• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିର୍ବାଚନ ମାହୋଲ ଭିତରେ ଆସିଲା ବଡ଼ ଦୁଃଖଦ ଖବର । ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଖି ପିଛୁଳାକେ ଚାଲିଗଳା ୩ ପୋଲିସଙ୍କ ନୀରିହ ଜୀବନ । ଗୋଟିଏ ପଟେ ୩ ଜଣ ପୋଲିସ ମତ୍ୟୁ ବରଣ କରିଥିବା ବେଳେ ଅନ୍ୟପଟେ ୧୪ ଜଣ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ପାପଡ଼ାହାଣ୍ଡି ଥାନା ସୋରିଷପଦର ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଖବର ଅନୁଯାୟୀ ୩ୟ ପର୍ଯ୍ୟାୟ ମତଦାନ ପାଇଁ ନବରଙ୍ଗପୁରରୁ କୋଷାଗୁମୁଡ଼ା ଯାଉଥିଲେ ପୋଲିସ କର୍ମୀ । ହଠାତ୍ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାଙ୍କ ଗାଡ଼ି । ସମସ୍ତ ଆହତ ପୋଲିସ କର୍ମୀଙ୍କୁ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।