Advertisment

ସାଂଘାତିକ ତ୍ରୁଟି ! EVMରେ ନାହିଁ ପ୍ରାର୍ଥୀଙ୍କ ନାଁ, ଭୋଟ ପଡ଼ିଲାଣି ୪୦୦

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରୁ ଆସିଲା ଏଭଳି ସାଂଘାତିକ ଅଭିଯୋଗ । ଇଭିଏମ୍‌ରେ ଜଘନ୍ୟ ତ୍ରୁଟି ଯୋଗୁଁ ବନ୍ଦ ହେଲା ଭୋଟିଂ । ତେବେ ତ୍ରୁଟି ଧରାପଡ଼ିବା ବେଳକୁ ଇଭିଏମ୍‌ରେ ପଡ଼ିସାରିଲାଣି ପାଖାପାଖି ୪୦୦ ଭୋଟ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ପ୍ରଥମ ଦିନରେ ୪ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

evm

ସାଂଘାତିକ ତ୍ରୁଟି । ଇଭିଏମ୍‌ରେ ଦେଖାଦେଲା ତ୍ରୁଟି । EVMରେ ନଥିଲା ପ୍ରାର୍ଥୀଙ୍କ ନାଁ । ଫଳରେ ଉତ୍ତେଜନା ପରିସ୍ଥିତି ଉପୁଜିଲା ଓ ପରେ ସ୍ଥଗିତ ହେଲା ଭୋଟ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରୁ ଆସିଲା ଏଭଳି ସାଂଘାତିକ ଅଭିଯୋଗ । ଇଭିଏମ୍‌ରେ ଜଘନ୍ୟ ତ୍ରୁଟି ଯୋଗୁଁ ବନ୍ଦ ହେଲା ଭୋଟିଂ । ତେବେ ତ୍ରୁଟି ଧରାପଡ଼ିବା ବେଳକୁ ଇଭିଏମ୍‌ରେ ପଡ଼ିସାରିଲାଣି ପାଖାପାଖି ୪୦୦ ଭୋଟ ।

Advertisment

ମିଳିଥିବା ସୂଚନା ଅନୁଯାୟୀ ଏଠାରେ ଇଭିଏମ୍‌ରେ ଏକ ବିରାଟ ତ୍ରୁଟି ଦେଖାଯାଇଛି । ଅନ୍ୟ ଏକ ଅଞ୍ଚଳର ପ୍ରାର୍ଥୀଙ୍କ ନାଁ ଇଭିଏମ୍‌ରେ ରହିଥିବା ବେଳେ ଉକ୍ତ ଅଞ୍ଚଳର ପ୍ରାର୍ଥୀଙ୍କ ନାଁ ଇଭିଏମ୍‌ରେ ନାହିଁ । ନାଁ ଓ ଚିହ୍ନରେ ତ୍ରୁଟି ରହିଥିଲା । ଅଧ୍ୟକ୍ଷ ପଦ ପାଇଁ ଇଭିଏମ୍‌ରେ ଥିବା ପ୍ରାର୍ଥୀଙ୍କ ନାଁ ଓ ଚିହ୍ନରେ ତ୍ରୁଟି ଦେଖାଦେଇଥିଲା ।

ଉମରକୋଟ୍ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପଦ ପାଇଁ ଲଢ଼େଇ କରୁଥିବା ପ୍ରାର୍ଥୀଙ୍କ ନାଁ ବଦଳରେ ସେହି ବୁଥ୍‌ରେ ନବରଙ୍ଗପୁର ମ୍ୟୁନିସିପାଲିଟିର ପ୍ରାର୍ଥୀଙ୍କ ନାଁ ଥିବା ଦେଖିବାକୁ ରହିଥିଲା । ଏଭଳି ସାଂଘାତିକ ତ୍ରୁଟି ଜଣାପଡ଼ିବା ବେଳକୁ ଇଭିଏମ୍‌ରେ ୩୯୨ଟି ଭୋଟ୍ ପଡ଼ି ସାରିଥିଲା । ତେବେ ଜଣେ ଭୋଟର ଭୁଲ୍ ସଂପର୍କରେ ପ୍ରିଜାଇଡିଂ ଅଫିସରଙ୍କୁ ଜଣାଇବା ପରେ ମତଦାନ ସ୍ଥଗିତ ରହିଥିଲା । ଯାହାକୁ ନେଇ ବୁଥ୍‌ରେ ଉତ୍ତେଜନା ଦେଖାଦେଇଥିଲା । ପରେ ସ୍ଥାନୀୟ ପୋଲିସ, ପୌର ଅଧିକାରୀ ଓ ନିର୍ବାଚନ ଅଧିକାରୀ ପହଞ୍ଚି ମତଦାନ ସଂପୂର୍ଣ୍ଣ ବନ୍ଦ କରିଥିଲେ । ଆସନ୍ତାକାଲି ପୁଣିଥରେ ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି ।

Advertisment

ସେପଟେ ପୌର ଭୋଟ ବେଳେ କେନ୍ଦୁଝରରେ ଇଭିଏମ୍ ଅଦଳ ବଦଳ ହୋଇଥିବା ଅଭିଯୋଗ ଆସିଛି । ୧୦ ନମ୍ବର ଓ୍ୱାର୍ଡ ସରକାରୀ ମହିଳା ମହାବିଦ୍ୟାଳୟର ୨୪ ନମ୍ବର ବୁଥ୍‌ରେ ଇଭିଏମ୍ ଅଦଳ ବଦଳ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପିର ଚେୟାରମ୍ୟାନ ପ୍ରାର୍ଥୀ ନିକୁ ସାହୁ। ସେ କହିଛନ୍ତି, ଦିନ ପ୍ରାୟ ୧୧ଟା ବେଳେ ବୁଥ୍ ବୁଲିବା ସମୟରେ ଦେଖିଥିଲେ ଯେ, ୨୪ ନମ୍ବର ବୁଥ୍‌ରେ ଚେୟାରମ୍ୟାନ ଓ କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଥିବା ଇଭିଏମ୍‌ରେ ହଳଦିଆ ଓ ଗୋଲାପୀ ରଙ୍ଗର କାଗଜ ମରା ହୋଇନଥିଲା। 

ଚେୟାରମ୍ୟାନ ପଦବୀ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଜାଗାରେ କାଉନସିଲର୍ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ରଖାଯାଇଥିଲା। ଅଭିଯୋଗ ପରେ ପୋଲିସ ଓ ମାଜିଷ୍ଟ୍ରେଟ ସେଠାରେ ପହଞ୍ଚି ତଦନ୍ତ କରଛନ୍ତି। କିନ୍ତୁ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି। 

ଏନେଇ ବିଜେପିର ପୌରାଧ୍ୟକ୍ଷ ପ୍ରାର୍ଥୀ ନିକୁ ସାହୁ କହିଛନ୍ତି ଯେ ଇଭିଏମ୍‌ ବକ୍ସ ଉପରେ ପିଙ୍କ୍‌ କି ହଳଦିଆ ରଙ୍ଗର କାଗଜ ମରାଯାଇନାହିଁ। ଧଳା କାଗଜରେ ଯାହାବି ଲେଖିଛନ୍ତି ତାହାବି ଦେଖାଯାଉନାହିଁ।  ମୁଁ ଅଭିଯୋଗ କରିବା ପରେ ସେଭଳି କାଗଜ ଦିଆଯାଇନଥିବା ସେ କହିଛନ୍ତି। ଯେତେବେଳେ ମୁଁ ଫଟୋ ଉଠାଇବାକୁ ଗଲି, ସେତେବେଳେ ବକ୍ସ ଭିତରୁ ବାହାର କରି ପ୍ରିଜାଇଡିଂ ଅଫିସର ଲଗାଇଲେ। ଓ କହିଲେ- ଆମକୁ ଦିଆଯାଇଥିଲା, ଆମେ ଜାଣିନଥିଲୁ। ଏପରିକି ବକ୍ସ ଓଲଟାପାଲଟା ରଖାଯାଇଛି। ଏଭଳି ଅବ୍ୟବସ୍ଥା ସେମାନେ ଜାଣିଶୁଣି କରିଛନ୍ତି।

ଅନ୍ୟପଟେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ଅପରାହ୍ନ ୫ଟା ସୁଦ୍ଧା ୫୦%ରୁ ଅଧିକ ମତଦାନ ହୋଇଥିବା ସୂଚନା ମିଳିଛି।  

Mayor ULB Election
Advertisment
Advertisment