Advertisment

ହଠାତ୍‌ ଜୋରରେ ବହିଲା ପବନ, ଡଙ୍ଗାରେ ପଶିଗଲା ପାଣି; ଅକାତ ପାଣି ମଝିରେ ଅଟକି ଗଲା ଡଙ୍ଗା

ଅକାତ ପାଣି ମଝିରେ ଅଟକି ଗଲା ଡଙ୍ଗା। ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି। ପବନ ବହିବା ଯୋଗୁ ଡଙ୍ଗାରେ ପାଣି ପଶି ଯାଇଥିଲା। ଫଳରେ ଡଙ୍ଗା କିଛି ସମୟ ପାଇଁ ଭାରସାମ୍ୟ ହରାଇଥିଲା।

author-image
Rajalaxmi Sahoo
Boat Ambulance Rescues 7 Stuck In Reservoir

Boat Ambulance Rescues 7 Stuck In Reservoir

ଅକାତ ପାଣି ମଝିରେ ଅଟକି ଗଲା ଡଙ୍ଗା। ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି। ଜୀବନ ବଞ୍ଚାଇବାକୁ ସଂଘର୍ଷ କଲେ ୭ ଜଣ। ଏଭଳି କିଛି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳ ଭଣ୍ଡାରରେ। ଗତକାଲି ଚିରାଚରିତ ଦେଶୀ ଡଙ୍ଗାରେ ଲୋକେ ବାରିଆଘାଟରୁ ତଲଙ୍ଗ ଯାଉଥିଲେ। ହେଲେ ଜଳଭଣ୍ଡାର ମଝିରେ ଅଟକି ଯାଇଥିଲା ଡଙ୍ଗା।

Advertisment

ପବନ ବହିବା ଯୋଗୁ ଡଙ୍ଗାରେ ପାଣି ପଶି ଯାଇଥିଲା। ଫଳରେ ଡଙ୍ଗା କିଛି ସମୟ ପାଇଁ ଭାରସାମ୍ୟ ହରାଇଥିଲା। ଏହି ସମୟରେ ୧୦୮ ବୋଟ୍ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଡଙ୍ଗା ଚାଳକ। ଆଉ ତୁରନ୍ତ ବୋଟ୍ ଆମ୍ବୁଲାନ୍ସ ପହଞ୍ଚି ଡଙ୍ଗାରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ବୋଟ୍ ଆମ୍ବୁଲାନ୍ସ ଯୋଗୁ ସମସ୍ତଙ୍କ ଜୀବନ ବଞ୍ଚିଥିବାରୁ ଏଥିପାଇଁ ଉଦ୍ଧାର ହୋଇଥିବା ଲୋକେ ଧନ୍ୟବାଦ ଜଣାଇଛନ୍ତି। 

ଯଦି ବୋଟ୍‌ ଆମ୍ବୁଲାନ୍ସ ସଠିକ୍‌ ସମୟରେ ପହଞ୍ଚି ନଥିଲେ ଡଙ୍ଗାରେଥିବା ୭ଜଣ ବ୍ୟକ୍ତି ନିଶ୍ଚିତ ମୃତ୍ୟୁମୁଖରେ ପଡ଼ିଥାନ୍ତେ। ଉଦ୍ଧାର ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି, ପବନ ଜୋରରେ ବହିବା ଯୋଗୁ ଡଙ୍ଗାରେ ପାଣି ପଶି ଯାଇଥିଲା। ଏହି ସମୟରେ ବୋଟ୍‌ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହାପରେ ସେ ଆସି ଆମ୍ଭମାନଙ୍କୁ ଉଦ୍ଧାର କଲେ। ଯଦି ବୋଟ୍‌ ଆମ୍ବୁଲାନ୍ସ ଡ୍ରାଇଭର ସଠିକ୍‌ ଆସି ପହଞ୍ଚି ନଥାନ୍ତେ ତା’ହେଲେ ଆମର ପ୍ରାଣ ଚାଲି ଯାଇଥାନ୍ତା’।

Advertisment
Boat Ambulance Reservoir
Advertisment
Advertisment