• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ମହିଳାଙ୍କ ପାଇଁ ତିନିଗୁଣା ଖୁସି । ସୁଭଦ୍ରା ଯୋଜନାର ଆସିବ ନୂଆ ତିନିଟି ରୂପ । କେବଳ ଆର୍ଥିକ ସହାୟତା ନୁହେଁ ଏଥର ମହିଳାଙ୍କୁ ଋଣଦେବ ସୁଭଦ୍ରା । ଏବେ କେବଳ ପାଞ୍ଚ ହଜାର ନୁହେଁ ଋଣ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ମହିଳା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରାକୁ ନେଇ ଆଉ ତିନିଟି ପଦକ୍ଷେପ ନିଆଯାଇଥିବା ନେଇ ଘେଷଣା କରିଛନ୍ତି । ଉତ୍କର୍ଷ ଓଡିଶାର ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଏହି ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରାକୁ ନେଇ ରାଜ୍ୟ ସରକାରଙ୍କ ୩ଟି ପଦକ୍ଷେପ ହେଉଛି ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ । ଏହି ୩ଟି ମାଧ୍ୟମ ମହିଳାମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ ।

ଶୁଣ ସୁଭଦ୍ରାରେ କିଛି ସନ୍ଦେହଥିଲେ ମହିଳାମାନେ ବିଭାଗକୁ ପଚାରି ପାରିବେ ଏବଂ ଯୋଗାଯୋଗ କରିପାରିବେ । କୁହ ସୁଭଦ୍ରାରେ ବିଭାଗ ହିତାଧିକାରୀଙ୍କୁ କଲ କରି ସୁବିଧା ଅସୁବିଧା ପଚାରି ବୁଝିବ । ସୁଭଦ୍ରା ସେତୁ ଦ୍ୱାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ାଯାଇ ପାରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବିଭିନ୍ନ ମୁଦ୍ରାରେ ସୁଭଦ୍ରା ହିତାଧିକାରୀଙ୍କୁ ଦେଖିବାକୁ ମିଳିବ । ଏହା ମାଧ୍ୟମରେ ଉଦ୍ୟୋଗୀ ବନିବା ସହ ନିଜର ଷ୍ଟାର୍ଟଅପ୍ ମଧ୍ୟ ଆରମ୍ଭ କରିପାରିବେ । ଏଥିପାଇଁ ମହିଳାଙ୍କ ବିଜିନେସ ମଡେଲ ,ମାର୍କେଟିଂ ଲିଂକେଜ ବିଷୟରେ ହିତାଧିକାରୀଙ୍କୁ ତାଲିମ ଦେବ ଆଇ.ଆଇ.ଏମ. । ୱାର୍ଲଡ ସ୍କିଲ୍ ସହ ୨ ଟି ଏମ.ଓ.ୟୁ. ହୋଇଥିବା କହିଛନ୍ତି ପ୍ରଭାତୀ ପରିଡା ।

ଅଧିକ ପଢ଼ନ୍ତୁ: ଶ୍ରୀଜଗନ୍ନାଥଙ୍କ ଜମି ଉପରେ ମାଫିଆଙ୍କ ଆଖି

OTV is now on Whatsapp

Join and get latest news update delivered to you via whatsapp

Join Now