Advertisment

Shiv Mandir in Muslim Area: ଯୋଗୀଙ୍କ ବୁଲଡୋଜର ଭୟ, ନିଜ ଘର ନିଜେ ଭାଙ୍ଗୁଛନ୍ତି ଜବରଦଖଲକାରୀ ବାସିନ୍ଦା

ନଭେମ୍ବର ୨୪ରେ ସମ୍ଭଲରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି । ଜାମା ମସଜିଦରେ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ଦ୍ୱାରା କରାଯାଇଥିବା ସର୍ଭେ କାର୍ଯ୍ୟକୁ କେନ୍ଦ୍ରକରି ବ୍ୟାପକ ହିଂସାର ସୂତ୍ରପାତ ହୋଇଥିଲା।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ଏମିତି ଭୟ, ନିଜ ଘର ନିଜେ ଭାଙ୍ଗିଲେ ଜବରଦଖଲକାରୀ

ଏମିତି ଭୟ, ନିଜ ଘର ନିଜେ ଭାଙ୍ଗିଲେ ଜବରଦଖଲକାରୀ

ଯୋଗୀଙ୍କ ବୁଲଡୋଜର ଭୟରେ ଥରହର ଜବଦଖଲକାରୀ । ସମ୍ଭଲରେ ହିଂସା ବ୍ୟାପିବା ପରେ ବର୍ତ୍ତମାନ ଯୋଗୀ ସରକାର ଏହି ଜିଲ୍ଲା ଉପରେ କଡ଼ା ନଜର ରଖିଛନ୍ତି । ୪୬ ବର୍ଷ ପରେ ମିଳିଥିବା ପ୍ରାଚୀନ ମନ୍ଦିର ଜମିରେ ମୁସଲମାନମାନେ ଅବୈଧ ନିର୍ମାଣ ଜାରି ରଖିଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରିବା ପୂର୍ବରୁ ଭୟରେ ମୁସଲମାନ ଲୋକମାନେ ନିଜ ନିଜ ଘର ଭାଙ୍ଗୁଛନ୍ତି । ଗତ ସପ୍ତାହରେ ସମ୍ଭଲରେ ଯେଉଁଠାରେ ଏକ 'ପ୍ରାଚୀନ' ମନ୍ଦିର ମିଳିଥିଲା, ସେହି ଅଞ୍ଚଳର ମୁସଲମାନ ବାସିନ୍ଦାମାନେ ବର୍ତ୍ତମାନ ନିଜ ନିଜ ଘର ଭାଙ୍ଗିବା ଆରମ୍ଭ କରି ଦେଇଛନ୍ତି । ଏହି ଘରଗୁଡ଼ିକ 'ମନ୍ଦିର ସମ୍ପତ୍ତି’ ଜବରଦଖଲ କରି ନିର୍ମାଣ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଉକ୍ତ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇ ଏକ ବିଶାଳ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି ।

Advertisment

ଅଧିକ ପଢ଼ନ୍ତୁ: ବନ୍ଦ ହୋଇ ପଡିରହିଥିଲା ମହାଦେବ ମନ୍ଦିର, ଉଦ୍ଧାର ହେଲା

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଣେ ବାସିନ୍ଦା ନାମ ଗୋପନ ରଖି କହିଛନ୍ତି, ଏପରି କଲେ ଅନ୍ତତଃ ପକ୍ଷେ ଆମର କିଛି ମୂଲ୍ୟବାନ ଜିନିଷ ଆମେ ସୁରକ୍ଷିତ ରଖିପାରିବୁ । ପ୍ରଶାସନ ଉପରେ ଉଚ୍ଛେଦ କାର୍ଯ୍ୟ ଛାଡ଼ିଦେଲେ ଘରର କିଛି ବି ଜିନିଷ ମିଳିବ ନାହିଁ ।

ଜବରଦଖଲ ସମ୍ପର୍କରେ କିପରି ଜଣାପଡ଼ିଲା ?

ଉତ୍ତରପ୍ରଦେଶ ଶକ୍ତି ନିଗମ ସମ୍ଭଲର ସଂଖ୍ୟାଲଘୁ ପ୍ରାଧାନ୍ୟ ଅଞ୍ଚଳରେ ଚଢ଼ଉ କରିନଥିଲେ ଏ ସମ୍ପର୍କରେ ଜଣାପଡ଼ି ନଥାନ୍ତା । ସେତେବେଳେ ଅନେକ ଘରୁ ବିତ୍ୟୁତ ଚୋରି ମାମଲା ସାମ୍ନାକୁ ଆସିଥିଲା। ମଙ୍ଗଳବାର ଦିନ ସମାଜବାଦୀ ପାର୍ଟି ସାଂସଦ ଜିଆ-ଉର ରେହମାନଙ୍କ ଘରେ ଏକ ସ୍ମାର୍ଟ ମିଟର ଲଗାଯାଇଥିଲା, ତାଙ୍କ ପୁରୁଣା ମିଟରକୁ ହଟାଇ ଦିଆଯାଇଥିଲା। ନିକଟରେ ବେଆଇନ ନିର୍ମାଣ ଅଭିଯୋଗରେ ତାଙ୍କୁ ମଧ୍ୟ ନୋଟିସ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୨ରୁ ଅଧିକ ପରିବାର ବିଦ୍ୟୁତ ଚୋରି କରୁଥିବା ଜଣାପଡ଼ିଛି ଏବଂ ସେମାନଙ୍କୁ ୧.୩ କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇଛି । ସମ୍ଭଲର ଜାମା ମସଜିଦ ନିକଟ କିଛି ଅଞ୍ଚଳରେ ବିଦ୍ୟୁତ୍ ଚୋରି ବିରୋଧୀ ଅଭିଯାନ ଚଳାଇବା ପାଇଁ ବିଦ୍ୟୁତ୍ ବିଭାଗ ପୋଲିସର ସୁରକ୍ଷା ପାଇଁ ଅନୁରୋଧ କରିଛି । ଏହି ଅଭିଯାନ ସମୟରେ ଅନେକ ପରିବାର ବିଦ୍ୟୁତ ଚୋରି କରୁଥିବା ଦେଖିବାକୁ ମିଳିଥିଲା। ପ୍ରଶାସନର ଜବରଦଖଲ ଉଚ୍ଛେଦ ଏବଂ ବିଦ୍ୟୁତ୍ ଚୋରି ବିରୋଧୀ ଅଭିଯାନ ଜାରି ରହିଛି । ଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରିଛନ୍ତି।

Advertisment

ନଭେମ୍ବର ୨୪ରେ ସମ୍ଭଲରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି । ଜାମା ମସଜିଦରେ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ଦ୍ୱାରା କରାଯାଇଥିବା ସର୍ଭେ କାର୍ଯ୍ୟକୁ କେନ୍ଦ୍ରକରି ବ୍ୟାପକ ହିଂସାର ସୂତ୍ରପାତ ହୋଇଥିଲା । ମସଜିଦ ଏକ ହିନ୍ଦୁ ମନ୍ଦିରର ଧ୍ୱଂସାବଶେଷ ଉପରେ ନିର୍ମିତ ହୋଇଥିବା ଦାବି ପରେ ଏହି ସର୍ଭେ ଆରମ୍ଭ କରାଯାଇଥିଲା ଯାହା ମୋଗଲ କାଳରେ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପୋଲିସର କାର୍ଯ୍ୟାନୁଷ୍ଠାନରେ ୪ ଜଣ ପ୍ରାଣ ହରାଇଥିବାବେଳେ ୨୦ ପୋଲିସ ସମେତ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ନଭେମ୍ବର ୨୯ ରେ ସୁପ୍ରିମକୋର୍ଟ, ମସଜିଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସମ୍ଭଲ ଟ୍ରାଏଲ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପର୍ଯ୍ୟନ୍ତ ଆହ୍ଲାବାଦ ହାଇକୋର୍ଟ ମସଜିଦ କମିଟି ଦ୍ୱାରା ସର୍ଭେ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଶୁଣାଣି କରିନାହାନ୍ତି, ସେପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯିବନି ।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ସମ୍ଭଲରେ ଥିବା ଐତିହାସିକ ଜାମା ମସଜିଦରେ ହରିହର ମନ୍ଦିର ଥିବା ଦାବି ହେବା ପରେ ନଭେମ୍ବର ୧୯ ତାରିଖରେ ପ୍ରଥମ ସର୍ଭେ ହୋଇଥିଲା । ହେଲେ ଦ୍ୱିତୀୟ ଥର ସର୍ଭେ ପାଇଁ ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ପୋଲିସକୁ ଆକ୍ରମଣ କରିଥିଲେ ।

ମସଜିଦ ପାଖରେ କୂଅ

ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ମସଜିଦ ପାଖରେ ଥିବା ପୁରୁଣା ମନ୍ଦିର ନିକଟରେ ଏକ କୂଅ ଦେଖିବାକୁ ମିଳିଛି, ଯାହାକୁ ନଗର ପାଳିକା ଦ୍ୱାରା ବନ୍ଦ କରାଯାଇଛି । ଏହି କୂଅ ମସଜିଦର ପ୍ରବେଶ ପଥରେ ରହିଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ପ୍ରଶାସନ ପକ୍ଷରୁ କୂଅର ଖନନ କାମ ଆରମ୍ଭ ହୋଇଛି । କୂଅକୁ ମାର୍ବଲ ସ୍ଲାବ ଦ୍ୱାରା ଘୋଡ଼ାଇ ରଖାଯାଇଥିବା ଅନ୍ୟ ଜଣେ ବାସିନ୍ଦା କହିଛନ୍ତି । ଜାମା ମସଜିଦ୍ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ସମୟରେ ଏକ ତାଲା ପଡିଥିବା ଘର ଭିତରେ ଏକ "ପ୍ରାଚୀନ" ଶିବ ମନ୍ଦିର ଠାବ ହେବା ପରେ ଏସବୁ ଜଣାପଡ଼ିଥିଲା ।

୧୯୭୮ ଦଙ୍ଗା ଓ ପ୍ରାଚୀନ ମନ୍ଦିର:

୧୯୭୮ ଦଙ୍ଗା ସବୁ କିଛି ଓଲଟ ପାଲଟ କରିଦେଇଥିଲା । ହୋଲିର ଚାରି ଦିନ ପରେ ୨୯ ମାର୍ଚ୍ଚ ୧୯୭୮ରେ ସମ୍ଭଲ ରାସ୍ତାରେ ଘୃଣାର ଏପରି ନିଆଁ ଲାଗିଥିଲା, ଯାହା ମନେ ପଡ଼ିଲେ ଆଜି ବି ଲୋମଟାଙ୍କୁରି ଉଠେ । ଗୁଜବକୁ ବିଶ୍ୱାସ କରି ସମ୍ଭଲ ସହରରେ ଆରମ୍ଭ ହୋଇଥିଲା ଭୟଙ୍କର ଦଙ୍ଗା । ପୂରା ସହର ଧ୍ୱଂସ କରି ଦେଇଥିଲା କିଛି ଅମଣିଷଙ୍କ ଷଡ଼ଯନ୍ତ୍ର । ଦଙ୍ଗାକାରୀମାନେ ୪୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ କରିଦେଇଥିଲେ । ଗୋଟିଏ ସ୍ଥାନରେ ହିଁ ୨୪ ଜଣରୁ ଅଧିକ ହିନ୍ଦୁ ଦୋକାନୀଙ୍କୁ ଜୀବନ୍ତ ପୋଡ଼ି ହତ୍ୟା କରାଯାଇଥିଲା । ହିନ୍ଦୁ ଲୋକମାନେ ସେ ଅଞ୍ଚଳ ଛାଡ଼ି ପଳାୟନ କରିଥିଲେ । ସେହି ଅଞ୍ଚଳରୁ ପ୍ରାଚୀନ ମନ୍ଦିର ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଦଙ୍ଗାକାରୀଙ୍କ ସେହି ନୃଶଂସ ନରସଂହାରର କାହାଣୀ ଆଜି ବି ପୋଲିସ୍ ରେକର୍ଡରେ ଅଛି । ଏହାର ଦସ୍ତାବିଜ ମଧ୍ୟ ରହିଛି । ସେ ସମୟର ପ୍ରତ୍ୟେକ୍ଷଦର୍ଶୀଙ୍କୁ ଦଙ୍ଗା ସମ୍ପର୍କରେ ପଚାରିଲେ, ଆଜି ବି ସ୍ତବ୍ଧ ହୋଇଯାଆନ୍ତି, ପାଟିରୁ କଥା ବାହାରେନି ।

୪୬ ବର୍ଷ ପରେ ମନ୍ଦିର ଖୋଲିଲା:

୧୯୭୮ ଦଙ୍ଗା ସମୟରେ ହିନ୍ଦୁ ଲୋକଙ୍କ ପଳାୟନ ସମ୍ଭଲ ସାମାଜିକ ସମୀକରଣକୁ କିପରି ବଦଳାଇଲା, ତାହା ଆଜି ମଧ୍ୟ ସ୍ପଷ୍ଟ ଦେଖିବାପାଇଁ ମିଳୁଛି । ମୁସଲିମ ଅଞ୍ଚଳରେ କୂଅ ଏବଂ ପୁରାତନ ମନ୍ଦିର ଉଦ୍ଧାର ହୋଇଛି । ଏଠାରେ ମିଳୁଥିବା ବସ୍ତୁ ଏବଂ ଦଲିଲରୁ ଜଣାପଡିଛି ଯେ ହିନ୍ଦୁ ପରିବାର ଏଠାରେ ରହୁଥିଲେ, କିନ୍ତୁ ଦଙ୍ଗା ପରେ ସେମାନେ ଘର ବିକ୍ରି କରି ଚାଲିଯାଇଥିଲେ। ପରେ ମୁସଲମାନ ସଂପ୍ରଦାୟର ଲୋକେ ଫାଟକକୁ ଫାଟକ ଲଗାଇ,ତାଉପରେ ଅବୈଧ ନିର୍ମାଣ କରିଥିଲେ । ବର୍ତ୍ତମାନ ମନ୍ଦିର ସାମ୍ନାକୁ ଆସିବା ପରେ ୧୯୭୮ ସମ୍ଭଲ ଦଙ୍ଗାର କାହାଣୀ ପୁଣି ଥରେ ଲୋକଲୋଚନକୁ ଆସିଛି । ୧୯୭୮ ଦଙ୍ଗା ପରେ ଏଠାରେ ମୁସଲମାନ ଜନସଂଖ୍ୟା ବଢ଼ିଗଲା ଏବଂ ହିନ୍ଦୁମାନେ ସ୍ଥାନ ଛାଡ଼ି ପଳାୟନ କରିଥିଲେ ।

ଅଧିକ ପଢ଼ନ୍ତୁ: ଭାରତୀୟ ରନ୍ଧା ଓ ରାନ୍ଧୁଣିଆ: ସୁଆଦିଆ ଖାଦ୍ୟ ପରଷି ପାଇଲେ ୨୦୨୪ର ଶ୍ରେଷ୍ଠ ପୁରସ୍କାର

Muslims Communal Violence Viral News India News
Advertisment
Advertisment