Advertisment

Government Free Scheme: ରାଜ୍ୟମାନଙ୍କୁ ଋଣରେ ବୁଡ଼ାଇବ ମାଗଣା ଯୋଜନା, SBI ସର୍ଭେରୁ ଆସିଲା ସଂଘାତିକ ତଥ୍ୟ...

ବାସ୍ତବରେ ଦେଖିବାକୁ ଗଲେ ମହିଳାଙ୍କୁ ଟଙ୍କା ବାଣ୍ଟିବା ଯୋଜନା ରାଜ୍ୟ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ (SBI) ସର୍ଭେ ରିପୋର୍ଟରୁ ଜଣାପଡିଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
SBI ସର୍ଭେରୁ ଆସିଲା ସଂଘାତିକ ତଥ୍ୟ

କ୍ଷମତା ଦଖଲ ପାଇଁ ଘୋଷଣା ହେଉଛି ମାଗଣା ଯୋଜନା ।

କ୍ଷମତା ଦଖଲ ପାଇଁ ଘୋଷଣା ହେଉଛି ମାଗଣା ଯୋଜନା । ଗୋଟେପଟେ କ୍ଷମତାର ଲୋଭ ଅନ୍ୟପଟେ ମହିଳାଙ୍କୁ ସମ୍ମାନ । ରାଜ୍ୟରେ ନିର୍ବାଚନ ଆସିଗଲେ ମହିଳାଙ୍କ କଥା ମନେପଡ଼େ ରାଜନୈତିକ ଦଳମାନଙ୍କର । ରାଜନୈତିକ ଦଳମାନେ ନିର୍ବାଚନ ପୂର୍ବରୁ ମହିଳାମାନଙ୍କ ଭୋଟ୍ ହାତେଇବା ପାଇଁ ଅନେକ ମାଗଣା ଯୋଜନା ଘୋଷଣା କରନ୍ତି । ଅନେକ ରାଜ୍ୟରେ ଏହି କ୍ଷେତ୍ରରେ ସଫଳ ହୁଅନ୍ତି ରାଜନୈତିକ ଦଳ । କିନ୍ତୁ, ବାସ୍ତବରେ ଦେଖିବାକୁ ଗଲେ ମହିଳାଙ୍କୁ ଟଙ୍କା ବାଣ୍ଟିବା ଯୋଜନା ରାଜ୍ୟ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ (SBI) ସର୍ଭେ ରିପୋର୍ଟରୁ ଜଣାପଡିଛି ।

Advertisment

ନିର୍ବାଚନ ପୂର୍ବରୁ ମହିଳା ମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବା ଦ୍ବାରା ଯଦିଓ ଭୋଟର ମାନେ ଖୁସି ହୁଅନ୍ତି, କିନ୍ତୁ ସେହି ଯୋଜନା ରାଜ୍ୟର ଋଣ ଭାରକୁ ବଢାଇବା ସହ ରାଜ୍ୟର ସମ୍ପୁର୍ଣ୍ଣ ବଜେଟ୍‌ର ୧୩% ପର୍ଯ୍ୟନ୍ତ ପହଞ୍ଚିଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି । ଏଭଳି ସ୍ଥିତିରେ କ୍ଷମତା ଦଖଲ ନିଶା ଭବିଷ୍ୟତରେ ବିଭିନ୍ନ ରାଜ୍ୟ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି । ଅନ୍ୟପଟେ SBIର ରିପୋର୍ଟ ସମସ୍ତଙ୍କ ହୋସ୍‌ ଉଡ଼ାଉଛି । ପ୍ରକୃତରେ ଏହି ଯୋଜନା ମହିଳାଙ୍କୁ ଆଗକୁ ନେବାପାଇଁ କରାଯାଉଛି ନା ଭୋଟ୍ ହାତେଇବାକୁ ଏମିତି କରାଯାଉଛି ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହି ରିପୋର୍ଟରେ ଉଲ୍ଲେଖ ଅଛି ୮ ଟି ରାଜ୍ୟରେ ଘୋଷଣା ହୋଇଥିବା ଏଭଳି ଯୋଜନା ପାଇଁ ଆର୍ଥିକ ବୋଝ ଦେଢ ଲକ୍ଷ କୋଟି ଟଙ୍କା ଟପିଯାଇଛି ।

ଏହି ବାବଦକୁ ଅର୍ଥ ରାଜ୍ୟ ରାଜସ୍ୱ ଆୟର ୩ ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ରହୁଛି ବୋଲି ଜଣାପଡ଼ିଛି । କର୍ଣ୍ଣାଟକ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଗୃହଲକ୍ଷ୍ମୀ ଯୋଜନା ପାଇଁ ୨୮,୬୦୮ କୋଟି ଟଙ୍କା ବରାଦ କରାଯାଇଛି । ଯାହାକି ରାଜ୍ୟ ର ରାଜସ୍ୱ ଆୟର ମୋଟ ୧୧ ପ୍ରତିଶତ । ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ଲକ୍ଷ୍ମୀର ଭଣ୍ଡାର ଯୋଜନାରେ ରାଜ୍ୟ ସରକାରଙ୍କୁ ରାଜସ୍ୱ ଆୟର ୬ ପ୍ରତିଶତ ଖର୍ଚ୍ଚ କରିବାକୁ ପଡ଼ୁଛି । ଦିଲ୍ଲୀ ସରକାରକୁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ରାଜସ୍ୱ ଆୟର ୩ ପ୍ରତିଶତ ଖର୍ଚ୍ଚ କରିବାକୁ ପଡ଼ୁଛି । ଏ କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥିତିରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏହି ଯୋଜନାପାଇଁ ଏହାକୁ ଲାଗୁ କରୁଥିବା ରାଜ୍ୟ ନିମ୍ନଗାମୀ ହେବାର ସମ୍ଭାବନା ରହିଛି ।

Advertisment

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

ଏକଥାକୁ ନେଇ ଆଲୋଚନା ହେଉଥିଲେ ମଧ୍ୟ ନିର୍ବାଚନ ପୂର୍ବରୁ ମାଗଣା ଯୋଜନା ଘୋଷଣା ଉପରେ ରୋକ୍‌ ଲାଗୁନାହିଁ । ଅନେକ ଶିକ୍ଷିତ ଏବଂ ବରିଷ୍ଠ ରାଜନେତା ନିଜ ଦଳକୁ କ୍ଷମତାକୁ ଆଣିବାକୁ ସବୁ କିଛି ପାସୋରି ଯାଉଛନ୍ତି । କ୍ଷମତା ଲାଳସା ରାଜ୍ୟ ପାଇଁ ବୁମେରାଂ ସାବ୍ୟସ୍ତ ନହେଉ ବୋଲି ଅର୍ଥନୈତିକ ବିଶାରଦ ମତବ୍ୟକ୍ତ କରିଛନ୍ତି । ଯଦି ଏମିତି ହେବ ରାଜ୍ୟର ଋଣ ଭାର ବଢିବା ସହ ରାଜ୍ୟ ଶିକ୍ଷା,ସ୍ବାସ୍ଥ୍ୟ ଏବଂ ଅନେକ କ୍ଷେତ୍ରରେ ପଛରେ ପଡ଼ିଯାଇପାରେ । କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ ଭଳି ସ୍ଥିତି ଅନ୍ୟ ରାଜ୍ୟରେ ନହେଉ ସେଥିପାଇଁ ଆଗୁଆ ସଜାଗ ହେବାର ଆବଶ୍ୟକତା ରହିଛି । ନହେଲେ ନେଡିଗୁଡ଼ କହୁଣିକୁ ବୋହିଗଲେ ଆର୍ଥିକ ସ୍ଥିତି ବିଗିଡ଼ିବା ସହ ବିକାଶ ମଧ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ସମ୍ବୋଧନ: କହିଲେ-ସମ୍ଭାବନାର ଭୂଖଣ୍ଡ ଓଡ଼ିଶା

Odisha Government Assembly Elections Karnataka Govt Delhi Government Delhi Assembly Election West Bengal Government
Advertisment
Advertisment