ଆଜି ଗୃହରେ ପ୍ରଶ୍ନକାଳ ଚ।ଲିଥିବା ବେଳେ ବାଚସ୍ପତିଙ୍କ ବିବୃତ୍ତି ଦାବି କରିଥିଲା ବିଜେଡି । ଗତକାଲିର ଘଟଣାକୁ ନେଇ ବିବୃତି ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିବୃତି ଦାବି କରି କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ। ପରେ ବିଧାନସଭା ବାହାରକୁ ଯାଇ କଂଗ୍ରେସର ସାଥ ଦେଇଥିଲା ବିଜେଡି।
୭ ଦିନ ପାଇଁ ଗୃହରୁ କଂଗ୍ରେସ ଆଉଟ୍ । ୧୪ ବିଧାୟକରୁ ବିଦା ହେଲେ ୧୨ ଜଣ । ତାରା ଓ ରମେଶଙ୍କ ଛଡ଼ା ଗୃହରେ ଦେଖିବାକୁ ମିଳିବେନି କଂଗ୍ରେସର ଅନ୍ୟ ସଦସ୍ୟ । ଲଗାତାର ଗୋଟିଏ ସପ୍ତାହ ପରେ ବି ସ୍ୱାଭାବିକ ହୋଇପାରିଲାନି ଗୃହ ।
ଓଡ଼ିଶାରେ ମୁଣ୍ଡ ଟେକିବ କଂଗ୍ରେସ । ଆସନ୍ତା ୨୭ ହେବ ବିପ୍ଲବ । ବିଜେପିକୁ ଭକ୍ତ କଲେ ପ୍ରଶ୍ନ । ବିଜେଡିକୁ ଜବାବ ମାଗିଲା କଂଗ୍ରେସ । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ରାଜରାସ୍ତାରେ କାନ୍ଦୁଛି ଶିକ୍ଷକ... ଗର୍ଜନ ଛାଡ଼ୁଛନ୍ତି ଅଙ୍ଗନବାଡ଼ି ଦିଦି । ଗୁହାରୀ କରୁଛି ଆଉଟସୋର୍ସିଂ କର୍ମଚାରୀ । ନିଜ ପେଟରେ ଓଦାକନା ପକାଇ ଖଟିଚାଲିଛି ଆଶା କର୍ମୀ । ମଳିମୁଣ୍ଡିଆ କର୍ମୀଟିଏ ଭାବେ ନିତିଦିନ ଗଣ୍ଡିଏ ଖାଇ ଗଣ୍ଡିଏ ଖାଇବା ସାଉତି ରଖୁଛି ପାଚିକା । ଆଉ ଏ ପ୍ରାଥମିକ ଶିକ୍ଷକଙ୍କ କଥା ତ ନକହିବା ଭଲ ।
ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛନ୍ତି କଂଗ୍ରେସ ବିଧାୟକ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ।
୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ। ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ। ସେମାନଙ୍କ ସହ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି।
କଂଗ୍ରେସର ଏହି ୫ ବରିଷ୍ଠ ନେତା ବିଧାନସଭା ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ୍ ସେମାନଙ୍କୁ ଅଟକାଇଥିଲେ। ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ କଂଗ୍ରେସ ନେତା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା ।
ବିଧାନସଭାରେ ରୀତିମତ ବିଶୃଙ୍ଖଳା ପାଇଁ ୧୨ କଂଗ୍ରେସ ବିଧାୟକ ନିଲମ୍ବିତ । ୭ଟି କାର୍ଯ୍ୟ ଦିବସ ଯାଏଁ ଗୃହକୁ ଆସିବା ଉପରେ ବାଚସ୍ପତିଙ୍କ କଟକଣା ।
ବିଧାନସଭାରେ ଖଣି ମନ୍ତ୍ରୀଙ୍କ ସାୟରୀ। ଆଉ ସେହି ସାୟରୀ ଆଳରେ ପୂର୍ବ ବିଜେଡି ସରକାରକୁ ନିଶାନା। ନାଁ ନନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ।
ବିଧାନସଭାରେ ବିରୋଧୀଙ୍କ ରୀତିମତ ହଙ୍ଗାମା । କଂଗ୍ରେସ ସଦସ୍ୟଙ୍କ ଲଗାତର ବିଶୃଙ୍ଖଳିତ ଆଚରଣ । ଗୃହ ଭିତରେ ହାତାହାତି ପରିସ୍ଥିତି ଭିତରେ । ବିଧାନସଭାକୁ ଚଳାଇ ନଦେବାର ଯୋଜନାବଦ୍ଧ ଉଦ୍ୟମ !
ବିଧାନସଭାରେ ବିରୋଧୀଙ୍କ ରୀତିମତ ହଙ୍ଗାମା । କଂଗ୍ରେସ ସଦସ୍ୟଙ୍କ ଲଗାତର ବିଶୃଙ୍ଖଳିତ ଆଚରଣ । ଗୃହ ଭିତରେ ହାତାହାତି ପରିସ୍ଥିତି ଭିତରେ । ବିଧାନସଭାକୁ ଚଳାଇ ନଦେବାର ଯୋଜନାବଦ୍ଧ ଉଦ୍ୟମ !
ବିଧାନସଭାରେ ଖଣି ମନ୍ତ୍ରୀଙ୍କ ସାୟରୀ। ଆଉ ସେହି ସାୟରୀ ଆଳରେ ପୂର୍ବ ବିଜେଡି ସରକାରକୁ ନିଶାନା। ନାଁ ନନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ। କେମିତି ଖଣି ଲୁଟ କରି ଓଡ଼ିଶାର ସଂପତ୍ତିର ହରିଲୁଟି ହୋଇଛି ଏବଂ ଜଣେ ଲୋକ କିଭଳି ବିଜେଡିର ସର୍ବେସର୍ବା ବନିଯାଇଥିଲା ତାର ଗୁମର ଖୋଲିଛନ୍ତି ବିଭୂତି।
ବିଧାନସଭାରେ ରୀତିମତ ବିଶୃଙ୍ଖଳା ପାଇଁ ୧୨ କଂଗ୍ରେସ ବିଧାୟକ ନିଲମ୍ବିତ । ୭ଟି କାର୍ଯ୍ୟ ଦିବସ ଯାଏଁ ଗୃହକୁ ଆସିବା ଉପରେ ବାଚସ୍ପତିଙ୍କ କଟକଣା ।
ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ମଙ୍ଗଳବାର କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି। ଚଳିତ ବିଧାନସଭାରେ କଂଗ୍ରେସର ସମୁଦାୟ ୧୪ ଜଣ ବିଧାୟକ ରହିଛନ୍ତି। ଏହା ମଧ୍ୟରୁ ୧୨ ଜଣଙ୍କୁ ୭ କାର୍ଯ୍ୟ ଦିବସ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିରୋଧୀଙ୍କ ବିରୋଧକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ତୀବ୍ର ନିନ୍ଦା । ଯେଉଁ ସମୟରେ ସରକାରୀ ସହାୟତା ଆବଶ୍ୟକ, ସେ ସମୟରେ ବିରୋଧ ଗ୍ରହଣୀୟ ନୁହେଁ ।
ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍ । ଦରକାର ପଡ଼ିଲେ ପୁଣି କରିବ ରିଟର୍ଣ୍ଣ । ଏଥର ପଡ଼ିବ ଗୋପାଳ ଦାସଙ୍କ ପାଳି ! ଅଭିଯୁକ୍ତ ଗୋପାଳକୁ ଜେରା କରିବ କ୍ରାଇମବ୍ରାଞ୍ଚ ? କାହିଁକି ନବଙ୍କୁ ହତ୍ୟା କଲା ? କ’ଣ ପାଇଁ ସର୍ବ ସମ୍ମୁଖରେ ନବଙ୍କୁ ଗୁଳିକରି ମାରିଲା ? ଗୁଳି ପଛରେ କ’ଣ ରହିଛି କାରଣ ?
ମହାନଦୀରେ ପାଣି ନାହିଁ । ଚାଲିଛି କାଦୁଅ ଫିଙ୍ଗା ରାଜନୀତି । ମୁହାଁମୁହିଁ ହେଉଛନ୍ତି ଶାସକ ବିରୋଧୀ । ପ୍ରସନ୍ନ କଲେ ଟାର୍ଗେଟ୍ । ମନ୍ତ୍ରୀ ଦେଲେ କଡ଼ା ଜବାବ । ଛତିଶଗଡ଼ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାନଦୀକୁ ନେଇ ହୋଇଥିବା ଆଲୋଚନାକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ସବୁବେଳେ ପୂର୍ବ ସରକାରକୁ ଦୋଷ ଦେଲେ ହେବନାହିଁ ।
ଦୁଇ ଦିନ ତଳେ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ପଞ୍ଚାୟତରେ ୪ ଶହରୁ ଅଧିକ ଘର ଭାଙ୍ଗି ଯାଇଥିଲା। ଏଥିସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ଯାଇଥିଲା।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ କେନ୍ଦ୍ର ସରକାର ବିରୋଧୀ ମେଳି କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇ ବିଜେଡି ମୁଖିଆ ଭିଡିଓ ବାର୍ତ୍ତା ଦେଇ ଜଣାଇବାକୁ ଚାହିଁଛନ୍ତି ଆଉ ଏନଡିଏକୁ ନୁହେଁ କଂଗ୍ରେସକୁ ସପୋର୍ଟ କରିବେ ।
ପୂର୍ବ ସରକାରରେ ପୂର୍ବ ତଦନ୍ତକାରୀ ଟିମରେ ଗୋପାଳଙ୍କୁ ବି ଜେରା କରାଯାଇଥିଲା। ଗୁଜରାଟକୁ ନେଇ ପଲିଗ୍ରାଫ୍ ଟେଷ୍ଟ ବି କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ସେଥିରୁ କଣ ମିଳିଥିଲା, କଣ କହିଥିଲା ଗୋପାଳ ସେ କଥା ଜଣାପଡ଼ିନଥିଲା କି ସାମ୍ନାକୁ ଆସିନଥିଲା।
ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ନୟାଗଡ଼ ଜିଲ୍ଲାର କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।
#ନବୀନଙ୍କ_ଷ୍ଟାଣ୍ଡ_ବଦଳିଗଲା! ସବୁବେଳେ ସମଦୂରତା କଥା କହି ପୂର୍ବରୁ NDAକୁ ଅହେତୁକ ସହାୟତା ଯୋଗାଇ ଆସୁଥିବା ନବୀନ, ଆଜି ପ୍ରଥମ ଥର ପାଇଁ ନେଇଛନ୍ତି ବିଜେପି ବିରୋଧୀ ଷ୍ଟାଣ୍ଡ୍। ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ଆୟୋଜିତ ବିରୋଧୀଙ୍କ ବୈଠକରେ ଯୋଗ ଦେଇଚନ୍ତି ବିଜେଡି ନେତା। ଭିଡିଓ ବାର୍ତ୍ତା ରଖି ନବୀନ ବି କରିଛନ୍ତି ବିରୋଧ। ତେବେ ନବୀନଙ୍କ ହଠାତ୍ ଏମିତି ଷ୍ଟାଣ୍ଡକୁ ନେଇ ଅନେକ ଚର୍ଚ୍ଚା। ବିଜେପିକୁ ବିରୋଧ କରି କଂଗ୍ରେସ ସହ ବିଜେଡି ମେଣ୍ଟ କରୁଛି ବୋଲି କହିଛି ବିଜେପି।
ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଥିଲେ ଛାତ୍ରୀ । ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଏହି ଅଭିଯୋଗ କରିଥିଲେ ଛାତ୍ରୀ । କିଟ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି । ପୂରା ଘଟଣାର ଉଚ୍ଚସ୍ତରୀୟ କମିଟି ତଦନ୍ତ କରୁଥିବା କଥା ବି ଦର୍ଶାଇଛନ୍ତି ମନ୍ତ୍ରୀ ।
୭ରେ ତାଗିଦ୍, ୨୦ରେ କାର୍ଯ୍ୟାନୁଷ୍ଠାନ । ଏଥର ସାବାଡ୍ ଓଡ଼ିଶା ପୋଲିସ । ଚଳିତ ମାସ ନୂଆପଲ୍ଲୀ ଥାନା ଉଦ୍ଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିବା ଏହି ଦୁଇ ପଦ କଥାକୁ ଏବେ ଅକ୍ଷରେ ଅକ୍ଷରେ ପାଳନ କରିଛି ଓଡ଼ିଶା ପୋଲିସ ବିଭାଗ ।
ଚେନ୍ନାଇ ଗଲା ବିଜେଡି । ବିଜେପି ବିରୋଧରେ ବାନ୍ଧିବ ମେଳି । ବସିବ ବୈଠକ, ରାଜନୀତି ପାଇଁ କଷିବ ଅଙ୍କ । ଶନିବାର ଦିନ ଚେନ୍ନାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଯାଇଛନ୍ତି ବିଜେଡି ପ୍ରତିନିଧି । ଡିଲିମିଟେସନ ନେଇ ଏହି ବୈଠକ ହେବାକୁ ଯାଉଛି ।