ଘରର ମୁଖ୍ୟଦ୍ୱାରରେ ବାଧା ଥିଲେ, ପିଲାମାନେ ଅନେକ ସମସ୍ୟାର ସମ୍ମୁଖିନ ହୁଅନ୍ତି। ତେବେ କ'ଣ ଏହି ବାଧା, କିପରି କରାଯିବ ପ୍ରତିକାର ଆସନ୍ତୁ ଜାଣିବା।
କ୍ୟାନ୍ସର୍ ନା ଶୁଣିଲେ ଯେ କେହି ବି ଭୟ କରିବା ଥୟ। ଏହି ରୋଗ ଆକ୍ରମଣରୁ ବଞ୍ଚିବାର ବାଟଟି ଏ ଯାଏଁ ବାହାରି ନାହିଁ। ତେବେ ଏମିତି କିଛି ଉପାୟ ଅଛି ଯାହାକୁ ମାନିବା ଦ୍ୱାରା ଆମେ କେବେ ବି କ୍ୟାନ୍ସର୍ର ଶିକାର ହେବା ନାହିଁ, ଆସନ୍ତୁ ଜାଣିବା…
ବିଶ୍ୱକପ୍ରେ ରୋହିତ ଶର୍ମାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଏ ଯାବତ ରୋହିତ କେବଳ ଅଧିନାୟକ ଭାବେ ନୁହନ୍ତି, ଜଣେ ବ୍ୟାଟର୍ ଭାବେ ମଧ୍ୟ ସଫଳ ହୋଇଛନ୍ତି। ତେବେ ପୁରୁଣା ରୂପକୁ ଫେରିଥିବା ହିଟ୍ମ୍ୟାନ୍ଙ୍କୁ କ’ଣ ଆଗକୁ ଆଶାନୁରୂପ ସଫଳତା ମିଳିପାରିବ? ସେ କ’ଣ ଟିମ୍ ଇଣ୍ଡିଆର ୧୨ ବର୍ଷର ମୁକୁଟ-ପ୍ରତୀକ୍ଷାର ଅନ୍ତ ଘଟାଇପାରିବେ?
କୁହାଯାଏ ଏବେକାର ସ୍ଥିତି ବିପକ୍ଷ ଦଳ ପାଇଁ ଅନୂକୁଳ। ଏବେ ଦକ୍ଷିଣ ଦଖଲ ପାଇଁ କଂଗ୍ରେସ ଯେଉଁ ରଣହୁଙ୍କାର ଦେଇଛି, ତାଙ୍କ ପାଇଁ ଗଞ୍ଜାମ ଏକ ବଡ ଆହ୍ୱାନ ହେବ। ଅବଶ୍ୟ ଏଠାରେ କଂଗ୍ରେସର ଗୋଟିଏ ଆସନ (ସାନଖେମୁଣ୍ଡି) ରହିଛି, କିନ୍ତୁ ସମଗ୍ର ଜିଲ୍ଲାର ନେତୃତ୍ୱ ନେବା ଭଳି ନେତା କାହାନ୍ତି?
ପ୍ରତ୍ୟେକ ବସ୍ତୁ ଯାହା ଆମ ପାଇଁ ଉପାଦେୟ ତାକୁ ଦେବତା ରୂପରେ ପୂଜା ଅର୍ଚ୍ଚନା କରିବାର ବିଧାନ ଅଛି। ଏଥିପାଇଁ ଗୃହ ଆରମ୍ଭରେ ବାସ୍ତୁ ପୂଜାର ବିଧାନ ରହିଛି। ଏହା କରିବା ଜରୁରୀ ନା ନାହିଁ ଆସନ୍ତୁ ଜାଣିନେବା।
ଭାରତରେ ଆରମ୍ଭ ହୋଇଯାଇଛି ୨୦୨୩ ଦିନିକିଆ ବିଶ୍ୱକପ୍। ଏଥର ମୁକୁଟର ଦାବିଦାରମାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ। ତେବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବି ରହିଛି ଦୌଡ଼ରେ।
ପୂର୍ବ ଦିଗ ଶକ୍ତିର ଆଧାର। ଏହି ଦିଗରେ ବାସ୍ତୁଦୋଷ ରହିଲେ ଅନେକ କ୍ଷତି ହୋଉଥାଏ। ଏହି ଦିଗକୁ ଉର୍ଜାରେ ଭରିବା ପାଇଁ ଅନେକ ବାସ୍ତୁ ନିୟମ ରହିଛି। ଆସନ୍ତୁ ସେ ବିଷରେ ଜାଣିବା।
ବାସ୍ତୁତୃଟି ରହିଲେ ଗୃହବାସୀଙ୍କ ପାଇଁ ସମସ୍ୟା ଆସିଥାଏ ବୋଲି ବାସ୍ତୁବିତମାନେ ମତ ଦିଅନ୍ତି। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ କେତେକ ଗୃହରେ ବାସ୍ତୁତୃଟି ଥାଇ ମଧ୍ୟ ଗୃହର ଅଧିବାସୀ ସୁଖ ଓ ଶାନ୍ତିରେ ରୁହନ୍ତି। ଏହା ପଛର କାରଣ କ’ଣ ?
ଦିନେ ପ୍ରତି ଘରେ ପରିଚିତ ଥିବା ମିଲେଟ୍ ବା ମାଣ୍ଡିଆକୁ ଆମେ ସହଜରେ ଭୁଲିଯାଇଛେ। ସିମେଇ, ଚାଉମିନ୍, ବର୍ଗର, ମୋମୋ ଆଦିକୁ ଆପଣେଇ ନେଇଛେ। ମିଲେଟ୍ ଗୁଣବତ୍ତା, ଔଷଧୀୟ ଗୁଣ ସବୁ କିପରି ଆମ ପାଇଁ ଉପଯୋଗୀ ତାହା ଏବେ ଏବେ ଆମ ନଜରକୁ ଆସିଛି। ଆସନ୍ତୁ ଜାଣିବା।
୨୦୨୩ ବିଶ୍ୱକପ୍ ଟିମ୍ରେ ବିଶେଷଜ୍ଞ ବୋଲର୍ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ସେମାନେ ଟିମ୍ର ବଡ଼ ଆଶା। ତେବେ ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପରେ ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ କମାଲ୍ କରିପାରିବେ କି ଭାରତୀୟ ବୋଲର୍?
ବାହାରେ ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରର ସଂସ୍ଥା-ସଂଗଠନଗୁଡିକର ଆନ୍ଦୋଳନ, ପ୍ରତିବାଦ ଓ ବିକ୍ଷୋଭ ଦେଖାଦେଇଛି। ଏହା ଦ୍ୱାରା ସମଗ୍ର ରାଜ୍ୟର ମୌଳିକ ସୁବିଧା ଓ ବ୍ୟବସ୍ଥା ଗଭୀର ଭାବରେ ପ୍ରଭାବିତ ହେବା ସହିତ ଏକ ସଂକଟଜନକ ସ୍ଥିତି ସୃଷ୍ଟି ହୋଇଛି। ଏହାରି ଭିତରେ କିନ୍ତୁ ବହୁ ଚର୍ଚ୍ଚିତ ଜମି ଅଧିଗ୍ରହଣ ବିଲ୍ ପାରିତ ହୋଇଛି।
ଦିନେ ମାତା ପାର୍ବତୀ ଭଗବାନ ଶିବଙ୍କୁ ବ୍ରହ୍ମଜ୍ଞାନ ନିମନ୍ତେ ଜିଜ୍ଞାଶା କରନ୍ତି। ମାତାଙ୍କ ମନ ରଖି ଭଗବାନ ଶଙ୍କର ତାଙ୍କୁ ଗୋଟିଏ ଦିବ୍ୟ ଶିମିଳି ବୃକ୍ଷ ପାକ୍ଷକୁ ନେଇ ଯାଆନ୍ତି। ମାତା ପାର୍ବତୀ ଜିଜ୍ଞାସୁ ଶିଷ୍ୟଟିଏ ପରି ଭଗବାନ ଶଙ୍କରଙ୍କ ସମ୍ମୁଖ ଭାଗରେ ବସି ବ୍ରହ୍ମଜ୍ଞାନ ଶ୍ରବଣ କରିବାକୁ ଲାଗନ୍ତି। ବ୍ରହ୍ମଜ୍ଞାନ ଆହରଣରେ ତଲ୍ଲୀନ ମାତା ତଟସ୍ତ ହୋଇପଡନ୍ତି।
ସରକାରୀ ସ୍କୁଲରେ ପାଠ ପଢା ଠପ୍! ଲକ୍ଷ ଲକ୍ଷ ପିଲା ରାସ୍ତାରେ.. ଶିକ୍ଷକ ଆନ୍ଦୋଳନରେ..। ଡାକ୍ତର ଅଭାବ ଓ ଅନେକ ଅବ୍ୟବସ୍ଥାରେ ରୁଗ୍ଣ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମ୍ଭାଳିବାକୁ ସରକାର ଫାର୍ମାସିଷ୍ଟ୍ମାନଙ୍କ ଉପରେ ଦାୟିତ୍ୱ ଲଦିଲେ; ହେଲେ ସେମାନଙ୍କର ମଧ୍ୟ ଅନେକ ସମସ୍ୟା। ଏବେ ସେମାନେ ବି ଆନ୍ଦୋଳନରେ।
ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ଓ ଉତ୍କର୍ଷତା ନିମନ୍ତେ ଶ୍ରୀ ପ୍ରହରାଜ ଏକ ପୂର୍ଣ୍ଣାଙ୍ଗ ଓଡ଼ିଆ ଅଭିଧାନ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟାରମ୍ଭ କରିଥିଲେ
ଭାରତୀୟ ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଏସିଆ କପ୍ରେ ଉଲ୍ଲେଖନୀୟ ବୋଲିଂ ପ୍ରଦର୍ଶନ କରି ଟିମ୍ରେ ତାଙ୍କ ଗୁରୁତ୍ୱ କେତେ, ତାହା ପ୍ରମାଣିତ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ୨୦୨୩ ଦିନିକିଆ ବିଶ୍ୱକପ୍ରେ ଟିମ୍ ପାଇଁ ଗେମ୍-ଚେଞ୍ଜର୍ ସାବ୍ୟସ୍ତ ହେବେ କି ରୋହିତଙ୍କ ମୁଖ୍ୟ ଅସ୍ତ୍ର ‘କୁଲଦୀପ’? ଏସିଆ କପ୍ ଭଳି କ୍ରିକେଟ୍ ମହାସମରରେ କରିବେ କି କମାଲ୍?
ଗୋଟେ ଲୋକ ଚପଲ କିଣିବା ପାଇଁ ଚପଲ ଦୋକାନ, ପ୍ୟାଣ୍ଟ୍ ସାର୍ଟ କିଣିବା ପାଇଁ ଗାର୍ମେଣ୍ଟ୍ ସୋ ରୁମକୁ ଯିବ ହିଁ ଯିବ। ଅତି ଅସୁବିଧା ହେଲେ ରାସ୍ତା କଡର ଫୁଟ୍ ପାଥରୁ ହେଉ ପଛେ ଅଭାବି ଲୋକଟିଏ କିଣିବ। କିନ୍ତୁ ଚପଲ କିଣିବାକୁ ହୋଟେଲ୍ ଭିତରେ ପଶିବନି କି..
ବେଳେ ବେଳେ ଏମିତି ହୁଏ ପାଖରେ ପର୍ଯ୍ୟାପ୍ତ ଧନ ଥିବ ଆଉ ଭୂମି ଉପରେ ଘର ମଧ୍ୟ ନିର୍ମାଣ ହେଉଥିବ। କିନ୍ତୁ ଘର କାମ ଅଧାରେ ଏମିତି ଅସୁବିଧା ଦେଖାଯାଏ ଯେ ନିର୍ମାଣ କାମକୁ ଅଧାରେ ରଖିବାକୁ ପଡେ। ତେବେ ଏହା ପରେ କ’ଣ ରହିଛି ବାସ୍ତୁ ସିଦ୍ଧାନ୍ତ ଆସନ୍ତୁ ଜାଣିନେବା।
୧୭୪ ବଲ୍ରେ ଅପରାଜିତ ୩୬ ରନ୍, ତାହା ପୁଣି ଦିିନିକିଆ କ୍ରିକେଟ୍ ବିଶ୍ୱକପ୍ରେ। ଆଜିର ଆକ୍ରମଣାତ୍ମକ କ୍ରିକେଟ୍ରେ ନୂଆ ପିଢ଼ି ପାଇଁ ଏହା ବିଶ୍ୱାସଯୋଗ୍ୟ ନ ହେଲେ ବି କଥାଟି ସତ। ବିଶ୍ୱକପ୍ ଇତିହାସର ଏହା ସବୁଠାରୁ ଧୀମା ଇନିଂସ୍। କିମ୍ବଦନ୍ତୀ ବ୍ୟାଟର୍ ସୁନୀଲ ଗାଭାସ୍କରଙ୍କ ଉଲ୍ଲେଖନୀୟ କ୍ୟାରିଅର୍ ସହ ଯୋଡ଼ି ହୋଇରହିଛି ଏହି ଅଲୋଡ଼ା କୀର୍ତ୍ତି।
ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ହାଙ୍ଗଝୁ ଏସିଆଡ୍ରେ ସ୍ୱର୍ଣ୍ଣ ପଦକ ଜିତିପାରିବ କି ଭାରତୀୟ ଟିମ୍? କାମ ଦେବ କି ମୁଖ୍ୟ କୋଚ୍ କ୍ରେଗ୍ ଫୁଲ୍ଟନ୍ଙ୍କ ଫର୍ମୂଲା? ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି ଅଧିନାୟକ ହରମନପ୍ରୀତ ସିଂହ?
ଗୃହରେ ଅଗ୍ନେୟ କୋଣ ବା ଦକ୍ଷିଣ-ପୂର୍ବ କୋଣରେ କୌଣସି ଦୋଷତୃଟି ସୃଷ୍ଟି ହେଲେ ଗୃହର ଅଗ୍ନି-ତତ୍ତ୍ୱ ଅସନ୍ତୁଳିତ ହୋଇଥାଏ। ଫଳରେ ଏହାର ପ୍ରଭାବ ଗୃହବାସୀଙ୍କ ପାଚନତନ୍ତ୍ର ଉପରେ ସିଧାସଳଖ ପ୍ରଭାବ ପକାଏ। ଗୃହବାସୀ ଉଚ୍ଚରକ୍ତଚାପର ମଧ୍ୟ ଶିକାର ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ବାସ୍ତୁରେ ପ୍ରତିକାର।
ସବୁ ଯୋଜନା ଲୋକଙ୍କ ପାଇଁ ଖଂଜା ହୋଇଛି ତାହେଲେ ୨୩ ବର୍ଷର ନିରବଛିନ୍ନ ଶାସନ କ୍ଷମତାରେ ଥିବା ଦଳ କେଉଁ ‘ବ୍ଲାକମେଲ୍’କୁ ଭୟ ? ୫ ବର୍ଷ ତଳେ ଦଳରେ ଯୋଗଦେଇ ବିଧାୟକ ହୋଇଥିବା ସୌମ୍ୟ ପଟ୍ଟନାୟକ ଏମିତି କି ଦୋଷ, ଦୁର୍ବଳତାର ଅସ୍ତ୍ର ପାଇଗଲେ ଯେ ବ୍ଲାକମେଲ କରୁଛନ୍ତି ବୋଲି ମନ୍ତ୍ରୀ ବିଧାୟକ ଲଗାତର ଜଣକ ପରେ ଜଣେ ଆସି ଗଣମାଧ୍ୟମରେ କହୁଛନ୍ତି ?
ଭାରତର ରୋହନ ବୋପନ୍ନା ୧୩ ବର୍ଷ ପରେ ୟୁଏସ୍ ଓପନ୍ ପୁରୁଷ ଯୁଗଳ ଫାଇନାଲ୍ରେ ପ୍ରବେଶ କରିଥିଲେ ବି ରନର୍ସଅପ୍ ହୋଇଛନ୍ତି। ଗ୍ରାଣ୍ଡ୍ସ୍ଲାମ୍ରେ ବୋପନ୍ନାଙ୍କ ପୁରୁଷ ଯୁଗଳ ମୁକୁଟ ବିଜୟ ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି, ହେଲେ ନିଜ ପ୍ରଦର୍ଶନ ଜରିଆରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଲିଆଣ୍ଡର ପେସ୍, ମହେଶ ଭୂପତି, ସାନିଆ ମିର୍ଜାଙ୍କ ଭଳି ବୋପନ୍ନା ମଧ୍ୟ ଯୁବପିଢ଼ିର ଖେଳାଳିଙ୍କ ପାଇଁ ଆଜି ସାଜିଛନ୍ତି ପ୍ରେରଣା।
ଆମେ ପୂର୍ବରୁ ବାସ୍ତୁ ବିଷୟରେ ଅନେକ ତଥ୍ୟ ଜାଣିଲେଣି। ଏବେ ବାସ୍ତୁ ଦୋଷ କାରଣରୁ କିପରି ଆକସ୍ମିକ ଭାବେ ଦୁର୍ଘଟଣା ଘଟି ଅପମୃତ୍ୟୁ ହୋଇଥାଏ ସେହି ବିଷୟରେ ଜାଣିବା। ଏହା ଜାଣିବା ଦ୍ୱାରା ଭୟଭୀତ ନ ହୋଇ ତୁରନ୍ତ ପ୍ରତିକାର କରାଇଦେଲେ ସମସ୍ୟାର ସମାଧାନ ହୋଇଯିବ।
ଭାରତର ୱିକେଟ୍କିପର୍-ବ୍ୟାଟର୍ ଈଶାନ କିଶନ ଏସିଆ କପ୍ରେ ପାକିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚ୍ରେ ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ କରିବା ପରେ ତାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା । ପ୍ରଶ୍ନ ଉଠୁଛି ଯେ ୨୦୨୩ ଦିନିକିଆ ବିଶ୍ୱକପ୍ରେ ଟିମ୍ରେ ନିଆଯିବା ସ୍ଥଳେ ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇବେ କି ଟିମ୍ ଇଣ୍ଡିଆର ଭବିଷ୍ୟତ ‘ଈଶାନ’?
ବାସ୍ତୁଶାସ୍ତ୍ରର ବିଷୟ ଖୁବ ବିଶାଳ। ଏ ବିଷୟରେ ବହୁ ଶାସ୍ତ୍ରକାର ବହୁପୁସ୍ତକ ରଚନା କରିଛନ୍ତି। ଭବନ ନିର୍ମାଣ ପାଇଁ ବାସ୍ତୁ ଦେବତା ବା ବାସ୍ତୁ ପୁରୁଷଙ୍କର ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଗୃହ ନିର୍ମାଣ ଆରମ୍ଭ କରିବାକୁ ହେଲେ କେଉଁ କେଉଁ ସମୟରେ ବାସ୍ତୁ ପୂଜା କରିବା ପାଇଁ ଶାସ୍ତ୍ରୀୟ ବିଧାନ ରହିଛି।