Advertisment

Paddy Procurement: କ'ଣ ନୂଆ ସରକାରରେ ମନ୍ତ୍ରୀଙ୍କଠୁ ପାୱାରଫୁଲ ଭାବୁଛନ୍ତି ଅଧିକାରୀ?

କଟନୀ ଛଟନୀକୁ ନେଇ ମନ୍ତ୍ରୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି କିଏ ସେହି ଆଇଏଏସ୍‌? ଏବେ ମଧ୍ୟ କ’ଣ ମୁଣ୍ଡିରୁ ଯାଇନି ବାବୁରାଜ ଶାସନତନ୍ତ୍ର ? ନା ମିଲରଙ୍କ ସହ ମଧୁଚନ୍ଦ୍ରିକାରୁ ମନ୍ତ୍ରୀଙ୍କୁ ଏମିତି କହିଥିଲେ ଅଧିକାରୀ ?

author-image
Manoranjan Sial
IAS Officer

IAS Officer

କ'ଣ ନୂଆ ସରକାରରେ ମନ୍ତ୍ରୀଙ୍କଠୁ ନିଜକୁ ଅଧିକ ପାୱାରଫୁଲ ଭାବୁଛନ୍ତି ଅଧିକାରୀ? ଯାଇନି କି ପୂର୍ବ ସରକାରର ହ୍ୟାଙ୍ଗଓଭର ? ମଣ୍ଡି ସମସ୍ୟାରେ ମୁଣ୍ଡ ନପୂରେଇବାକୁ ମନ୍ତ୍ରୀଙ୍କୁ କହିଥିଲେ ଜଣେ ଆଇଏଏସ୍। ମିଲର ଆଉ ଚାଷୀଙ୍କ ଭିତରେ ନପଶିବାକୁ ଦେଇଥିଲେ ପରାମର୍ଶ। କଟନୀ ଛଟନୀ ସଂପର୍କରେ ଆଜି ଏମିତି ସାଂଘାତିକ ଖୁଲାସା କରିଛନ୍ତି ଖୋଦ ଯୋଗାଣ ମନ୍ତ୍ରୀ। ଜିଲ୍ଲା ପରିଦର୍ଶନ ବେଳେ ଏମିତି ସମସ୍ୟା ନଜରକୁ ଆସିଥିବା କହି ମନ୍ତ୍ରୀ କହିଛନ୍ତି।

Advertisment

ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ସରକାରଙ୍କ ନୀତି ରହିଛି ଜିରୋ କଟନୀ ଛଟନୀ। ଅନେକ ଜିଲ୍ଲାରେ କଟନୀ ଛଟନୀ ହୋଇନି। କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି। ଜିଦ ଧରୁଛନ୍ତି ୬ ରୁ ୭ କିଲୋ କାଟିବା ପାଇଁ। ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି। ଆମେ କ'ଣ ପାଇବୁ? ଏମିତି କି ଜଣେ ଆଇଏଏସ ଅଫିସର କହିଲେ ମିଲର ଓ ଚାଷୀଙ୍କ ମଧ୍ୟରେ ଛାଡ଼ି ଦିଅନ୍ତୁ, ଆପଣ ମୁଣ୍ଡ ପୁରାନ୍ତୁନି। ଏହା ଶୁଣି ଆଶ୍ଚର୍ଯ୍ୟ ପ୍ରକଟ କରିଥିବା କହିଲେ ମନ୍ତ୍ରୀ।

ପୂର୍ବ ସରକାରରୁ ଏଭଳିଆ ମାନସିକତା ରହିଛି ଯେ, ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗିବ। କିନ୍ତୁ ଯେତେବଡ଼ ଅଫିସର ହୁଅନ୍ତୁ ପଛେ କଟନୀ-ଛଟନୀରେ ସହଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରୋକଠୋକ୍ ଶୁଣାଇଛନ୍ତି ମନ୍ତ୍ରୀ। ଯେଉଁ ମିଲରମାନେ ମନମାନୀ କରିବେ ତାଙ୍କ ମିଲ ବ୍ଲାକ୍ ଲିଷ୍ଟେଡ଼ ହେବ। ଯୋଗାଣ ମନ୍ତ୍ରୀଙ୍କ ଏଭଳି ବୟାନର ସମାଲୋଚନା କରିଛି ବିଜେଡି।

Advertisment

ଅଧିକ ପଢନ୍ତୁ : ୨୦୨୪ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ

ଅନ୍ୟପଟେ ଗ୍ରାଉଣ୍ଡରେ କିନ୍ତୁ କଟନୀଛଟନୀକୁ ନେଇ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଭଦ୍ରକ ବାସୁଦେବପୁର ବ୍ଲକ ବାଲିମେଦ ସେବା ସମିତିରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ଯେଉଁଥିପାଇଁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀଙ୍କ ଅଭିଯୋଗ, ମିଲର ୧୦ରୁ ୧୧ କେଜି ଧାନ କାଟିକି ନେବେ ବୋଲି କହୁଛନ୍ତି। ମଣ୍ଡି ଖୋଲିବାର ଆଜିକୁ ୨୦ ଦିନ ହେଲାଣି। ତେଣୁ ଟୋକନ ଲାପ୍ସ ହେବାର ମଧ୍ୟ ଢେର ଆଶଙ୍କା ଥିବାରୁ ସମସ୍ୟାର ସମାଧାନ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ଜିଦ ଧରିଛନ୍ତି ଚାଷୀ।

କଟନୀ ଛଟନୀକୁ ନେଇ ମନ୍ତ୍ରୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି କିଏ ସେହି ଆଇଏଏସ୍‌? ଏବେ ମଧ୍ୟ କ’ଣ ମୁଣ୍ଡିରୁ ଯାଇନି ବାବୁରାଜ ଶାସନତନ୍ତ୍ର ? ନା ମିଲରଙ୍କ ସହ ମଧୁଚନ୍ଦ୍ରିକାରୁ ମନ୍ତ୍ରୀଙ୍କୁ ଏମିତି କହିଥିଲେ ଅଧିକାରୀ ?

ଅଧିକ ପଢନ୍ତୁ : ସାପ ଦେଖାଇ ଡରାଉଥିଲେ... ବନ୍ଧୁକ ମୁନରେ ଧମକାଉ ଥିଲେ...

BJD Paddy Procurement BJP
Advertisment
Advertisment