ନବୀନଙ୍କୁ ଟପିଗଲେ ମୋହନ ! ଭାଙ୍ଗିଲେ ନବୀନଙ୍କ ୨୪ ବର୍ଷର ରେକର୍ଡ ! ୮ ମାସର ସରକାର ସାକାର କଲା ଓଡ଼ିଆ ଆଖିର ସ୍ୱପ୍ନ ! ନବୀନ କହୁଥିଲେ କରିବୁ, ମୋହନ ନିଜେ କରି ଦେଖାଇଲେ । ଆମେ କହୁଛୁ ୨୪ ବର୍ଷର ନବୀନ ସରକାରଙ୍କ କଥା । ଯାହାର ରେକର୍ଡକୁ ମାତ୍ର କେଇଟା ମାସରେ ମୋହନ ସରକାର ଧୂଳିସାତ କରିଛନ୍ତି । ଆଉ ଓଡ଼ିଶା ପାଇଁ ଆଣିବାକୁ ଯାଉଛନ୍ତି ନିଯୁକ୍ତିର ସୁନେଲି ସକାଳ ।
ଶିଳ୍ପର ହବ୍ ହେବ ଓଡ଼ିଶା ମାଟି । ଆଉ ଦାଦନ ପାଦରେ ବେଡି ପଡ଼ବ । ଓଡ଼ିଆ ପୁଅ ନିଯୁକ୍ତି ପାଇବ । ନିଜ ପରିବାର ସହ ଖୁସିରେ ରହିବ । ଆଉ ବୋଧହୁଏ ଆଗକୁ ଓଡ଼ିଶା ନଲେଖିପାରେ ଦାଦନ ଦୁଃଖର ସେ ଛାତି ଥରା କାହାଣୀ ।
Also Read
ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି
ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ନବୀନ ଫେଲ୍ ! ୮ ମାସର ମୋହନ ସରକାର ମାରିଲେ ବାଜି ! କେନ୍ଦୁଝରରେ JSW କରିବ ଷ୍ଟିଲ ପ୍ଲାଣ୍ଟ ! ରାୟଗଡ଼ାରେ ବେଦାନ୍ତ କରିବାକୁ ଯାଉଛି ଆଲୁମିନିୟମ ପ୍ଲାଣ୍ଟ ! ରାଜ୍ୟରେ ମାତ୍ର ୮ ମାସର ବିଜେପି ସରକାରରେ ଏହା ବଡ଼ ଉପଲବ୍ଧି ବୋଲି କୁହାଯାଉଛି । ପୂର୍ବରୁ ବିଜେଡି ସରକାର ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ବିଜନେସ୍ ଟାଇକୋନ୍ ମାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି । ହେଲେ ସେମାନେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଏତେ ବଡ଼ ସୁଯୋଗ ଦେଇ ନାହାନ୍ତି କି ଶିଳ୍ପକୁ ନେଇ ଏତେ ବଡ଼ ପଦକ୍ଷେପ ନେଇ ନାହାନ୍ତି ନବୀନ ସରକାର । ଯାହା କି ମୋହନ ସରକାର କରିବାକୁ ଯାଉଛନ୍ତି ।
ନୂଆ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରର ଜନତା ମୈଦାନରେ ଆୟୋଜିତ ହୋଇଛି ଉତ୍କର୍ଷ ଓଡ଼ିଶା । ମାତ୍ର ଗୋଟିଏ ଥର ଏହି ସମ୍ମିଳନୀ ହୋଇଥିବାବେଳେ ଶିଳ୍ପପତିମାନଙ୍କ ଏତେ ବଡ଼ ପ୍ରତିଶ୍ରୁତି ସମସ୍ତଙ୍କ ମନରେ ଆଶା ସଞ୍ଚାର କରିଛି । ଆଉ ଓଡ଼ିଶା ପାଇଁ ଆସିବାକୁ ଯାଉଛି ନିଯୁକ୍ତିର ବଡ଼ ସୁଯୋଗ ।