Advertisment

Vastu Tips: ଗୃହରେ ବାସ୍ତୁଦୋଷ ଦୂର କରିବାକୁ ଜାଣନ୍ତୁ ମହାପୁରୁଷଙ୍କ ଅମୃତବାଣୀ

ଗୃହକୁ ସବୁବେଳେ ବାସ୍ତୁ ମତରେ ନିର୍ମାଣ କରିବା ସହିତ ଯଦି ଆମେ ଆମ ମୁନି-ଋଷିମାନଙ୍କ ମହତ ଅମୃତବାଣୀକୁ ଶୁଣି ଜୀବନରେ ଲଗାଇ ପାରିବା ତେବେ ଆମେ ନିଶ୍ଚୟ ଶାନ୍ତି ପାଇବା । ଏଣୁ ଆମେ ଆମର ବେଦ ଓ ପୁରାଣରେ ଥିବା ବାସ୍ତୁ ନିୟମକୁ ମାନିବା ନିହାତି ଦରକାର।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ବାସ୍ତୁଦୋଷ ଦୂର କରିବାକୁ ମାନନ୍ତୁ ଏହି ନିୟମ

ବାସ୍ତୁଦୋଷ ଦୂର କରିବାକୁ ମାନନ୍ତୁ ଏହି ନିୟମ

ଆମେ ବହୁତ ବ୍ୟୟ କରି ସୁନ୍ଦର ଘରଟିଏ ନିର୍ମାଣ କରୁଛେ କିନ୍ତୁ ସେହି ଘରେ ଯଦି ସବୁବେଳେ ଅଶାନ୍ତି ଲାଗିରହେ ତେବେ ଗୃହ ନିର୍ମାଣର ମୂଲ୍ୟ ରୁହେ ନାହିଁ ଏବଂ ଗୃହବାସୀ ସବୁବେଳେ ମନଦୁଃଖରେ ରହୁନ୍ତି । ଏଣୁ ଗୃହକୁ ସବୁବେଳେ ବାସ୍ତୁ ମତରେ ନିର୍ମାଣ କରିବା ସହିତ ଯଦି ଆମେ ଆମ ମୁନି-ଋଷି ମାନଙ୍କ ମହତ ଅମୃତବାଣୀକୁ ଶୁଣି ଜୀବନରେ ଲଗାଇ ପାରିବା ତେବେ ଆମେ ନିଶ୍ଚୟ ଶାନ୍ତି ପାଇବା । ଏଣୁ ଆମେ ଆମର ବେଦ ଓ ପୁରାଣରେ ଥିବା ବାସ୍ତୁ ନିୟମକୁ ମାନବା ନିହାତି ଦରକାର ଯାହା ଆମର ମୁନିଋଷିମାନଙ୍କ ଦ୍ୱାରା କୁହାଯାଇଛି ତାହା ମୁଁ ନିମ୍ନରେ ଦେଉଛି ।

Advertisment

ଅଧିକ ପଢ଼ନ୍ତୁ: Vastu Tips: ଏମିତି ସ୍ଥାନରେ ଗୃହ ନିର୍ମାଣ କରୁଛନ୍ତି କି...ହୋଇଯିବେ ଦରିଦ୍ର

୧. ଯେଉଁ ଗୃହରେ ନାରୀ ଏବଂ ଗୁରୁଜନମାନଙ୍କୁ ସମ୍ମାନ ଦିଆ ନଯାଏ ତେବେ ସେହିଘର ମଶାଣୀ ସଦୃଶ ହୋଇଥାଏ । ସେହି ଗୃହଟିକୁ ଗୃହ କହିବା, ଯଦି ସେହି ଗୃହରେ ସମସ୍ତେ ନାରୀ ଓ ଗୁରୁଜନମାନଙ୍କୁ ଆଦର ଓ ସମ୍ମାନ ଦେଇଥାନ୍ତି ଏବଂ ଗୁରୁଜନଙ୍କ କଥାକୁ ଅକ୍ଷରେ ଅକ୍ଷରେ ମାନିଥାନ୍ତି ଏବଂ ଗୃହ ମଧ୍ୟରେ ସମସ୍ତେ ସମସ୍ତଙ୍କ ପ୍ରତି ଆଦର ଓ ସ୍ନେହ ଶ୍ରଦ୍ଧା ରଖିଥାନ୍ତି । ଏହିପରି ଗୃହରେ ଯଦି ବି କିଛି ବାସ୍ତୁଦୋଷ ରହିଥାଏ, ତେବେ ବି ଏହି ଦୋଷ ଗୃହବାସୀଙ୍କୁ ପ୍ରଭାବିତ କରିପାରେ ନାହିଁ ।

Advertisment

୨. ସାଧୁସନ୍ଥ, ରୋଗୀ, ଗର୍ଭବତୀ ସ୍ତ୍ରୀ, ନବ ବିବାହିତା ସ୍ତ୍ରୀ, କୁମାରୀ ଏହିମାନଙ୍କ ମଧ୍ୟରୁ ଯେ କେହିବି ଘରକୁ ଆସିଲେ ଏମାନଙ୍କୁ ଆଦର ସମ୍ମାନ ଦେବା ସହିତ, ସମସ୍ତଙ୍କ ଆଗରୁ ଖାଇବାକୁ ଦେବା ବହୁତ ଶୁଭ ହୋଇଥାଏ ।

୩. ଜୀବିକା ଅର୍ଜନ ପାଇଁ ଯେତେ କଷ୍ଟହେଲେ ବି ସବୁବେଳେ ଧର୍ଯ୍ୟର ସହିତ ଚେଷ୍ଟାଜାରୀ ରଖିବ କିନ୍ତୁ ଅସତ ମାର୍ଗକୁ ଯିବ ନାହିଁ କି ଅସତ ମାର୍ଗରେ ଧନ ଉପାର୍ଜନ କରିବାକୁ ଚେଷ୍ଟା କରିବ ନାହିଁ ।

୪. ଅଧର୍ମ ଓ ଅସତ ଉପାୟରେ ଧନ ଅର୍ଜନ କଲେ ଖାଲି ଧନ ଅର୍ଜନ କରୁଥିବା ବ୍ୟକ୍ତି ହଇରାଣ ହୁଏ ନାହିଁ । ସେହି ବ୍ୟକ୍ତିର ପରିବାର ବର୍ଗ ମଧ୍ୟ ସେହି ପାପର ଭାଗିଦାରୀ ହୁଅନ୍ତି ଏବଂ ଏହାର ଖରାପ ପ୍ରଭାବକୁ ଭୋଗିଥାନ୍ତି । ଯେମିତି ଗୋଟେ ପରିବାରରେ ମୁଖ୍ୟବ୍ୟକ୍ତିମାନେ ଚୋରୀ, ଟାଉଟରୀ କରି ଧନ ଉପାର୍ଜନ କରନ୍ତି ତେବେ ସେମାନଙ୍କ ପିଲାମାନେ ଯେତେ ଭଲ କାମ କଲେ ମଧ୍ୟ ସମାଜ ସେମାନଙ୍କୁ ସବୁବେଳେ ସନ୍ଦେହ କରିଥାନ୍ତି । ଏଣୁ ସେହି ପରିବାରର ଭଲ ଲୋକମାନେ ମଧ୍ୟ ହଇରାଣ ହୋଇଥାନ୍ତି । ଏହିପରି ଅଶାନ୍ତି ବାସ୍ତୁ ଜନିତ ନୁହେଁ କର୍ମ ଜନିତ ଏଣୁ ମୁନି-ଋଷିମାନଙ୍କ ଉପଦେଶ ମାନି ସବୁବେଳେ ନିଜକୁ ସତମାର୍ଗରେ ରଖନ୍ତୁ ।

୫. ଯେଉଁ ଗୃହରେ ନାରୀମାନେ ସୁଖୀ ସେହିଘରେ ସବୁବେଳେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଫଳ ସ୍ୱରୂପ ସେହି ଗୃହରେ ରହୁଥିବା ଗୃହବାସୀମାନେ ମାଲକ୍ଷ୍ମୀଙ୍କର କୃପା ଲାଭ କରିଥାନ୍ତି ଏବଂ ସେମାନଙ୍କର ସର୍ବଦା ମଙ୍ଗଳ ହୋଇଥାଏ ।

୬. ଅନ୍ୟ ଜଣଙ୍କ ବ୍ୟବହୃତ ବସ୍ତ୍ର ଏବଂ ଯୋତା ବ୍ୟବହାର କରିବା ଶୁଭନୁହେଁ ।

୭. କାମାର୍ତ୍ତ ହୋଇ କେବେ ବି କୌଣସି ଉଲଗ୍ନ ସ୍ତ୍ରୀକୁ ଦେଖିବ ନାହିଁ କି ରଜସ୍ୱଳା ସ୍ତ୍ରୀ ପାଖକୁ ଯିବନାହିଁ । ଏହା କରିବା ଦ୍ୱାରା ନିଜ ଚରିତ୍ରରେ ଦୋଷ ଲାଗେ ଯାହା ବାସ୍ତୁଦୋଷଠାରୁ ମଧ୍ୟ ଅଧିକ ଦୋଷାବହ । ଫଳ ସ୍ୱରୂପ ମାନସିକ, ଆର୍ଥିକ ଏବଂ ଶାରିରୀକ କଷ୍ଟ ଭୋଗିବାକୁ ପଡ଼େ ।

ଏହି ନିୟମ ମହର୍ଷି ମନୁଙ୍କ ଦ୍ୱାରା ଦିଆଯାଇଥିବା ନିୟମ ଯାହା ମାନବ ସମାଜ ପାଇଁ ବହୁତ ଉପଯୋଗୀ । ଏହି ନିୟମ ମାନିଲେ ନିଶ୍ଚୟ ଶୁଭଫଳ ପାଇବେ । ଏଣୁ ମୋର ବିନମ୍ର ଅନୁରୋଧ ଗୃହକୁ ବାସ୍ତୁଦୋଷରୁ ଏବଂ ନିଜକୁ ନିଜର ଚରିତ୍ର ଦୋଷରୁ ମୁକ୍ତ ରଖିପାରିଲେ ଜୀବନରେ ବଡ଼ ସଫଳତା ନିଶ୍ଚୟ ପାଇବେ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: Vastu Tips: ଗୃହ ପାଖରେ ଏହିସବୁ ସ୍ଥିତି ଆଣିଥାଏ ବାସ୍ତୁ ଦୋଷ

Vastu Tips For Home Vastu Tips
Advertisment
Advertisment