Advertisment

Manmath Target Siddharth: ରାଜନୀତି ପାଇଁ ସୁରଙ୍କ ଘର ୨ ଫାଳ; ବଡ଼ ଭାଇକୁ ଫ୍ରଡ୍ କହିଲେ ମନ୍ମଥ

ଦାଣ୍ଡରେ ପଡ଼ି, ହାଟରେ ଗଡୁଛି ଘର କଳି । ବଡ ପୁଅ କଂଗ୍ରେସରେ ଥିବାବେଳେ ସାନପୁଅ ମନ୍ମଥ ଏବେ ବିଜେଡିରେ। ସୁର କାହାକୁ ସପୋର୍ଟ କରିବେ, କାହାକୁ ବିରୋଧ କରିବେ କିଛି ବୁଝି ହେଉନି। ଯେପରି ଲାଗୁଛି ରାଜନୀତି ପାଇଁ ୨ ଫାଳ ହୋଇଯାଉଛି ସୁରଙ୍କ ପରିବାର।

author-image
Tapaswini Nayak
ଅଦ୍ୟତନ ହୋଇଛି
Manmath and siddharth

Manmath and siddharth

ଘର ଭାଙ୍ଗୁଛି ରାଜନୀତି। ମାଡ଼ି ଚାଲ ନାରା ଦେଉଥିବା ସୁରେଶ ରାଉତରାୟଙ୍କ ପରିବାରରେ ରାଜନୈତିକ ପେଞ୍ଚ ସମ୍ପର୍କ ଭାଙ୍ଗିବାକୁ ବସିଛି। ଭାଇ-ଭାଇ, ବାପ ପୁଅର ସମ୍ପର୍କ ବିଜେଡି-କଂଗ୍ରେସ ରାଜନୀତିରେ ଥୋପ ପାଲଟିଛି।

Advertisment

ଦାଣ୍ଡରେ ପଡ଼ି, ହାଟରେ ଗଡୁଛି ଘର କଳି। ବଡ ପୁଅ କଂଗ୍ରେସରେ ଥିବାବେଳେ ସାନପୁଅ ମନ୍ମଥ ଏବେ ବିଜେଡିରେ। ସୁର କାହାକୁ ସପୋର୍ଟ କରିବେ, କାହାକୁ ବିରୋଧ କରିବେ କିଛି ବୁଝି ହେଉନି। ଯେପରି ଲାଗୁଛି ରାଜନୀତି ପାଇଁ ୨ ଫାଳ ହୋଇଯାଉଛି ସୁରଙ୍କ ପରିବାର। ଆଜି ଏପରି କିଛି ଦେଖିବାକୁ ମିଳିଛି।

ବଡ଼ ଭାଇ ସିଦ୍ଧାର୍ଥଙ୍କ ନାଁ ନ ନେଇ ବର୍ଷିଛନ୍ତି ମନ୍ନଥ। କହିଛନ୍ତି, ସୁର ରାଉତରାୟଙ୍କ ଘରେ ଜଣେ ବ୍ୟକ୍ତି ଅଛନ୍ତି ଯେ ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଦିନେ ସେହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନଙ୍କୁ ଦେଖା କରୁଥିଲେ। ସେତେବେଳେ ପାଣ୍ଡିଆନ ଓ ନବୀନ ବାବୁ ଭଲ ଲାଗୁଥିଲେ, ଯେତେବେଳେ ରିଜେକ୍ଟ ହୋଇଗଲେ, ଏବେ ସେ ଗାଳି କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ

ମନ୍ମଥ କହିଛନ୍ତି, ସେହି ବ୍ୟକ୍ତି ଜଣଙ୍କ ସୁର ରାଉତରାୟଙ୍କୁ ନେଇ ବିଜେପିର ବଡ଼ ନେତାଙ୍କୁ ଦିଲ୍ଲୀରେ ଦେଖା କରିଥିଲେ। ସେଠାର ମଧ୍ୟ ତାଙ୍କ ଦାବି ରଖିଥିଲେ। ସେଠି ବି ରିଜେକ୍ଟ ହୋଇଯାଇଥିଲେ । ମୁଁ ଧନ୍ୟବାଦ ଦେବି ବିଜେପି ଓ ବିଜେଡିକୁ, କାହିଁକି ନା ସେ ବ୍ୟକ୍ତିଙ୍କୁ ଚିହ୍ନି ପାରି ରିଜେକ୍ଟ କରିଦେଲେ। ୨ଟି ରିଜେକ୍ଟ ପରେ ଥାର୍ଡ ଅପସନ୍‌ରେ ପହଞ୍ଚିଲେ ସେହି ବ୍ୟକ୍ତି ଜଣଙ୍କ। ନବୀନ ବାବୁ ଓ ପାଣ୍ଡିଆନଙ୍କୁ ଗାଳି ଦେଲେ । ନବୀନ ବାବୁ ଓ ପାଣ୍ଡିଆନ ନାଁ ଧରି ଗଣମାଧ୍ୟମରେ ଆସିବାକୁ ଚେଷ୍ଟା କଲେ। କାଳେ ଏପରି କରିବା ଦ୍ୱାରା ଯେ ଯେଉଁ ପାର୍ଟିରେ ଅଛନ୍ତି, କାଳେ କେଉଁ ପଦବୀ ମିଳିଯିବ?

ସେ ଆହୁରି କହିଛନ୍ତି, ଯଦି ସେ ଓଡ଼ିଶାକୁ ଏତେ ଭଲ ପାଉଥିଲେ, ତେବେ ସେ ୧୮ ବର୍ଷ ଆମେରିକାରେ କ’ଣ କରୁଥିଲେ? ଏଠି ମାଆ ବାପାଙ୍କୁ ଛାଡ଼ି ସେଠି କ’ଣ କରୁଥିଲେ। ଏଠି ବାପା ମାଆଙ୍କ ସମ୍ପତ୍ତିକୁ ବ୍ୟବହାର କରି କି ସେଠି କ’ଣ କରୁଥିଲେ? ତାଙ୍କ ପିଲାମାନେ  ଆମେରିକାର ପାସପୋର୍ଟରେ କାହିଁକି ଅଛନ୍ତି ? ଆପଣ ଯଦି ଓଡ଼ିଶାକୁ ଭଲପାଉଛନ୍ତି, ତାହାହେଲେ କାହିଁକି ଆପଣଙ୍କ ପିଲା ଭାରତୀୟ ପାସପୋର୍ଟରେ ନାହାନ୍ତି ? ଆମେ ତ ଆମ ମାଟିକୁ ଛାଡିନୁ ?

ସେ ଭାବୁଥିଲେ, ସ୍ପୋଟ୍ସକୁ ବ୍ୟବହାର କରି ଲୋକଙ୍କ ସେବା ନ କରି, କୌଣସି କାର୍ଯ୍ୟ ନ କରି କେମିତି ମୁଁ ଗୋଟିଏ ନେତା ହୋଇଯିବି ? କିପରି ସୁର ରାଉତରାୟଙ୍କ ନାଁ ନେଇ ୨ବଡ଼ ଦଳରେ ଟିକେଟ ପାଇଯିବି ? ଯେହେତୁ କିଛି ପାଇଲେନି, ସେଥିପାଇଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ସୁର ରାଉତରାୟଙ୍କୁ ବି ଛାଡ଼ୁନାହାନ୍ତି ବୋଲି ମନ୍ମଥ କହିଛନ୍ତି।

କିଛି ଦିନ ହେବ ମୋ ଗୁରୁଙ୍କୁ ସେ ବ୍ୟକ୍ତି ଜଣଙ୍କ ଗାଳି କରୁଛନ୍ତି, ତାହାକୁ ମୁଁ ସହି ପାରିବିନି, ବାଧ୍ୟ ହୋଇ ବାହାରିବାକୁ ପଡ଼ୁଛି।  ସେହି ବ୍ୟକ୍ତଜଣଙ୍କ ଫ୍ରଡ୍। ଦଳ ତାଙ୍କୁ ରିଜେକ୍ଟ କରିବାରୁ ସେ ଏପରି ଚଳାଇଛନ୍ତି। ତାଙ୍କର ରାଗ ମୋତେ ଟିକେଟ୍‌ ମିଳିଲା, ତାଙ୍କୁ ମିଳିଲା ନାହିଁ। ସେଥିପାଇଁ ଗାଳିଗୁଲଳ କରୁଛନ୍ତି। ଏଭଳି ବ୍ୟକ୍ତି ରାଜ୍ୟ ପାଇଁ ଭଲ ନୁହଁନ୍ତି, ଭଲ ବ୍ୟକ୍ତିତ୍ୱ ନୁହନ୍ତି। ନିଜ ପରିବାରକୁ ଆମେରିକାରେ ଛାଡ଼ି ଏଠି ରାଜ୍ୟ ଭକ୍ତି ଦେଖାଉଛନ୍ତି ବୋଲି ମନ୍ମଥ କହିଛନ୍ତି। ମନ୍ମଥଙ୍କ ମନ୍ତବ୍ୟ ଉପରେ ସୁର କିମ୍ବା ବଡ଼ ପୁଅ ସିଦ୍ଧାର୍ଥଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅଧିକ ପଢ଼ନ୍ତୁ: ଏବେ ବି ନବୀନ ନିବାସରେ ସକ୍ରିୟ ଅଛନ୍ତି କି ଭିକେ ପାଣ୍ଡିଆନ ?

BJD Congress Sura Routray
Advertisment
Advertisment