ଘର ଭାଙ୍ଗିଦେଲା ରାଜନୀତି ! କଂଗ୍ରେସ ବିଜେଡି କଲେ ବାପ-ପୁଅଙ୍କ ଭିତରେ ଫାଟ । ପରିବାର ଖୁସିରେ ସାମିଲ ହେଲେନି ସୁର ! ଅଳ୍ପ ସମୟ ରହିଲେ, ନିଜକୁ ଅଲଗା ରଖିଲେ ।
କିଛି ଗୁପ୍ତ ଫୁପ୍ତ ରଖାଯାଇ ନଥିଲା, ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। ମୋ ପୁଅ ବିବାହରେ ବିବାହ କାର୍ଡ ଛପା ଯାଇନଥିଲା କି ଏହି ବିବାହରେ କାହାକୁ ନିମନ୍ତ୍ରଣ କରାଯାଇ ନଥିଲା। ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ପାଇଁ ମୋ ପୁଅ କହିଥିଲା। ଅନ୍ୟ କାହାକୁ ନିମନ୍ତ୍ରଣ ପାଇଁ ମନା କରିଥିଲା।
ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ଗତକାଲି ସର୍ବକ୍ଷମା ଘୋଷଣା ପରେ ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ସୁର କହିଛନ୍ତି-ଗଲା ୯ମାସ ହେଲା ଯନ୍ତ୍ରଣାରେ ଥିଲେ, କିନ୍ତୁ ଆଜି ଭାରି ଖୁସି। ତେଣେ ସୁରଙ୍କ ପରେ ଅନେକ ପୁରୁଖା ନେତା ବି କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା। ଫେରିବାକୁ ପ୍ରଫୁଲ୍ଲଙ୍କ ପରୋକ୍ଷରେ ଇସାରା । ଠିକ୍ ସମୟକୁ ଅପେକ୍ଷା କର କହିଲେ ଭୂପିନ୍ଦର ।
ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ଗତକାଲି ସର୍ବକ୍ଷମା ଘୋଷଣା ପରେ ଆଜି ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ସୁର କହିଛନ୍ତି- ଗଲା ୯ମାସ ହେଲା ଯନ୍ତ୍ରଣାରେ ଥିଲେ, କିନ୍ତୁ ଆଜି ଭାରି ଖୁସି।
କଂଗ୍ରେସ ସର୍ବକ୍ଷମା ଆଣିବା ପରେ ଆଜି ମୁଣ୍ଡିଆ ମାରି, ନଡ଼ିଆ ଭାଙ୍ଗି, କଂଗ୍ରେସ ପତାକା ବେକରେ ପକାଇ ପୁଣି କମ୍ ବ୍ୟାକ୍ କରିଛନ୍ତି ସୁର।
କଂଗ୍ରେସ ସର୍ବକ୍ଷମା ଆଣିବା ପରେ ଆଜି ମୁଣ୍ଡିଆ ମାରି, ନଡ଼ିଆ ଭାଙ୍ଗି, କଂଗ୍ରେସ ପତାକା ବେକରେ ପକାଇ ପୁଣି କମ୍ ବ୍ୟାକ୍ କରିଛନ୍ତି ସୁର। କଂଗ୍ରେସ ଭବନରେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ବାପାକୁ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଛନ୍ତି।
ସୁରେଶ ରାଉତରାୟ ପୁଣି ଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭକ୍ତ ଚରଣ ଦାସ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ସୁରଙ୍କ ଉପରୁ ନିଲମ୍ବନ ଆଦେଶ ଉଠିପାରେ ବୋଲି ଚର୍ଚ୍ଚା ହେଉଛି ।
ଦାଣ୍ଡରେ ପଡ଼ି, ହାଟରେ ଗଡୁଛି ଘର କଳି । ବଡ ପୁଅ କଂଗ୍ରେସରେ ଥିବାବେଳେ ସାନପୁଅ ମନ୍ମଥ ଏବେ ବିଜେଡିରେ। ସୁର କାହାକୁ ସପୋର୍ଟ କରିବେ, କାହାକୁ ବିରୋଧ କରିବେ କିଛି ବୁଝି ହେଉନି। ଯେପରି ଲାଗୁଛି ରାଜନୀତି ପାଇଁ ୨ ଫାଳ ହୋଇଯାଉଛି ସୁରଙ୍କ ପରିବାର।
ଏବେ ଯେମିତି ସୁରଙ୍କର ସେହି କଥା ପାଇକ ପୁଅର ନୁହେଁ ବରଂ ପାଣିର ଗାର ପରି ଦୃଶ୍ୟମାନ ହୋଇଛି । ବାରମ୍ବାର ନୀତି, ନୈତିକତା ଓ ଜଣେ ଶୃଙ୍ଖଳିତ କର୍ମୀ ବୋଲି କହି ଆସୁଥିବା ସୁର ଆଜି ପୁତ୍ର ମୋହରେ ଯେମିତି ଅନ୍ଧ ହୋଇଯାଇଛନ୍ତି ।
ଗଲା ଥର ନିର୍ବାଚନରେ ସୁରଙ୍କ ବିରୋଧରେ ଛିଡା ହୋଇଥିଲେ ବିଭୁତି। କିନ୍ତୁ ଏଥର ବିଭୁତି ଯେଉଁ ଦଳରୁ ସୁରଙ୍କ ପୁଅ ବି ସେଇ ଦଳରୁ ଛିଡା ହୋଇଛନ୍ତି। ଯେଉଁଥିପାଇଁ ସୁରଙ୍କ ସ୍ବର ବଦଳିଛି। ବଦଳା ସ୍ବରରେ କ’ଣ କହିଛନ୍ତି, ସୁର ବାବୁ, ଶୁଣନ୍ତୁ।
ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । କିଛି ଲୋକ ବଦନାମ କରିବାକୁ ଏପରି କରୁଥିବା ସେ କହିଛନ୍ତି । ସେ ଘଟଣା ସମ୍ପର୍କରେ ଜାଣିବା ପରେ ଏହାକୁ ବାହାର କରିବାକୁ କହିଥିଲେ।
ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି।
ସୁରଙ୍କୁ ମହଙ୍ଗା ପଡ଼ିଲା କି ପୁତ୍ରମୋହ ? କଂଗ୍ରେସରୁ ୬ ବର୍ଷ ପାଇଁ ବିଦା ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । କଂଗ୍ରେସର ଭେଟେରାନ୍ ତଥା ୬ ଥରର ବିଧାୟକଙ୍କୁ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୬ ବର୍ଷ ପାଇଁ ବହିଷ୍କାର କରିଛି ଏଆଇସିସି ।
ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
କଂଗ୍ରେସ ପାଇଁ ଜଟଣୀ ଅଡ଼ୁଆ । ତୀବ୍ର ହେଉଛି ବିଧାୟକ ସୁରେଶ ରାଉତରାୟ ଓ ପୁତୁରା ସଂଗ୍ରାମ ରାଉତରାୟ ବିବାଦ । ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଦୁଇ ଦିନ ହେଲା ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।
କଂଗ୍ରେସ ପାଇଁ ଜଟଣୀ ଅଡ଼ୁଆ । ତୀବ୍ର ହେଉଛି ବିଧାୟକ ସୁରେଶ ରାଉତରାୟ ଓ ପୁତୁରା ସଂଗ୍ରାମ ରାଉତରାୟ ବିବାଦ । ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଦୁଇ ଦିନ ହେଲା ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।
ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା ।
ଚଟୁ ଆମିଷ, ବେଣ୍ଟ ନିରାମିଷ! ଏହି ନ୍ୟାୟରେ ନିଜର ରାଜନୈତିକ ଗୋଟି ଚାଳନା ଜାରି ରଖିଛନ୍ତି କି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ?
କେବେ ନିଜକୁ ସଚ୍ଚା କଂଗ୍ରେସିଆ କହୁଛନ୍ତି, ଆଉ କେବେ ୫ ଦଶନ୍ଧିର ସ୍ୱାଭିମାନ ନାଁରେ ଭାଷଣ ଝାଡୁଛନ୍ତି। ହେଲେ ନିର୍ବାଚନୀ ରାଜନୀତିରୁ ବିରାମ ନେଇଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କିନ୍ତୁ ପୁତ୍ରମୋହରେ ଦଳୀୟ ନୀତିନୈତିକତା ସବୁ ଯେପରି ଛାଡ଼ିଦେଇଛନ୍ତି।
ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ଉତ୍ତର ଭୁବନେଶ୍ୱରରେ ଗଲା ୫ ବର୍ଷ ଧରି ସୁଶାନ୍ତ କାମ କରିଛନ୍ତି । ସେ ହିଁ ବେଷ୍ଟ, ଏକଥା ସେ ପାଣ୍ଡିଆନକୁ ବି କହିଛନ୍ତି ।
ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗ ଦେବା ପରେ, ଅତି କ୍ଷୋଭର ସହ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।
ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶ୍ରଣ ପର୍ବରେ ଆଜି ସେ ସାମିଲ ହୋଇଥିଲେ ।
ବ୍ୟକ୍ତିଗତ ଭାବେ ତାଙ୍କ ସହ କିଛି ବିଜେଡି ନେତା କଥାବାର୍ତ୍ତା କରିଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡିରେ ପ୍ରବଳ ଗୋଷ୍ଠୀ କନ୍ଦଳ । ଏହି ନେତାମାନେ ବିଜେଡିରେ ଟିକେଟ୍ ନପାଇଲେ କଂଗ୍ରେସକୁ ଆସିବେ ।
ମନ୍ମଥଙ୍କ ବୟାନ ପରେ ସୁରଙ୍କ ଘରେ ଆରମ୍ଭ ହୋଇଛି ରାଜନୈତିକ ହାଇଡ୍ରାମା । ଛିଡୁନି ନିର୍ବାଚନ ଲଢିବାର ଅଙ୍କ । ବାପା ପୁଅଙ୍କ ମତମତାନ୍ତରକୁ ନେଇ ବଢୁଛି ଦ୍ୱନ୍ଦ୍ୱ ।
କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ୮୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରର ତାଙ୍କ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ଶୁଭେଚ୍ଛୁ।