Advertisment

ଫାଙ୍କା ଗୁଳି ଚଳାଇଲେ ବିଜେଡି ନେତା ! ଅଭିଯୋଗ ଆସିବା ପରେ କହିଲେ- ‘ମୁଁ କିଛି ଜାଣିନି’

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ଦହଣା ଗାଁରେ ଗୁଳିକାଣ୍ଡ। ଏକ ବୋଲେରୋରେ କିଛି ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD Leader Accused Of Threatening & Resorting To Blank Firing

BJD Leader Accused Of Threatening & Resorting To Blank Firing

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ଦହଣା ଗାଁରେ ଗୁଳିକାଣ୍ଡ ହୋଇଛି। ଏକ ବୋଲେରୋରେ କିଛି ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି। ଘଟଣାସ୍ଥଳରେ ତେନ୍ତୁଳୀଖୁଣ୍ଟି ଓ ନବରଙ୍ଗପୁର ପୋଲିସ ପହଞ୍ଚି ୨ଟି ଖୋକା ସହ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି। ଗାଁର ଅଶ୍ୱିନୀ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘର ଆଗରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ୧୮ ତାରିଖ ଦିନ ନିର୍ବାଚନ ସରିବା ପରେ ଦହଣା ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଥିଲା। ଅଶ୍ୱିନୀଙ୍କ ପୁଅ ଆଲୋକ ଦାସଙ୍କ ଅଭିଯୋଗ ଅନୁସାରେ, ବିଜେଡି ନେତା ଅରୁଣ ମିଶ୍ର ତାଙ୍କ ଘର ଆଗରେ ଏହି ଫାଙ୍କା ଗୁଳି ଚାଳନା କରିଛନ୍ତି। ଅରୁଣ ମିଶ୍ର ଏଥର ନନ୍ଦାହାଣ୍ଡି ୨ ନମ୍ବର ଜୋନ୍‌ରୁ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି।

୧୮ ତାରିଖରେ ଏଠାରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଆଲୋକଙ୍କ ବାପା ଅଶ୍ୱିନୀ ବିଜେପି ପାଇଁ ପ୍ରଚାର କରିଥିଲେ। ସେହିଦିନ ସନ୍ଧ୍ୟାରେ ଅରୁଣ ନିଜ ସହଯୋଗୀଙ୍କ ସହିତ ଆସି ଅଶ୍ୱିନୀଙ୍କୁ ଖୋଜିଥିଲେ। ତାଙ୍କୁ ନ ପାଇବାରୁ ଆଲୋକଙ୍କ ସହ ଅରୁଣଙ୍କ ପାଟିତୁଣ୍ଡ ହୋଇଥିଲା। ପରେ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅରୁଣ ମିଶ୍ର ନିଜ ପକେଟରୁ ପିସ୍ତଲ ବାହାର କରି ୩ ରାଉଣ୍ଡ ଗୁଳି ଚଳାଇଥିବା ଆଲୋକ ଅଭିଯୋଗ କରିଛନ୍ତି।

Advertisment

ଅନ୍ୟପକ୍ଷେ, ଆଲୋକ ଆଣିଥିବା ଏହି ଅଭିଯୋଗକୁ  ଅରୁଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ମୁଁ ବିଜେଡିର ଜଣେ ୱିନିଂ କ୍ୟାଣ୍ଡିଡେଟ୍‌। ସେମାନେ ମୋର ୱିନିଂ ପସିବିଲିଟିକୁ ଦେଖି ଭୟଭୀତ ହୋଇ ମୋ ବିରୋଧରେ ଏଭଳି ଚକ୍ରାନ୍ତ କରୁଛନ୍ତି। ବହୁତ ଦିନ ହେଲା ସେମାନେ ମୋ ପଛରେ ଲାଗିଛନ୍ତି। ଗୁଳି ଚାଳନା ଘଟଣା ସମ୍ପର୍କରେ ମୋତେ ଆଦୌ ଜଣା ନାହିଁ। ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ସବୁ ମନଗଢ଼ା କାହାଣୀ।’ 

BJD Leader Blank Firing
Advertisment
Advertisment