• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

ଆଜିଠୁ ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ପ୍ରସ୍ତୁତ ଜନତା ମଇଦାନ, ପୂରା ପ୍ରସ୍ତୁତ ଓଡ଼ିଶା। ଶିଳ୍ପ ପ୍ରତିଷ୍ଠା ଲାଗି ଓଡ଼ିଶାରେ ଥିବା ପ୍ରତିଟି ସୁବିଧା ସୁଯୋଗକୁ ନିବେଶକଙ୍କୁ ଜଣାଇବା ଲାଗି କୌଣସି ବିକଳ୍ପ ଛାଡ଼ିନାହାନ୍ତି ରାଜ୍ୟ ସରକାର।

ସ୍ୱତନ୍ତ୍ର ଥିମ୍ ଏରିଆରେ ପ୍ରଦର୍ଶିତ ହେବ ରାଜ୍ୟରେ ଏମ୍ଏସ୍ଏମ୍ଇ, ପର୍ଯ୍ୟଟନ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ସୁଭଦ୍ରା, ଷ୍ଟାର୍ଟ ଅପ୍, ଦକ୍ଷତା ବିକାଶ ଓ ବୟନ ଶିଳ୍ପ ପାଇଁ ରହିଥିବା ସୁବିଧା ସୁଯୋଗ।

ଦୁଇଟି ବିଶାଳ ହଲରେ ରାଜ୍ୟରେ ଗଢ଼ି ଉଠିଥିବା ସବୁ ବଡ଼ ଶିଳ୍ପସଂସ୍ଥା ସମ୍ପର୍କରେ ଜାଣିବାକୁ ପାଇବେ ନିବେଶକ। ୪ଟି ସେସନ୍ ହଲରେ ଅନୁଷ୍ଠିତ ହେବ୧୨ଟି ଶିଳ୍ପକ୍ଷେତ୍ର ଆଧାରିତ ଅଧିବେଶନ। କଣ୍ଟ୍ରି ଅଫ୍ ଫୋକସ୍, ସିଇଓ ରାଉଣ୍ଡଟେବୁଲ ୱିଥ୍ ସିଏମ୍, ୱିମେନ ବିଜନେସ ଲିଡରସିପ୍, ଏଡିଟର୍ସ ରାଉଣ୍ଡଟେବୁଲ ଭଳି ୬ଟି ଥିମ୍ ଅଧିବେଶନ ବି ହେବ।

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଉଦଘାଟନ ପାଇଁ ମୋଦି ଓଡ଼ିଶା ଆସୁଥିବାରୁ ବ୍ଲୁ ବୁକ୍ ଗାଇଡଲାଇନ ମୁତାବକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୁଟ ଲାଇନିଂ ଓ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜଧାନୀରେ କାରକେଡ୍ ରିହର୍ସାଲ ବି ହୋଇଛି।

ଅଧିକ ପଢ଼ନ୍ତୁ:କ'ଣ ନୂଆ ସରକାରରେ ମନ୍ତ୍ରୀଙ୍କଠୁ ପାୱାରଫୁଲ ଭାବୁଛନ୍ତି ଅଧିକାରୀ?

ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୋଟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ୪୦୦ ରୁ ଊର୍ଦ୍ଧ୍ୱ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ରହିଛନ୍ତି। ଭୁବନେଶ୍ୱରରେ ୨ ଘଣ୍ଟା ୨୦ ମିନିଟ୍ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ପୂର୍ବାହ୍ନ ୧୦ଟା ୩୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି। ସେଠାରୁ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମଇଦାନରେ ସେ ପହଞ୍ଚିବେ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ -୨୦୨୫ରେ ମୋଦି ଦିନ ୧୧ଟାରୁ ଅପରାହ୍ନ ୧୨ଟା ୩୦ ଯାଏଁ ଉପସ୍ଥିତ ରହିବେ। ଏହାପରେ ମଧ୍ୟାହ୍ନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରି ୧୨ଟା ୫୫ମିନିଟରେ ଦିଲ୍ଲୀ ଫେରିଯିବେ।

ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଘାଟନୀ ଉତ୍ସବ ପୂର୍ବରୁ ଗତକାଲି ସୋଶାଲ ମିଡିଆ ଏକ୍ସରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମଙ୍ଗଳବାର ଓଡ଼ିଶାର ବିକାଶ ଓ ଦେଶର କ୍ରୀଡ଼ା ପ୍ରତିଭାଙ୍କ ପାଇଁ ସମର୍ପତ ହେବ। ସକାଳ ୧୧ଟାରେ ଭୁବନେଶ୍ୱରରେ ନିବେଶ ସମ୍ପର୍କିତ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବି। ସେଠାରୁ ବାହାରି ସନ୍ଧ୍ୟା ୬ଟାରେ ଡେରାଡୁନରେ ୩୮ତମ ରାଷ୍ଟ୍ରୀୟ କ୍ରୀଡ଼ାକୁ ଉଦଘାଟନ କରିବାର ସୌଭାଗ୍ୟ ପ୍ରାପ୍ତ ହେବ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ। 

ଅଧିକ ପଢ଼ନ୍ତୁ: ଉତ୍କର୍ଷ ଓଡ଼ିଶାକୁ ନେଇ ଆକାଶ ଛୁଇଁଲା ଉତ୍କଣ୍ଠା; ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ୮ MOU

OTV is now on Whatsapp

Join and get latest news update delivered to you via whatsapp

Join Now