Advertisment

Odisha BJP President Targets BJD: `ପୂର୍ବରୁ କୁହାଯାଉଥିଲା ଓଡିଶା ଅଭିଶପ୍ତ, ଏବେ ପରିବର୍ତ୍ତନ ହୋଇଛି'

ସାଧାରଣତନ୍ତ୍ର ଦିବସରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ପୂର୍ବରୁ କୁହାଯାଉଥିଲା ଓଡିଶା ଅଭିଶପ୍ତ, ଯାହାକି ଏବେ ପରିବର୍ତ୍ତନ ହୋଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha BJP President Targets BJD

Odisha BJP President Targets BJD

ସାଧାରଣତନ୍ତ୍ର ଦିବସରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ପୂର୍ବରୁ କୁହାଯାଉଥିଲା ଓଡିଶା ଅଭିଶପ୍ତ, ଯାହାକି ଏବେ ପରିବର୍ତ୍ତନ ହୋଇଛି। ବିଜେପି ସରକାର ସ୍ବାବଲମ୍ବୀ ନୀତିରେ ଚାଲିଛି । ସମସ୍ତେ ଚାହୁଁଥିଲେ କିଭଳି ପରିବର୍ତ୍ତନ ହେବ ଏବେ ତାହା ହୋଇଛି ।  ଭାରତ ବର୍ଷ ସହ ଓଡିଶା ବିକାଶ ଧାରାରେ ତାଳ ଦେଇ ଚାଲିବ।  ଲୋକ ୨୪ ବର୍ଷର ଶାସନରୁ ମୁହଁ ବୁଲେଇଛନ୍ତି।  ଆଜି ଓଡିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହୋଇଛି। 

Advertisment

ସେପଟେ ମନମୋହନଙ୍କୁ ଜବାବ ଦେଇ ବିଜେଡି କହିଛି, ୨୪ ବର୍ଷର ସରକାରରେ ଆମ ସହ ୯ ବର୍ଷ ରହିଥିଲା ବିଜେପି । ନବୀନଙ୍କ ନେତୃତ୍ବରେ ବିକାଶ ପ୍ରତିଫଳିତ ହୋଇଛି । ଯାହାକୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି । 

ଅଧିକ ପଢ଼ନ୍ତୁ: ଖୁସି ଖବର; ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି

ଅପରପକ୍ଷେ ଓଡ଼ିଶାର ବିକାଶକୁ ଦ୍ବିଗୁଣିତ କରିବ ଡବଲ୍ ଇଞ୍ଜିନ୍ ସରକାର । ଗାଁ ଲୋକଙ୍କ ହାତରେ ରହିବ ବିକାଶର ଚାବିକାଠି । ଆଜି କଟକ ବିଡ଼ାନାସୀ ଗ୍ରାଉଣ୍ଡରେ ୭୬ ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଛି ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହରାଞ୍ଚଳ ଭଳି ଗ୍ରାମାଞ୍ଚଳ ଉପରେ ଅଧିକ ଫୋକସ୍ କରିବ ଓଡ଼ିଶାର ଡବଲ୍ ଇଞ୍ଜିନ୍ ସରକାର ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ସରକାର ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି । ରାଜ୍ୟରେ ଏବେ ୭୩ ହଜାର କୋଟିର ରେଳ ପ୍ରକଳ୍ପ କାମ ଚାଲିଛି । ସେହିଭଳି ୨୦ ହଜାର କୋଟି ଟଙ୍କାର ସଡ଼କ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅଦ୍ଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି । ଆଜିର ଦିନ ଉତ୍ସବର ଦିନ ନୁହେଁ, ବରଂ ସମ୍ବିଧାନକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ଇଣ୍ଡୋନେସିଆ ରାଷ୍ଟ୍ରପତି

BJD BJP Odisha BJP President Manmohan Samal
Advertisment
Advertisment