ଦେଢ ମାସ ଧରି ବିନା ମୁରବିରେ ଚାଲିଛି ରାଜ୍ୟ କଂଗ୍ରେସ । ନାଁ ବାଛି ପାରୁନି ଷ୍ଟିୟରିଂ କମିଟି ।
ନେତାଙ୍କ ଛାତି ଧଡ଼ଧଡ଼। ଧିରେ ଧିରେ ଖୋଲୁଛି ଇଭିଏମ୍ ପେଡି। ଫଇସଲା
‘ଓଡ଼ିଶା ବଞ୍ଚାଅ ସମାବେଶ’ ମାଧ୍ୟମରେ ମୁଣ୍ଡ ଟେକିଲା କଂଗ୍ରେସ। ଏକ ଦଶନ୍ଧି ପରେ ଦମ ଦେଖାଇଛି ଦଳ। ଚର୍ଚ୍ଚାରେ ‘ଭୋଟ୍ ଫର୍ ପଟନାୟକ’ ଟି-ସର୍ଟ, କ୍ରେନ୍ରେ ନେତାଙ୍କ ଫଟୋ, ରାଜଧାନୀରେ ବ୍ରହ୍ମପୁର ନେତାଙ୍କ ପୋଷ୍ଟର୍ ଏବଂ ମହମ୍ମଦ ମୋକିମ୍ଙ୍କ ବିଜ୍ଞାପନ।
ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ କାମ କରିଛୁ । କଂଗ୍ରେସ ବିରୋଧରେ କୌଣସି କାମ କରିନି ।’ କଂଗ୍ରେସକୁ ସୁଦୃଢ଼ କରିବାକୁ ଭୁବନେଶ୍ୱରରେ ଏକ ମିଟିଂ କରାଇଥିଲୁ ବୋଲି କହିଛନ୍ତି ଚିରଞ୍ଜୀବ ।
ନିଲମ୍ବନ ପରେ ମୋକିମ୍ ଓ ଚିରଞ୍ଜୀବଙ୍କ ଗତି କୁଆଡେ ? ଦୁହେଁ ବିଜେଡି ଆଡକୁ ଢଳୁଛନ୍ତି କି ? ଦଳ ଉପରେ ଏହାର କି ପ୍ରଭାବ ପଡିବ ? ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ ଜୋରଦାର ଚର୍ଚ୍ଚା ।
କଂଗ୍ରେସ ଦଳରୁ ନିଲମ୍ବିତ ହେଲେ କଟକ ବାରବାଟୀ ବିଧାୟକ । ବିଧାୟକ ମହମ୍ମଦ ମୋକିମ୍ଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ସେହିପରି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍ପେଣ୍ଡ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍ପେଣ୍ଡ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି ବୋଲି ଜଣାପଡ଼ିଛି ।
ଟପ୍ ଲିଡର ମୋକିମ୍ ଓ ଚିରଞ୍ଜୀବଙ୍କୁ ଦଳରୁ ନିଲମ୍ବନ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ସସପେଣ୍ଡ କଲା AICC
ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍ପେଣ୍ଡ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍ପେଣ୍ଡ କରିଛି ।
ତାରା ଓ ସପ୍ତଗିରିଙ୍କ ଗୋଷ୍ଠୀ ମଧ୍ୟରେ ଲାଗିଥିଲା ଛକାପଞ୍ଝା । ୧୦ ଜିଲ୍ଲାର ନୂଆ ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି ।
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା । ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ।
ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ଜାନକୀ-ବସନ୍ତ ଲିଗାସିକୁ ନେଇ ନୂଆ ଆଞ୍ଚଳିକ ଦଳ ସମୀକରଣ ଚର୍ଚ୍ଚା ।
ଉପ ନିର୍ବାଚନ ପାଇଁ ଜମୁଛି ଝାରସୁଗୁଡ଼ା ପ୍ରଚାର ମୈଦାନ । ଲଇକେରା ଓ କୋଲାବିରାରେ ବିଶାଳ ଜନସମାବେଶ ।
କଂଗ୍ରେସ, କମିଟି ଆଉ କନ୍ଦଳ । ରାଜ୍ୟ କଂଗ୍ରେସର କମିଟି ଘୋଷଣା ହେବା ପରେ ବିଧାୟକ ଗୋଷ୍ଠୀ ଏହାକୁ ନେଇ ବିରୋଧ ଆରମ୍ଭ କଲେଣି । ବଡ ଟିମ୍ ଗଠନ ପରେ ବି ଦଳରେ କାହିଁକି ଅସନ୍ତୋଷ କମୁନି ତାକୁ ନେଇ ଚର୍ଚ୍ଚା ।
କଂଗ୍ରେସ ବିରୁଦ୍ଧରେ କହିଲେ ଲୋକେ ମୋକିମଙ୍କୁ ଗ୍ରହଣ କରିବେନି । ବିଧାୟକ ମହମ୍ମଦ ମୁକିମଙ୍କୁ କାଉଣ୍ଟର କଲେ ବିଧାୟକ ତାରାପ୍ରସାଦ ବାହିନୀପତି ।
କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ଗୁଜବକୁ ନେଇ ଏମିତି କହିଲେ ବିଧାୟକ ସୁର ରାଉତରାୟ
ସୋ-କଜ୍ ରିପ୍ଲାଇ ନମିଳିବା ଯାଏ କଂଗ୍ରେସ ଭବନ କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବିନି, କେବଳ କଟକରେ ସୀମିତ ରହିବି କହିଲେ ମୋକିମ ।
ଭାଇନା ଟିକିଏ ହାଉଲୋ ଚାଲ....ଝୁଣ୍ଟି ପଡ଼ିବ ପା....ଇରେ ନାରଣ ତୁ କଣ ଜାଣିପାରୁନୁ? ଇଏ ପା ପିସିସି ସଭାପତି। ୨୨ ବର୍ଷ ହେଲାଣି ଦଳ ଏମିତି ଚାଲୁଛି ଯେ....ସରକାର କଣ ବିରୋଧୀ ଆସନରେ ବି ବସିପାରିଲାନି। ଆଉ ଇଏ ଯଦି ହାଉଲେ ଚାଲିବେ ୨୦୨୪ରେ ହେବ କ’ଣ?
କଂଗ୍ରେସର ନୂଆ ପିସିସି ସଭାପତିଙ୍କ ଚେତାବନୀ। ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ। ଶୃଙ୍ଖଳା ଭିତରେ ରହି କାମ କରାଯିବ। କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ନୂଆ ସଭାପତିଙ୍କ ନୂଆ ଷ୍ଟ୍ରାଟେଜି।
ନୂଆ ସଭାପତିଙ୍କ ନୂଆ ମିଶନ । ୬ ମାସରେ ରାଜ୍ୟରେ ଜୀବନ ପାଇବ କଂଗ୍ରେସ । ସଂଗଠନ ସ୍ତରରେ ଆସିବ ବଡ଼ ପରିବର୍ତ୍ତନ । ସଭାପତି ଦାୟିତ୍ୱ ନେବା ପରେ ଆଜି ଗଣମାଧ୍ୟମ ଆଗରେ ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ ।
ନୂଆ ସଭାପତି, ନୂଆ ମିସନ୍, ନୂଆ ଭିଜନ୍ । ଭିଜନ୍ ୨୦୨୪ ମୋଡରେ ପିସିସି ସଭାପତି ଶରତ ପଟ୍ଟନାୟକ । ୬ ମାସରେ କଂଗ୍ରେସର ବଡ଼ ପରିବର୍ତ୍ତନ ହେବ । ବଦଳିବ ରୂପରେଖ, ବଦଳିବ ଆଭିମୁଖ୍ୟ । ନେତାଙ୍କୁ ଦକ୍ଷତା ଅନୁଯାୟୀ ଦାୟିତ୍ୱ ମିଳିବ ।
ଉଦୟପୁର ଶିବିରରୁ ଫେରିବା ପରେ ଦଳର ସମ୍ଭାବନାକୁ ନେଇ ଆଶାବାଦୀ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଚିନ୍ତନ ଶିବିରରେ ସାମିଲ ହୋଇ ଫେରିଥିବା ନିରଞ୍ଜନ ରାଜ୍ୟରେ ସଂଗଠନ, ରାଜନୈତିକ, ଅର୍ଥନୀତି, କୃଷକ, ସାମାଜିକ ନ୍ୟାୟ ଓ ବେରୋଜଗାର ପ୍ରସଙ୍ଗରେ ଚର୍ଚ୍ଚା କରିଥିବା କହିଛନ୍ତି ।
ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏଥିପାଇଁ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲା କୁମାର । ଘଣ୍ଟା ଘଣ୍ଟା ଧରି କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ ।
ନିକଟରେ ରାଜ୍ୟରେ ଶେଷ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଦକ୍ଷିଣ ଓଡିଶାରେ ଭଲ ପ୍ରଦର୍ଶନ କରିଛି । ହେଲେ ପଶ୍ଚିମ କି ଉପକୂଳରେ ଦଳର ପ୍ରଦର୍ଶନ ଏତେ ଭଲ ନାହିଁ ।
ମହାଲିଙ୍ଗ୍ ସନ୍ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ସାରା ରାଜ୍ୟ ସହ ମନ୍ତ୍ରୀଙ୍କ ହୋମ୍ଗ୍ରାଉଣ୍ଡରେ ବିରୋଧୀଙ୍କ ଜାରି ରହିଛି ଘନ ଘନ ହମ୍ଲା ।