/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743788998.jpg)
Hunter Shoots Companion in Head, Mistaking Him for Prey Dhenkanal
ଶିକାର ଭାବି ସାଙ୍ଗ ମୁଣ୍ଡକୁ ଗୁଳି ଚଳାଇ ଦେଲା ସାଙ୍ଗ। ଆଉ ରାତି ଅନ୍ଧାରରେ ଜଙ୍ଗଲ ଭିତରେ ଉଡ଼ିଗଲା ସାଙ୍ଗର ପ୍ରାଣବାୟୁ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାନପୁର ଗାଁରେ ଗତକାଲି ଘଟିଛି ଏଭଳି ଅଭାବନୀୟ ଘଟଣା। ପୋଲିସ ଏ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ସେପଟେ ବାସ୍ତବରେ ଏହା ଆକସ୍ମିକ ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ, ସେ ନେଇ ଖୋଳତାଡ଼ କରୁଛି ଢେଙ୍କାନାଳ ରାସୋଳ ଥାନା ପୋଲିସ।
ଜଙ୍ଗଲ ଭିତରେ ଜନ୍ତୁ ବଦଳରେ ମଣିଷ ଶିକାର। ଶିକାର ଭାବି ସାଙ୍ଗକୁ ଗୁଳି ଚଳାଇ ଦେଲା ସାଙ୍ଗ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାନପୁର ଗାଁରେ ଘଟିଛି ଅଭାବନୀୟ ଘଟଣା। ସମୟ ଗୁରୁବାର ରାତି ପ୍ରାୟ ୧୦ଟା। ଢେଙ୍କାନାଳ ମାନପୁର ଗାଁର ୪ ସାଙ୍ଗ ସନ୍ତୋଷ ନାୟକ, ନରେଶ ସ୍ୱାଇଁ, ବାବୁଲା ନାୟକ ଓ ପ୍ରଶାନ୍ତ ନାୟକ ସବୁଦିନ ପରି ଗାଁ ପାଖ ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଆଉ ଶୀକାର କରୁ କରୁ ଶିକାରୀ ପ୍ରଶାନ୍ତ ନାୟକଙ୍କ ଗୁଳିରେ ଟଳି ପଡ଼ିଥିଲେ ସାଙ୍ଗ ବାବୁଲା ନାୟକ। ବାବୁଲାଙ୍କ ପରିବାର ଲୋକଙ୍କ ଅଭିଯୋଗ, ଗତକାଲି ରାତିରେ ଜନ୍ତୁ ଶିକାର ପାଇଁ ବାବୁଲାଙ୍କୁ ଜଙ୍ଗଲକୁ ଡାକି ନେଇଥିଲେ ଅନ୍ୟ ୩ ସାଙ୍ଗ। ଆଉ ଯିବାର କିଛି ସମୟ ପରେ ଗୁଳିରେ ବାବୁଲାଙ୍କୁ ମୃତ୍ୟୁ ହୋଇଥିବା ପରିବାରକୁ ସୂଚନା ଦେଇଥିଲେ। ପରେ ପରିବାର ଏନେଇ ରାସୋଳ ପୋଲିସକୁ ଖବର ଦେବାରୁ ବିଳମ୍ବିତ ରାତିରେ ଜଙ୍ଗଲକୁ ଯାଇ ମୃତଦେହ ଉଦ୍ଧାର କରିଥିଲା ପୋଲିସ।
ଅଧିକ ପଢ଼ନ୍ତୁ: ବଜାର ଉପରେ ଗଡ଼ିଲା ମୁଣ୍ଡ, ଘରୁ ଡାକିଆଣି ଯୁବକଙ୍କୁ ହତ୍ୟା
ଏଠାରେ ପ୍ରଶ୍ନ ଉଠୁଛି, ନିୟମିତ ଶୀକାର ପାଇଁ ଜଙ୍ଗଲ ଯାଉଥିବା ବୃତ୍ତିଗତ ଶୀକାରୀମାନେ ମଣିଷ ମାରିବା ଭଳି ଭୁଲ କଲେ କେମିତି ? ଏହା ଏକ ଆକସ୍ମିକ ମୃତ୍ୟୁ ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର ? ବାବୁଲାଙ୍କୁ ହତ୍ୟା ପଛରେ ଆଉ କିଛି କାରଣ କିମ୍ବା ଆଉ କାହାର ହାତ ରହିଛି କି ? ସେପଟେ ରାସୋଳ ପୋଲିସ ଏ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିଭଳି ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଜବତ କରି ଘଟଣାର ରହସ୍ୟ ଭେଦ ପାଇଁ ତଦନ୍ତ ଚଳାଇଛି।
ଏପଟେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ବେସାହାରା ହୋଇ ପଡ଼ିଛନ୍ତି ବାବୁଲା ନାୟକଙ୍କ ପରିବାର। ଘଟଣାକୁ ନେଇ ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)