Advertisment

ଭୂକମ୍ପରେ ଥରିଲା ଓଡ଼ିଶା, ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଲେ ଲୋକେ

ଆଜି ଅପରାହ୍ଣରେ ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Earthquake In Odisha

Earthquake In Odisha

ଆଜି ଅପରାହ୍ଣରେ ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ ଓ ଡାବୁଙ୍ଗାର କିଛି ଅଞ୍ଚଳରେ ଲୋକମାନେ ଭୂକମ୍ପର ଝଟ୍‌କା ଅନୁଭୂତ କରିଥିବା ଜଣାପଡ଼ିଛି।

Advertisment

ଆଜି ଅପରାହ୍ଣ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ଭୂକମ୍ପ ହୋଇଥିଲା। ଭୂକମ୍ପ ତୀବ୍ରତା ୩.୫ ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଭୂକମ୍ପରେ ଡାବୁଗାଁ ଓ ଝରିଗାଁରେ କିଛି ଘରର କାନ୍ଥ ଫାଟି ଯାଇଥିବା ଦେଖିବାକୁ ମିଳିଛି। ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ହୋଇଥିଲା ବୋଲି ଲୋକମାନେ କହିଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। କଳାହାଣ୍ଡିର କିଛି ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଭୂକମ୍ପରେ ବଡ଼ ଧରଣର କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ।

Advertisment

ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା। 

Earthquake
Advertisment
Advertisment