• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଚୋରି ତ ଚୋରି, ପୁଣି ହାଇପ୍ରୋଫାଇଲ୍ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି । ନୟାପଲ୍ଲୀ IRC ଭିଲେଜ୍ ଭଳି ହାଇସିକ୍ୟୁରିଟି ଜୋନରେ ଥିବା ଘରେ ରାତି ଅଧରେ ପଶିଛି ମୁଖାପିନ୍ଧା ଲୁଟେରା । ମାଷ୍ଟର୍ ବେଡରୁମରେ ପଶି ଲୁଟିଛି ନଗଦ ଟଙ୍କା ସହ ୫୦ ଲକ୍ଷର ସୁନା ଗହଣା। ଯାହାର ପ୍ରତିଟି ଦୃଶ୍ୟ କଏଦ୍ ହୋଇଛି ସିସିଟିଭିରେ । କିନ୍ତୁ ଏଯାଏଁ ଲୁଟେରାର ପତ୍ତା ମିଳିନି । ତାକୁ ଧରିବା ପାଇଁ ଜୀ ଜାନ୍ ଲଗାଇଦେଇଛି କମିଶନରେଟ୍ ପୋଲିସ। ସେପଟେ ମୁଖ୍ୟମନ୍ତ୍ରୀ ବି ନିରଞ୍ଜନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ।

Also Read

ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା । ଯିଏ ବି ଶୁଣୁଛନ୍ତି ତାଜୁବ୍ ହେଉଛନ୍ତି । ହାଇପ୍ରୋଫାଇଲ୍ ନେତାଙ୍କ ଘରୁ ଚୋରିକୁ ନେଇ ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ଅଭିଯୋଗ ଯେତେବେଳେ ସାମ୍ନାକୁ ଆସିଛି, କମିଶନରେଟ୍ ପୋଲିସର ଲାଗିରହିଛି ଧାଁ ଦୌଡ଼ ।

ଅଧିକ ପଢ଼ନ୍ତୁ: ୫ ଲକ୍ଷର ଟଙ୍କାର ସୁନା ଅଳଙ୍କାର ଚଳୁ କରିଦେଲେ ଦୁର୍ବୃତ୍ତ, ସୁନା ସଫା କରିବାକୁ ଆସି ସୁନା ଲୁଟିନେଲେ..

ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ N-2 ସ୍ଥିତ ଘର । ଯେଉଁ ଘରେ ପୁଅ ଦେବଜ୍ୟୋତି ପଟ୍ଟନାୟକଙ୍କ ସହ ନିରଞ୍ଜନ ସପରିବାର ରୁହନ୍ତି । କିନ୍ତୁ ଏହି ଭିଭିଆଇପିଙ୍କ ଘରେ ପଶି ଦୁର୍ବୃତ୍ତ ବୁଲାଇଦେଇଛି କଳାକନା । ଗତ ରାତିରେ ପୁଅବୋହୂ ସାତପଡ଼ା ଯାଇଥିବାବେଳେ ଦୁର୍ବୃତ୍ତ ଘରେ ପଶି ଲୁଟପାଟ କରିଥିବା ନିରଞ୍ଜନ କହିଛନ୍ତି । ଘରେ ସିକ୍ୟୁରିଟି ଗାର୍ଡ ବି ରହିଛନ୍ତି ଏବଂ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଫାଷ୍ଟଫ୍ଲୋରରେ ଶୋଇପଡ଼ିଥିଲେ। ତା’ସତ୍ତ୍ବେ କେହି ଜାଣିପାରିଲେନି ।

ରାତି ପ୍ରାୟ ୨ଟା ୪୦ ମିନିଟ୍ । ଅନୁମାନ ଲଗାନ୍ତୁ ନିରଞ୍ଜନଙ୍କ ଘରେ ପଶି କଳାକନା ବୁଲାଇଥିବା ଏହି ଲୁଟେରାର ହୁଲିଆକୁ। ପୁରା ହାଟାକାଟା। ହାତରେ ଗ୍ଲୋବ୍ସ, ଟର୍ଚ୍ଚଲାଇଟ୍ ଏବଂ ମୁହଁରେ ମାସ୍କ । ପାଦରୁ ମୁଣ୍ଡ ଯାଏଁ ଘୋଡ଼ାଇରଖିଛି । ପାଦ ଚିପି ଚିପି କେମିତି ନିରଞ୍ଜନଙ୍କ ଘରେ ଚୋର ପଶୁଛି । ନିରଞ୍ଜନଙ୍କ ପୁଅ ଦେବଜ୍ୟୋତିଙ୍କ ମାଷ୍ଟର ବେଡରୁମ୍ । ସିଧା ସେଇଠି ପହଞ୍ଚି ଯାଇଛି ଚୋର ଆଉ ଆଖିବୁଜି ଆଲମାରୀ ଖୋଲି ଚଳାଇଛି ମିଶନ୍ ଲୁଟ୍ । ଏଭଳି ପ୍ରାୟ ଘଣ୍ଟାଏ ଧରି ଘର ଭିତରୁ ଲୁଟପାଟ୍ ସାରି ରାତି ପ୍ରାୟ ୩ଟାବେଳେ ଇମର୍ଜେନସି ଏକଜିଟ୍ ଭଳି ଥିବା ଯେଉଁ ସରୁ ବାଟ ଦେଇ ପଶିଥିଲା, ସେହି ବାଟଦେଇ ଖସିଯାଇଛି ଆରାମରେ ।

ତେବେ ଘରେ ନିୟୋଜିତ ସିକ୍ୟୁରିଟି ଗାର୍ଡ ଏବଂ ଫାଷ୍ଟଫ୍ଲୋରରେ ଶୋଇପଡ଼ିଥିବା ନିରଞ୍ଜନ କେମିତି ଜାଣିପାରିଲେନି ? ଚାରିଆଡ଼େ ସିସିଟିଭି ଏବଂ ସିକ୍ୟୁରିଟି ଗାର୍ଡ ଥିବା ଜାଣି ବି ଜଣେ ଭିଭିଆଇପିଙ୍କ ଘରେ ପଶିବାକୁ ଚୋର ଏତେବଡ଼ ସାହସ କଲା କେମିତି ? ସାଧାରଣତନ୍ତ୍ର ଦିବସ ପାଇଁ ରାତି ତମାମ୍ ସହର ସାରା ପୋଲିସ ପଇଁତରା ମାରୁଥିବା ଜାଣି ବି ନିର୍ଭୟରେ ଘଣ୍ଟାଏ ଧରି ନିରଞ୍ଜନଙ୍କ ଘରେ କେମିତି ରଚିପାରିଲା ଏତେବଡ଼ ମିଶନ୍ ? ଏଭଳି ନାନା ପ୍ରଶ୍ନ ଭିତରେ ପୋଲିସ କମିଶନର, ଉଭୟ କଟକଭୁବନେଶ୍ବର ଡିସିପି ପହଞ୍ଚି ଖୋଳତାଡ଼ ଚଳାଇଛନ୍ତି। କହିଛନ୍ତି, ସୁରାଗ୍ ମିଳିଛି। ଖୁବଶୀଘ୍ର ଚୋର ଧରାପଡ଼ିବ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ଫୋନ କରି ନିରଞ୍ଜନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ବ୍ରହ୍ମପୁରରେ କଣ୍ଟ୍ରୋଲ ବାହାରେ ପୁରୁଣା ଅପରାଧୀ, ମାନୁ ନାହାଁନ୍ତି ଆଇନ କାନୁନ..

  • Reported by:
  • CHANDAN PAIKRAY