/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737790866.jpg)
ନବୀନ ନିବାସରେ ସକ୍ରିୟ ପାଣ୍ଡିଆନ୍ ?
ଏବେ ବି ନବୀନ ନିବାସରେ ସକ୍ରିୟ ଅଛନ୍ତି କି ଭିକେ ପାଣ୍ଡିଆନ । ବିଜେଡି ନେତା ମନ୍ମଥ ରାଉତରାୟଙ୍କ ମନ୍ତବ୍ୟରୁ ଭିକେ ପାଣ୍ଡିଆନଙ୍କୁ ନେଇ ମିଳିଲା ବଡ଼ ସୁରାକ । ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଥିବା କହିଲେ ମନ୍ମଥ ରାଉତରାୟ । ସେ କହିଛନ୍ତି, ଭିକେ ପାଣ୍ଡିଆନ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା, ଫିଜିକାଲ ହେଲ୍ଥ କଥା ବୁଝନ୍ତି । ସେ ଆଗରୁ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଥିଲେ, ଆଉ ଏବେ ବି ବୁଝୁଛନ୍ତି ବୋଲି ମୁଁ ଜାଣିଛି କହିଲେ ମନ୍ମଥ ।
ସେ ଆହୁରି କହିଛନ୍ତି ଯେ, ବାହାରୁ ଆସୁଥିବା ଡାକ୍ତର ଟିମ୍ଙ୍କ ସହ ଭିକେ ପାଣ୍ଡିଆନ କନ୍ସଲ୍ଟ କରନ୍ତି । ପାଣ୍ଡିଆନ୍ ତାଙ୍କ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି । ଯାହା ଏକ ପୁଣ୍ୟ କାମ । ତେବେ ୨୦୨୪ ନିର୍ବାଚନ ପରେ ଭିକେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଦେଖିନି ବୋଲି କହିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ ।
ସେହିପରି ସଂଗଠନ ଭିତରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ । ସେ କହିଛନ୍ତି, ପୂରା ଟିମର ଭୁଲ ନଥିଲା କିଛି ଜଣଙ୍କ ଭୁଲ ଥିଲା । କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ । ତା’ର ରେଜଲ୍ଟ ଆମକୁ ମିଳିଲା । ଆମକୁ ବହୁମତ ଦେଲେନି । ଯେଉଁମାନଙ୍କର ଅଂହକାର ଅଛି, ଥିଲା, ଯେଉଁମାନେ ଭୁଲ କରିଥିଲେ, ଭୁଲ ମାନୁଛନ୍ତି । ପଶ୍ଚାତାପ କରୁଛନ୍ତି । ସେମାନଙ୍କୁ ନବୀନ ଚାନ୍ସ ଦେବେ ନ ଦେବେ ଆନାଲିସିସ୍ ହେଉଛି । ଆଗକୁ ଭଲ ଦଳ ହେଇକି ବିଜେଡି ଉଠିବ । ସମସ୍ତେ ଗ୍ରାସ୍ ରୁଟରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି । ଆମକୁ ଅସୁବିଧା ହେଲେ ନବୀନ ପଟ୍ଟନାୟକ ଓହ୍ଲାଇ ଆସିବେ ବୋଲି କହିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)