Advertisment

Who Became Odisha Congress President: ଓଡ଼ିଶା ପ୍ରଦେଶ କଂଗ୍ରେସ କେବେ ପାଇବ ସଭାପତି?

ଗତ ନଭେମ୍ୱର ୪ ତାରିଖରେ ପିସିସି ଚୟନ ପାଇଁ ଓଡ଼ିଶା ଆସିଥିଲେ ଚରଣ ଦାସ ମହନ୍ତଙ୍କ ଟିମ୍‌। କଂଗ୍ରେସ ଭବନରେ ୨୧ ଜଣିଆ ଷ୍ଟିଅରିଂ କମିଟି ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ହାଇକମାଣ୍ଡଙ୍କୁ ରିପୋର୍ଟ ମଧ୍ୟ ଦେଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Congress

ଓଡ଼ିଶା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ମିଳୁ ନାହାନ୍ତି କି ଦକ୍ଷ ନେତା? ନା ଦଳ ଭିତରେ ଛିଡ଼ି ପାରୁନି ମୁଖିଆ ଚୟନ ଅଙ୍କ? କେଉଁ କାରଣ ପାଇଁ ୬ ମାସ ଧରି ମୁରବି ବିହୀନ ରହିଛି ରାଜ୍ୟ କଂଗ୍ରେସ? ଓଡ଼ିଶା କଂଗ୍ରେସ ପାଇଁ ଏବେ ସବୁଠୁ ବଡ଼ ପ୍ରସଙ୍ଗ ପାଲଟିଥିବା ପିସିସି ସଭାପତି ଚୟନ ନେଇ ଚୁପ୍‌ ବସିଛି ଏଆଇସିସି।

Advertisment

ଆଉ ଏପଟେ ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ ରାଜନୀତି। ଜାନୁଆରୀ ପ୍ରଥମାର୍ଦ୍ଧରେ ପିସିସି ସଭାପତି ଚୟନ ନେଇ ଦୃଢୋକ୍ତି ବାଢିଥିଲେ କେତେକ ଦଳୀୟ ନେତା। ଆଶା କରାଯାଉଥିଲା ନୂଆ ବର୍ଷ ଆରମ୍ଭରୁ ନୂଆ ସଭାପତି ପାଇବ ଏହି ସର୍ବ ପୂରାତନ ଦଳ। ହେଲେ ଜାନୁଆରୀ ସରିବାକୁ ବସିଥିଲେ ମଧ୍ୟ ଏଯାଏଁ ନିଷ୍ପତ୍ତି ଓ ନିସ୍କର୍ସରେ ପହଞ୍ଚି ପାରିନି AICC।

ଗତ ନଭେମ୍ୱର ୪ ତାରିଖରେ ପିସିସି ଚୟନ ପାଇଁ ଓଡ଼ିଶା ଆସିଥିଲେ ଚରଣ ଦାସ ମହନ୍ତଙ୍କ ଟିମ୍‌। କଂଗ୍ରେସ ଭବନରେ ୨୧ ଜଣିଆ ଷ୍ଟିଅରିଂ କମିଟି ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ହାଇକମାଣ୍ଡଙ୍କୁ ରିପୋର୍ଟ ମଧ୍ୟ ଦେଇଥିଲେ। ଦୌଡ଼ରେ ଥିବା ବରିଷ୍ଠ ନେତା ମହମ୍ମଦ ମୋକିମ ବି ନୂଆ ବର୍ଷରେ ଦଳ ନୂଆ ସଭାପତି ପାଇବା କଥା କହିଥିଲେ। କିନ୍ତୁ ଏଯାଏ ସଭାପତି ଅଙ୍କ ଛିଡ଼ିପାରୁନି। ସେପଟେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି ଏଆଇସିସି ବିଭିନ୍ନ ରାଜ୍ୟ ସହ ଓଡ଼ିଶାରେ ଏକାଧିକ କମିଟିର ସଦସ୍ୟ ଚୟନ ଏକାସଙ୍ଗେ କରିବେ। ସେଥିପାଇଁ ପ୍ରକ୍ରିୟାରେ ବିଳମ୍ବ ହେଉଛି।

Advertisment

ଅଧିକ ପଢ଼ନ୍ତୁ : ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ

ଏପଟେ ପିସିସି ସଭାପତି ରେସ୍‌ରେ ଯୁବ ନା ବରିଷ୍ଠ, କାହାକୁ ମିଳିବ ଗୁରୁତ୍ୱ ତାକୁ ନେଇ ଗତ କିଛିଦିନ ହେବ ଚାଲିଛି ଶୀତଳ ଯୁଦ୍ଧ। ଯୁବ ଚେହେରାଙ୍କ ଭିତରେ ସବୁଠୁ ଆଗରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନାଁ ଥିବା ଚର୍ଚ୍ଚା ହେଉଛି। ଏଣେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ମଧ୍ୟ ପଦ ପାଇଁ ଦାବିଦାର ବୋଲି କୁହାଯାଉଛି। ସେହିପରି ବରିଷ୍ଠଙ୍କ ମଧ୍ୟରେ ଶ୍ରୀକାନ୍ତ ଜେନା ଓ ଭକ୍ତ ଚରଣ ଦାସଙ୍କ ନାଁକୁ ନେଇ ହେଉଛି ଚର୍ଚ୍ଚା। ଏଭଳି ସ୍ଥିତିରେ ଏଆଇସିସିକୁ ତେରଛା ବାଣ ମାରିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ସେ ସିଧା AICC ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅଜୟ କୁମାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ହେଲେ ଆଶାୟୀ ଦୌଡ଼ରେ ସେ ନିଜେ ଥିବା କଥାକୁ ଅସ୍ୱୀକାର କରି ନାହାନ୍ତି।

ସେପଟେ ରାଜନୀତି ସମୀକ୍ଷକ କହିଛନ୍ତି, ଏଆଇସିସି ଓଡ଼ିଶା କଂଗ୍ରେସକୁ ଯେତିକି ଗୁରୁତ୍ୱ ଦେବା କଥା ତାହା ଦେଉନଥିବା ପରି ମନେ ହେଉଛି। ଏବେ ଦେଖିବା କଥା ରାଜ୍ୟ କଂଗ୍ରେସ ପାଇଁ ସବୁଠୁ ବଡ଼ ପ୍ରଶ୍ନ କିଏ ଓ କେବେର ଉତ୍ତର କେଉଁଦିନ ମିଳୁଛି।

ଅଧିକ ପଢ଼ନ୍ତୁ : ପାଣ୍ଡିଆନଙ୍କ ପିଛା ଛାଡୁନି ଚର୍ଚ୍ଚା, ନିଆଁରେ ଘିଅ ଢାଳିଲେ ମନ୍ମଥ

Bhubaneswar Congress PCC President
Advertisment
Advertisment