ୍ୟାନ୍ ନୁହଁ, ବରଂ ଜଣେ ପୋଖତ ଏବଂ ଧୂର୍ତ୍ତ ଚୋର
ଚୋରଟି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘର ସମାନ ଢଙ୍ଗରେ ଗୁଗୁଲ୍ ସର୍ଚ୍ଚ କରି ପାଇଥିଲା। ନିରଞ୍ଜନଙ୍କ ଘରୁ କଳାକନା ବୁଲାଇ ଚମ୍ପଟ ମାରିଥିଲା। ପୁଲିସ କମିଶନର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଆଜି ଚୋରକୁ ଟ୍ରାଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ୍ ପୋଲିସ। ଚୋରଟି ଆଉ କେଉଁଠି ଚୋରି କରିଛି, ଚୋରି ଜିନିଷ କେଉଁଠି ବିକ୍ରି କରିଛି,ସଂପୃକ୍ତ ଚୋରଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏନେଇ ପଚରାଉଚରା କରିବ ପୁଲିସ।
ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଚାଲିଛି କ'ଣ ? କାହିଁକି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ବାରମ୍ବାର ପଶୁଛନ୍ତି ଚୋର ? ୨ ଦିନ ବିତି ଯାଇଥିଲେ ବି କାହିଁକି ଧରାପଡ଼ିନି ଚୋର ? କାହିଁକି ପୋଲିସ ଏହାର ପର୍ଦ୍ଦାଫାସ୍ କରିପାରୁନି?
ରଞ୍ଜନଙ୍କ ଘରୁ ୫୦ ଲକ୍ଷ ନୁହେଁ, ଏହାଠାରୁ ବହୁ ଅଧିକ ମୂଲ୍ୟର ଗହଣାଗାଣ୍ଠି ଲୁଟ୍ ହୋଇଛି। ତେବେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଘରେ ପଶି ଚୋର କଳାକନା ବୁଲାଇବା ଘଟଣା ସମସ୍ତଙ୍କୁ ଚକିତ କରୁଥିବାବେଳେ ପୋଲିସ କାହିଁକି ଏହାର ପର୍ଦ୍ଦାଫାସ୍ କରିପାରୁନି?
ଚୋରଙ୍କ ଟାର୍ଗେଟରେ ପୁଣି ଥରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘର। ଗତ ୨୬ ତାରିଖ ରାତିରେ ତାଙ୍କ ନୟାପଲ୍ଲୀ ଘରୁ ବଡ଼ ଧରଣର ଲୁଟ୍ ପରେ ସେହି ନୟାପଲ୍ଲୀରେ ଥିବା ଆଉ ଏକ ଘରୁ ଚୋରି ଉଦ୍ୟମ ଚାଲିଥିବା ବେଳେ ଧରାପଡ଼ିଛି ଚୋର।
ଭୁବନେଶ୍ୱରରେ ଚର୍ଚ୍ଚା, କାହିଁକି ପୁତୁଲ୍ ବାବୁଙ୍କ ଘରେ ପଶୁଛନ୍ତି ଚୋର ? ନୟାପ୍ଲଲୀ ଅଞ୍ଚଳରେ ଏହି ଚର୍ଚ୍ଚା ଜୋର୍ । ଚୋର ତାଙ୍କ ଘରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଘଟଣାରେ ପୋଲିସ୍ କାହାରିକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ତାଙ୍କର ସେହି ନୟାପଲ୍ଲୀରେ ଥିବା ଆଉ ଏକ ଘରୁ ହୋଇଛି ଚୋରି ଉଦ୍ୟମ ।
ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା ।
ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇ ଚୋରି ସମ୍ପର୍କରେ ପଚାରି ବୁଝିବା ସହ ତଦନ୍ତ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଛି । ପୁଅ ବୋହୂ ରହୁଥିବା ଉପର ମହଲାରୁ ଚୋରି ହୋଇଥିବା ନିରଞ୍ଜନ କହିଛନ୍ତି । ଚୋରମାନେ ନଗଦ ଟଙ୍କା ସହ ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ୍ ହୋଇଛି।
ଆଜି ସକାଳ ୭ଟାରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ରେଡ୍ କରାଯାଉଛି । ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ ।
ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିଦାୟୀ ସଭାପତି ନିରଞ୍ଜନଙ୍କ ଶୁଭେଚ୍ଛା । ନୂଆ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ସଫଳତା ପାଇବା ନେଇ ଆଶାବାଦୀ ଅଛନ୍ତି ନିରଞ୍ଜନ ।
ପିସିସି ସଭାପତି ପରିବର୍ତ୍ତନ ପାଇଁ ପ୍ରୋସେସିଂ ଆରମ୍ଭ ହୋଇଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ସଭିଏଁ ଏକାଠି ହୋଇ ଲଢ଼ିଲେ ଦଳ ୨୦୨୪ରେ ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା । କଂଗ୍ରେସ ପାଇଁ ଖୁସିର କଥା ପ୍ରଶାନ୍ତ କିଶୋର ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି ।
ରାଜ୍ୟରେ କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ଏନେଇ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।
ପ୍ରତି ଦୁଇ ତିନି ବର୍ଷରେ ସଭାପତି ପରିବର୍ତ୍ତନ ହୁଏ । ଯେତେ ଶୀଘ୍ର ପରିବର୍ତ୍ତନ ହେବ ସେତେ ଭଲ । ପିସିସି ପରିବର୍ତ୍ତନ ଦଳର ଆଭ୍ୟନ୍ତରୀଣ ବ୍ୟାପାର
ପଦ ଛାଡିବାକୁ ଚାହୁଁଛନ୍ତି ନିରଞ୍ଜନ, ହେଲେ ଇସ୍ତଫା ଗ୍ରହଣ କରୁନାହାନ୍ତି ହାଇକମାଣ୍ତ। ବାରମ୍ବାର ଇସ୍ତଫା ଦେବାକୁ ନିରଞ୍ଜନ କହୁଥିଲେ ବି ଅମଙ୍ଗ ହେଉଛନ୍ତି ସୋନିଆ। ତେବେ କାହିଁକି ଉପୁଜିଛି ଏଭଳି ସ୍ଥିତି ? ରାଜ୍ୟ କଂଗ୍ରେସରେ ନାହାନ୍ତି କି ନିରଞ୍ଜନଙ୍କ ସମକକ୍ଷ ନେତା? ନା ନିରଞ୍ଜନଙ୍କ ଉପରେ ରହିଛି ସୋନିଆଙ୍କ ଅତୁଟ ଆସ୍ଥା।
ଏବେ ବେଳ କାଳ ଠିକ୍ ନାହିଁ। ହେଲେ ସୁର ଭାଇଙ୍କ ମୁହଁରେ ଏ କି କଥା। କହୁଛନ୍ତି, ରେଡି ତ... ମାଡି ଚାଲ... ସବୁ ଖୋଲି ଦିଅ... ବିୟୁଟି ଫୁଲ୍...