Advertisment

Gold Loot: ୫ ଲକ୍ଷର ଟଙ୍କାର ସୁନା ଅଳଙ୍କାର ଚଳୁ କରିଦେଲେ ଦୁର୍ବୃତ୍ତ, ସୁନା ସଫା କରିବାକୁ ଆସି ସୁନା ଲୁଟିନେଲେ..

ବିଶ୍ୱାସରେ ବିଷ ଦେଇ ଲୁଟିନେଲେ ଅଳଙ୍କାର ।‌ ଆଖି ଆଗରେ ଚଳୁ କରିଦେଲେ ୫ ଲକ୍ଷର ଟଙ୍କାର ଅଳଙ୍କାର ।‌ ହଳଦି ପାଣିରେ ସୁନା ପକାଇ ସମସ୍ତଙ୍କ ସାମ୍ନାରେ ଛୁ’ ମାରିଲେ ଦୁର୍ବୃତ୍ତ ।‌

author-image
Deviprasad Jena
ଅଦ୍ୟତନ ହୋଇଛି
Lootera Looted Gold Ornament

Gold Loot In Kendrapara

ସମସ୍ତେ ସୁନା ଗହଣା ବ୍ୟବହାର କରିବା ପାଇଁ ଭଲ ପାଆନ୍ତି ।‌ ସୁନା ଅଳଙ୍କାର ପୁରୁଣା ହୋଇଯିବା ପରେ ଏହା ପୂର୍ବ ଭଳି ଉଜ୍ବଳ ଦେଖାଯାଏ ନାହିଁ ।‌ ତେଣୁ ଆମେ ସୁନାକୁ ସଫା କରିଥାଆନ୍ତି ।‌ ନିଜେ ଘରୋଇ ପଦ୍ଧତିରେ ସୁନା ସଫା କଲେ ଏହା ପୂର୍ବ ଅବସ୍ଥାକୁ ଫେରିବାର ସମ୍ଭାବନା କମ୍ ଥିବାରୁ ଆମେ ସୁନା ସଫା କରିବା ପାଇଁ ଅନ୍ୟ ଉପରେ ନିର୍ଭର କରନ୍ତି ।‌ କିନ୍ତୁ ସୁନା ସଫେଇ କରିବା ପାଇଁ ଦୁଇ ଠକଙ୍କ ଉପରେ ଭରସାକରି ସର୍ବସ୍ବ ହରାଇଛି ଗୋଟିଏ ପରିବାର ।‌ ସୁନା ସଫେଇ ଆଳରେ ସୁନା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ ।‌

Advertisment

ବିଶ୍ୱାସରେ ବିଷ ଦେଇ ଲୁଟିନେଲେ ଅଳଙ୍କାର ।‌ ଆଖି ଆଗରେ ଚଳୁ କରିଦେଲେ ୫ ଲକ୍ଷର ଟଙ୍କାର ଅଳଙ୍କାର ।‌ ହଳଦି ପାଣିରେ ସୁନା ପକାଇ ସମସ୍ତଙ୍କ ସାମ୍ନାରେ ଛୁ’ ମାରିଲେ ଠକ ।‌ ପରିବାରର ସମସ୍ତେ ଉପସ୍ଥିତ ଥିଲେ ମଧ୍ୟ କେହି କିଛି ଜାଣି ପାରିଲେନି ।‌ ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଆଳି ଥାନା ପଦନପୁର ଗାଁରେ । ଦୁଇ ଜଣ ଠକ ଯୁବକ ଗହଣା ସଫା କରିବା ଆଳରେ ଲୁଟି ନେଇଛନ୍ତି ୫ ଲକ୍ଷର ଟଙ୍କାର ସୁନା ଅଳଙ୍କାର । ଏନେଇ ଲୁଟର ଶିକାର ହୋଇଥିବା ସେକ୍ ମୁରତେଜାଙ୍କ ପରିବାର ଥାନାର ଦ୍ୱାରସ୍ତ ହୋଇଛନ୍ତି । ସୁନା ସଫା କରିବା ବାହାନାରେ ଏମିତି  ଲୁଟ୍ ହୋଇଛି । ଏଭଳି କିଛି ସ୍ମାର୍ଟ ଚୋରି ଘଟିଛି କେନ୍ଦ୍ରାପଡ଼ା ଆଳି ଥାନା ପଦନପୁର ଗାଁରେ ।

ଅଧିକ ପଢ଼ନ୍ତୁ: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ

ଆଜି ସକାଳୁ ସେକ୍ ମୁରତେଜାଙ୍କ ଘରକୁ ଦୁଇ ଜଣ ଲୋକ ଆସିଥିଲେ । ସୁନା ସଫା କରିବାକୁ କହି ସେମାନଙ୍କଠାରୁ ମୁଦି, କାନଫୁଲ, ଚୁଡ଼ି ଭଳି ଅଳଙ୍କାର ମାଗିଥିଲେ । ଏହାପରେ ଏକ ବଡ଼ ବାସନରେ ପାଣି ଢାଲି ସେଥିରେ ହଳଦି ପାଣି ପକାଇ ସୁନା ସଫା କରିବା ଆଳରେ ସବୁ କିଛି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସମସ୍ତେ ପାଖରେ ଥିଲେ ଏବଂ ସବୁ ଦେଖୁଥିଲେ ହେଲେ କେହି କିଛି ବି ଜାଣି ପାରିଲେନି । ଘଟଣାର ସିସିଟିଭି ଫୁଟେଜକୁ ନେଇ ଏବେ ପୋଲିସର ଦ୍ବାରସ୍ତ ହୋଇଛନ୍ତି ପୀଡ଼ିତ ପରିବାର ।

Advertisment

ଅଧିକ ପଢ଼ନ୍ତୁ: ରାଜନୀତି ପାଇଁ ସୁରଙ୍କ ଘର ୨ ଫାଳ; ବଡ଼ ଭାଇକୁ ଫ୍ରଡ୍ କହିଲେ ମନ୍ମଥ

Odisha Gold Loot Case Gold Loot
Advertisment
Advertisment