ନବୀନଙ୍କ ରେକର୍ଡ ଭାଙ୍ଗିଲେ ମୋହନ । ୨୪ ବର୍ଷର ସରକାରଙ୍କ ସତ ପଡ଼ିଲା ପଦାରେ । ୮ ମାସର ସରକାର ଦେଲା ଓଡ଼ିଶା ପାଇଁ ନୂଆ ସୁଯୋଗ । ଉତ୍କର୍ଷ ଓଡିଶା ସମ୍ମିଳନୀ ମୋହନ ଆଣିଲେ ବିରାଟ ସଫଳତା ।
ସୁଭଦ୍ରା ଯୋଜନାର ଆସିବ ନୂଆ ୩ଟି ରୂପ । କେବଳ ଆର୍ଥିକ ସହାୟତା ନୁହେଁ ଏଥର ମହିଳାଙ୍କୁ ଋଣଦେବ ସୁଭଦ୍ରା । ଏବେ କେବଳ ପାଞ୍ଚ ହଜାର ନୁହେଁ ଋଣ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ମହିଳା ।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସ୍ୱର୍ଗତ ନବ ଦାସଙ୍କ ସହ ମୋର କେବେ ବି ଭଲ ସମ୍ପର୍କ ନଥିଲା। ଆମ ଭିତରେ ଝଗଡାର କାରଣ କିଛି ନଥିଲା। ହୁଏତ ଆମେ ଦୁଇଜଣ ଯାକ ଭିନ୍ନ ଚରିତ୍ରର ବ୍ୟକ୍ତି। ସେଥିପାଇଁ ଆମେ କେବେ ପରସ୍ପରକୁ ପସନ୍ଦ କରୁନଥିଲୁ।
ବାସ୍ତବରେ ଦେଖିବାକୁ ଗଲେ ମହିଳାଙ୍କୁ ଟଙ୍କା ବାଣ୍ଟିବା ଯୋଜନା ରାଜ୍ୟ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ (SBI) ସର୍ଭେ ରିପୋର୍ଟରୁ ଜଣାପଡିଛି ।
ନବୀନ କହୁଥିଲେ କରିବୁ, ମୋହନ ନିଜେ କରି ଦେଖାଇଲେ । ଆମେ କହୁଛୁ ୨୪ ବର୍ଷର ନବୀନ ସରକାରଙ୍କ କଥା । ଯାହାର ରେକର୍ଡକୁ ମାତ୍ର କେଇଟା ମାସରେ ମୋହନ ସରକାର ଧୂଳିସାତ କରିଛନ୍ତି ।
ଓଡ଼ିଶା ସଶକ୍ତ ହେବ ଓ ସମୃଦ୍ଧ ହୋଇପାରିବ। ଓଡ଼ିଶା ବିକାଶ ଓ ବିରାସତଙ୍କ ଅଦ୍ଭୁତ ମଡେଲ ବୋଲି ମୋଦି କହିଛନ୍ତି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ଆଜିଠୁ ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ପୂର୍ବାହ୍ନ ୧୦ଟା ୩୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି। ସେଠାରୁ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମଇଦାନରେ ସେ ପହଞ୍ଚିବେ।
ଭୋଟ୍ ପୂର୍ବରୁ ସଭାପତି ଲବି। ୨୪ ନିର୍ବାଚନର ବଡ଼ ବିପର୍ଯ୍ୟୟ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ । ଏଥିପାଇଁ ଚାଲେଞ୍ଜ ଯେତିକି, ଗୋଷ୍ଠୀ କନ୍ଦଳ ବି ସେତିକି । ଏହାରି ଭିତରେ ୨୪ରେ ଫେଲ୍ ମାରିଥିବା ଆଗଧାଡ଼ିର ନେତାଙ୍କୁ ନବୀନ ରାଜ୍ୟ କମିଟିରେ ସ୍ଥାନ ଦେବେ ନା ନାହିଁ ତାହା ବଡ଼ ପ୍ରଶ୍ନ। ସେହିପରି ପ୍ରମୁଖ ସଂଗଠନଗୁଡ଼ିକ ଭାଙ୍ଗିବା ପରେ ସଭାପତି ପଦ ପାଇଁ ଲବି ବି ଆରମ୍ଭ ହୋଇଗଲାଣି।..
କଟନୀ ଛଟନୀକୁ ନେଇ ମନ୍ତ୍ରୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି କିଏ ସେହି ଆଇଏଏସ୍? ଏବେ ମଧ୍ୟ କ’ଣ ମୁଣ୍ଡିରୁ ଯାଇନି ବାବୁରାଜ ଶାସନତନ୍ତ୍ର ? ନା ମିଲରଙ୍କ ସହ ମଧୁଚନ୍ଦ୍ରିକାରୁ ମନ୍ତ୍ରୀଙ୍କୁ ଏମିତି କହିଥିଲେ ଅଧିକାରୀ ?
ବିଜେଡିର ବିଭିନ୍ନ ପ୍ରମୁଖ ସଂଗଠନ ପାଇଁ ଏବେଠୁ ଅନେକ ନାଁ ଚର୍ଚ୍ଚାକୁ ଆସିଲାଣି। ତା’ ସହ ଲବି ମଧ୍ୟ ଜୋର୍ ଧରିଛି। ବିଜେଡିର ଏକଦା ଭୋଟ ବ୍ୟାଙ୍କ ଥିବା ମହିଳା ବର୍ଗକୁ ଦଳ ଏଥର ଅଧିକ ଫୋକସ ଦେଉଛି।
ଏହା କି ପ୍ରକାରର ରାଜନୀତି । କ୍ଷମତା ପାଇଁ ହିଂସାକୁ ଆପଣାଉଛନ୍ତି ରାଜନେତା । ଦେଶ ରବିବାର ଦିନ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଉତ୍ତରାଖଣ୍ଡର ଖାନପୁରରେ ଯାହା ଘଟିଗଲା, ତାହା ସଚେତନ ନାଗରିକଙ୍କ ମୁଣ୍ଡ ତଳକୁ କରିଦେଇଛି । ରାଜନୀତି ଯଦି ଏଇ ସ୍ତରକୁ ଯାଏ... ।
ରାଜ୍ୟ ସରକାର ପ୍ରାକୃତିକ ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟକୁ ନେଇ ଉତ୍କର୍ଷ ଓଡିଶାର ନକ୍ସା ପ୍ରସ୍ତୁତ କଲାବେଳେ ଏକ୍ଷେତ୍ରରେ ପୂର୍ବରୁ ଯେଉଁ ଆହ୍ୱାନଗୁଡିକ ଆସିଛି ତାର ତର୍ଜମା କରିବାର ଆବଶ୍ୟକତା ରହିଛି । ଯାହା ଗତ ପୂର୍ବ ସରକାର ସମୟରେ ଦେଖିବାକୁ ମିଳିଥିଲା । ଓଡିଶାରେ ଆୟୋଜିତ ଦୁଇଦିନିଆ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀରେ ସେଗୁଡିକପ୍ରତି ବିଶେଷ ଧ୍ୟାନାକର୍ଷଣ କରିବାର ଆବଶ୍ୟକତା ଥିଲା । ଦ୍ରୁତ ବିକାଶକୁ ଲକ୍ଷ୍ୟରେ ରଖି ଖଣି ଉତ୍ତୋଳନକୁ ଯେଉଁଭଳି ପ୍ରାଧାନ୍ୟତା ଦିଆଯାଇଛି, ସେହିଭଳି ବିସ୍ତାପନ, ପୁନଃଥଇଥାନ, ଜଳବାୟୁ ପରିବର୍ତ୍ତନ, ପରିବେଶ, ପର୍ଯ୍ୟଟନ ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ଆଦି ପ୍ରସଙ୍ଗୀୟ ଆହ୍ୱାନଗୁଡିକ ପ୍ରତି ସେଭଳି ଗୁରୁତ୍ୱ ଦିଆଯାଇନାହିଁ ।
ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ ।
ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ ।
ସାଧାରଣତନ୍ତ୍ର ଦିବସରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ପୂର୍ବରୁ କୁହାଯାଉଥିଲା ଓଡିଶା ଅଭିଶପ୍ତ, ଯାହାକି ଏବେ ପରିବର୍ତ୍ତନ ହୋଇଛି।
ଓଡ଼ିଶା କଂଗ୍ରେସ ପାଇଁ ଏବେ ସବୁଠୁ ବଡ଼ ପ୍ରସଙ୍ଗ ପାଲଟିଥିବା ପିସିସି ସଭାପତି ଚୟନ ନେଇ ଚୁପ୍ ବସିଛି ଏଆଇସିସି। ଆଉ ଏପଟେ ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ ରାଜନୀତି।
ପ୍ରାୟ ୪ ବର୍ଷ ତଳେ ଅର୍ଥାତ ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ମାହାଙ୍ଗାରେ ହୋଇଥିଲା ଡବଲ ମର୍ଡର। ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଯେଉଁଥିରେ ୧୩ ଜଣଙ୍କ ବିରୋଧରେ ଏତଲା ହୋଇଥିଲା।
ଗତ ନଭେମ୍ୱର ୪ ତାରିଖରେ ପିସିସି ଚୟନ ପାଇଁ ଓଡ଼ିଶା ଆସିଥିଲେ ଚରଣ ଦାସ ମହନ୍ତଙ୍କ ଟିମ୍। କଂଗ୍ରେସ ଭବନରେ ୨୧ ଜଣିଆ ଷ୍ଟିଅରିଂ କମିଟି ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ହାଇକମାଣ୍ଡଙ୍କୁ ରିପୋର୍ଟ ମଧ୍ୟ ଦେଇଥିଲେ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । କହିଲେ, କେଜରିୱାଲ ବଡ ମିଛୁଆ । ସେ କଣ ସବୁ କରିଛନ୍ତି, ଗୋଟି ଗୋଟି କରି କହିଲେ । ବିଜେପି କଣ କରିବ, ସେ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଘୋଷଣା କଲେ ।
ଯଦିଓ ୨୪ ନିର୍ବାଚନ ପରାଜୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । କିନ୍ତୁ ଏବେ ବି ପାଣ୍ଡିଆନ ବିଜେଡିରେ ନବୀନଙ୍କ ପରେ ସର୍ବେସର୍ବା ବୋଲି କୁହାଯାଉଛି ।
ଦାଣ୍ଡରେ ପଡ଼ି, ହାଟରେ ଗଡୁଛି ଘର କଳି । ବଡ ପୁଅ କଂଗ୍ରେସରେ ଥିବାବେଳେ ସାନପୁଅ ମନ୍ମଥ ଏବେ ବିଜେଡିରେ। ସୁର କାହାକୁ ସପୋର୍ଟ କରିବେ, କାହାକୁ ବିରୋଧ କରିବେ କିଛି ବୁଝି ହେଉନି। ଯେପରି ଲାଗୁଛି ରାଜନୀତି ପାଇଁ ୨ ଫାଳ ହୋଇଯାଉଛି ସୁରଙ୍କ ପରିବାର।
ବାହାରୁ ଆସୁଥିବା ଡାକ୍ତର ଟିମ୍ଙ୍କ ଭିକେ ପାଣ୍ଡିଆନ କନ୍ସଲ୍ଟ କରନ୍ତି । ପାଣ୍ଡିଆନ୍ ତାଙ୍କ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି । ଯାହା ଏକ ପୁଣ୍ୟ କାମ ।
ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢିଲା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ ।