/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642998632.jpg)
Rice Meant For Mid Day Meals Stored Illegally In Rented House
ନିର୍ମାଣଧୀନ ବେସରକାରୀ କୋଠାରୁ ୫୬୪ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଜବତ ହୋଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ କେଶରୀଗୁଡ଼ା ସ୍ଥିତ ଏକ ନିର୍ମାଣାଧୀନ ବେସରକାରୀ କୋଠାରୁ ବହୁ ପରିମାଣର ଚାଉଳ ଗଚ୍ଛିତ ଥିବା ଖବର ମିଳିଥିଲା। ନବରଙ୍ଗପୁର ତହସିଲଦାର ଓ ନବରଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମିଳିତ ଚଢାଉ କରିଥିଲେ।
ଚଢାଉ ବେଳେ ଦୁଇଟି ବଖରାରୁ ୫୬୪ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ରଖା ଯାଇଥିବା ଦେଖିବାକୁ ମିଳିଥିଲା। ପରେ ପ୍ରଶାସନ ପକ୍ଷରୁ ଏହି କୋଠାକୁ ସିଜ୍ କରାଯିବା ସହ ନବରଙ୍ଗପୁରର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜବତ ଚାଉଳ ଜିମା ଦେଇଥିଲେ।
ଛୁଟିଦିନ ଥିବାରୁ ବିଭିନ୍ନ ସ୍କୁଲକୁ ପଠାଯିବାକୁ ଥିବା ଚାଉଳ ସେଠାରେ ରଖାଯାଇଥିଲା। ଏନେଇ ଚାଉଳ ଲିଜ୍ ପାଇଥିବା ବ୍ୟକ୍ତିଙ୍କ ପାର୍ଟନର କହିଛନ୍ତି। ଗତ ୪ ମାସ ହେବ ମଧ୍ୟାହ୍ନ ଭୋଜନ ଚାଉଳଏହି କୋଠାରେ ରଖା ଯାଉଥିବା ଜଣାପଡ଼ିଛି। ତେଣୁ, ପିଲାଙ୍କ ଚାଉଳ ହେରଫର ହେଉଥିବା ସନ୍ଦେହ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)