Advertisment

Mahanga Double Murder: ପୁଣି ଖୋଲିବ ମାହାଙ୍ଗା ଡବଲ ମର୍ଡର ଫାଇଲ୍, ଫସିବେ ପ୍ରତାପ ଜେନା!

ପ୍ରାୟ ୪ ବର୍ଷ ତଳେ ଅର୍ଥାତ ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ମାହାଙ୍ଗାରେ ହୋଇଥିଲା ଡବଲ ମର୍ଡର। ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଯେଉଁଥିରେ ୧୩ ଜଣଙ୍କ ବିରୋଧରେ ଏତଲା ହୋଇଥିଲା।

author-image
Manoranjan Sial
undefined

BJD

ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ପାଇଁ ବଢିଲା ଅଡୁଆ। ପୁଣି ଖୋଲିବ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍‌ ମର୍ଡର ଫାଇଲ। ମାମଲାର ପୁନଃ ବିଚାର ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଏହା ସହ ତଦନ୍ତ ସଂପର୍କରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଡବଲ ମର୍ଡର ଘଟଣାର ପୁନଃ ବିଚାର ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ଏହା ସହ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ ପ୍ରତାପ ଜେନାଙ୍କୁ ମଧ୍ୟ କୋର୍ଟ ଜବାବ ତଲବ କରିଛନ୍ତି। ଏହି ମାମଲାରେ ହାଇକୋର୍ଟ ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌ ଦେବା ପରେ ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପ୍ରାୟ ୪ ବର୍ଷ ତଳେ ଅର୍ଥାତ ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ମାହାଙ୍ଗାରେ ହୋଇଥିଲା ଡବଲ ମର୍ଡର। ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଯେଉଁଥିରେ ୧୩ ଜଣଙ୍କ ବିରୋଧରେ ଏତଲା ହୋଇଥିଲା। ଏତଲାର ୧୩ ନମ୍ବର ମୁଦାଲା ଥିଲେ ତତ୍କାଳୀନ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ହତ୍ୟାକାଣ୍ଡ ଅଭିଯୋଗ ଆଣି ସେତେବେଳେ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେପି। ତେବେ ପରବର୍ତ୍ତୀ ସମୟରେ କିନ୍ତୁ ଚାର୍ଜସିଟରୁ ପୋଲିସ ପ୍ରତାପ ଜେନାଙ୍କ ନାଁ ହଟାଇ ଦେଇଥିଲା।

Advertisment

ଅଧିକ ପଢ଼ନ୍ତୁ : ଓଡ଼ିଶା ପ୍ରଦେଶ କଂଗ୍ରେସ କେବେ ପାଇବ ସଭାପତି?

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଘଟଣାର ପ୍ରାୟ ମାସେ ପରେ ଫେରାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତ୍ୟୁ ହୋଇଥିଲା। ଫେବୃଆରୀ ୫ ତାରିଖରେ କଟକ ଟାଙ୍ଗୀ ନିକଟରେ ରାସ୍ତା କଡରୁ ମିଳିଥିଲା ପ୍ରଫୁଲ୍ଲର ମୃତଦେହ। ପ୍ରଫୁଲ୍ଲଙ୍କ ମୃତ୍ୟୁକୁ ଦୁର୍ଘଟଣା ବୋଲି କୁହାଯାଇଥିଲେ ମଧ୍ୟ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକ। କିନ୍ତୁ ତାହା ମଧ୍ୟ ରହସ୍ୟ ହୋଇ ରହିଗଲା। ପରବର୍ତ୍ତୀ ସମୟରେ ସାଲେପୁର ଅତିରିକ୍ତ ଦୌରାଜଜ ୯ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ହେଲେ ପ୍ରତାପ ଜେନାଙ୍କୁ ୨୦୨୪ ମସିହା ଅକ୍ଟୋବରରେ ହାଇକୋର୍ଟରୁ ମିଳିଥିଲା କ୍ଲିନ୍‌ଚିଟ୍‌। ତେବେ ସୁପ୍ରିମକୋର୍ଟ ଏହି ମାମଲାକୁ ପୁନଃବିଚାର ପାଇଁ ଗ୍ରହଣ କରିବା ପରେ ବିଜେପି କହିଛି, ଆଇନ୍‌ ମନ୍ତ୍ରୀ ଥିବା ବେଳେ ପୋଲିସକୁ ବ୍ୟବହାର କରି ତାଙ୍କ ହିସାବରେ ରିପୋର୍ଟ ଦେଇ ପ୍ରତାପ ଖସି ଯାଇଥିଲେ। ନୂଆ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବେ। ଜବାନ ବିଜେଡି କହିଛି ତଦନ୍ତ ହେଉ।

ମାମଲାର ପୁନଃବିଚାର ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଥିବା ବେଳେ ଏ ନେଇ ପ୍ରତାପ ଜେନାଙ୍କ ପ୍ରତିକ୍ରିୟ ମିଳିପାରି ନାହିଁ। ଏହି ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣା ଆଗକୁ କେଉଁ ମୋଡ ନେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ପିଛା ଛାଡୁନି ଚର୍ଚ୍ଚା, ନିଆଁରେ ଘିଅ ଢାଳିଲେ ମନ୍ମଥ

Mahanga Double BJD Supreme Court Minister Pratap Jena BJP
Advertisment
Advertisment