Advertisment

BJD Gears Up for Organizational Polls: ୨୦୨୪ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ

ବିଜେଡିର ବିଭିନ୍ନ ପ୍ରମୁଖ ସଂଗଠନ ପାଇଁ ଏବେଠୁ ଅନେକ ନାଁ ଚର୍ଚ୍ଚାକୁ ଆସିଲାଣି। ତା’ ସହ ଲବି ମଧ୍ୟ ଜୋର୍ ଧରିଛି। ବିଜେଡିର ଏକଦା ଭୋଟ ବ୍ୟାଙ୍କ ଥିବା ମହିଳା ବର୍ଗକୁ ଦଳ ଏଥର ଅଧିକ ଫୋକସ ଦେଉଛି।

author-image
Manoranjan Sial
BJD

BJD

୨୦୨୪ ସାଧାରଣ ନିର୍ବାଚନର ବଡ଼ ବିପର୍ଯ୍ୟୟ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ। ତେବେ କାହାକୁ ମିଳିବ କେଉଁଠି ଦାୟିତ୍ୱ? ଆରମ୍ଭ ହୋଇଗଲାଣି ଟଣା ଓଟରା। ଜୁନିୟର ଓ ସିନିୟର ନେତା ମେଳି କରି ଦେଖାଇ ଲେଣି ଦମ୍ଭ। ଯେଉଁଥିପାଇଁ ବଢ଼ିଛି ଦଳପତିଙ୍କ ଚିନ୍ତା। ଗୋଟିଏ ପଟେ ଆଗ ଧାଡ଼ିର ନେତାଙ୍କୁ ବିପର୍ଯ୍ୟୟ ପରେ ବିରୋଧ ତୀବ୍ର ହେଉଥିବା ବେଳେ ପରାଜିତ ବିଧାୟକମାନେ ମଧ୍ୟ ସଂଗଠନ ଡୋରି ଧରିବାକୁ ଆଗଭର ହେଲେଣି। କିଛି ନେତା ନୂଆ ପିଢିଙ୍କୁ ବାଟ ଛାଡିବାକୁ ଦାବି କରୁଥିବା ବେଳେ ଆଉ କିଛି ବରିଷ୍ଠଙ୍କୁ ପରିଚାଳନା ଦାୟିତ୍ୱ ଦେବାକୁ ଲବି ଆରମ୍ଭ କରିଛନ୍ତି। ତେବେ ଆଗଧାଡ଼ିର ନେତାଙ୍କୁ ବାଦ ଦେଇ ନୂଆ ପିଢିକୁ ଦାୟିତ୍ୱ ଦିଆଯିବ, ନା ପୂରା ଟିମ ନୂଆ କରାଯିବ ସେନେଇ ଦଳପତିଙ୍କ ମୁଣ୍ଡ ବିନ୍ଧା ବଢିଛି।

Advertisment

ବିଜେଡିର ବିଭିନ୍ନ ପ୍ରମୁଖ ସଂଗଠନ ପାଇଁ ଏବେଠୁ ଅନେକ ନାଁ ଚର୍ଚ୍ଚାକୁ ଆସିଲାଣି। ତା’ ସହ ଲବି ମଧ୍ୟ ଜୋର୍ ଧରିଛି। ବିଜେଡିର ଏକଦା ଭୋଟ ବ୍ୟାଙ୍କ ଥିବା ମହିଳା ବର୍ଗକୁ ଦଳ ଏଥର ଅଧିକ ଫୋକସ ଦେଉଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦକ୍ଷ ନେତ୍ରୀଙ୍କୁ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି ଦଳ। ଏହି ରେସ୍‌ରେ ଆଗରେ ଅଛନ୍ତି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ। ସେହିପରି ଶ୍ରୀମୟୀ ମିଶ୍ର ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ନାଁ ମଧ୍ୟ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଚର୍ଚ୍ଚାରେ ଅଛି।

ଅଧିକ ବଢ଼ୁଛି: ସାପ ଦେଖାଇ ଡରାଉଥିଲେ... ବନ୍ଧୁକ ମୁନରେ ଧମକାଉ ଥିଲେ...

ଅନ୍ୟପକ୍ଷରେ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଓ ଯୁବନେତା ଚିନ୍ମୟ ସାହୁଙ୍କ ନାଁ ଆଗରେ ଅଛି। ସେପଟେ ବିଜୁ ଛାତ୍ର ଜନତା ଦଳ ସଭାପତି ପଦ ଲାଗି ବିଧାୟକ ସୌଭିକ ବିଶ୍ୱାଳ, ରାଜେଶ ରାଜ ସ୍ୱାଇଁ, ପ୍ରଦୋଷ ପରିଡ଼ା ଓ ବିଶ୍ୱ ପ୍ରତାପ ସାହୁଙ୍କ ନାଁ ଚର୍ଚ୍ଚାରେ ଅଛି। ସେହିପରି ରାଜ୍ୟ କମିଟିରେ ୨୪ ନିର୍ବାଚନ ପୂର୍ବରୁ ଦବଦବା ରଖୁଥିବା ନେତାଙ୍କ କାଟତି ରହିବ ନା ନାହିଁ ତାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ପୂର୍ବତନ ସାଙ୍ଗଠନିକ ସମ୍ପାଦକ ବବି ଦାସ, ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ ଓ ମାନସ ମଙ୍ଗରାଜଙ୍କୁ ନବୀନ ପୁଣି ଦାୟିତ୍ୱ ଦେବେ ନା ନୂଆ କାର୍ଡ ଖେଳିବେ ତାକୁ ନେଇ ମଧ୍ୟ ଅଙ୍କ କସା ଆରମ୍ଭ ହୋଇଯାଇଛି।

Advertisment
Bhubaneswar Naveen Patnaik BJD
Advertisment
Advertisment