• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯନ୍ତାରେ ପଡିଲେ ୨ ଭାଲୁ ଛୁଆ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ରାସ୍ତାର ଏକ କଲଭର୍ଟ ତଳେ ପକାଯାଇଥିବା ଯନ୍ତାରେ ଫସିଲା ଆଉ ଗୋଟିଏ ଭାଲୁ ଛୁଆ । ମାଆ ଭାଲୁକୁ ଧରିବା ଲାଗି ବନ ବିଭାଗ ଦ୍ୱାରା ଏହି ଯନ୍ତ୍ରା ପକାଯାଇଥିଲା । ହେଲେ ୨ ମାସ ହେବ ମାଆ ଭାଲୁ ଆଉ ନଆସିବାପରେ ବନ ବିଭାଗ ଛୁଆ ଭାଲୁକୁ ଉଦ୍ଧାର କରିବା ଲାଗି ଯାଇଥିଲା ଦେଖିବାବେଳକୁ ସେହି ଯନ୍ତାରୁ ଆଉ ଏକ ଭାଲୁ ଛୁଆ ଉଦ୍ଧାର କରାଯାଇଛି ।

ବନ ବିଭାଗ ଦ୍ୱାରା ୨ ଟି ଭାଲୁ ଛୁଆକୁ ଉଦ୍ଧାର କରି ଏକ ସ୍ଥାନରେ ରଖାଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । ସୁସ୍ଥ ହେଲେ ୨ ଭାଲୁ ଛୁଆକୁ ଭାଲୁ ପାର୍କରେ ଛଡ଼ାଯିବ ବୋଲି ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ସୂଚନା ଦେଇଛନ୍ତି ।

ସେହିପରି ରାଜ୍ୟରେ ଭାଲୁକୁ ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସୁଛି । ଗତ ଜାନୁଆରୀ ମାସ ୨୪ ତାରିଖ ଦିନ ନବରଙ୍ଗପୁର ଉମରକୋଟ ବ୍ଲକ୍ ଅନ୍ତର୍ଗତ UV-୧୧ ନାଏକଗୁଡ଼ା ଗାଁରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା । ଲୋକଙ୍କ ଗହଳି ଦେଖି ଭାଲୁଟି ଭୟରେ ନିକଟରେ ଥିବା ଏକ ନିମ୍ବ ଗଛ ଉପରେ ଚଢ଼ି ଯାଇଥିଲା । ଗଛ ଉପରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପକ୍ଷରୁ ଏକ ଟିମ୍ ପହଞ୍ଚି ଭାଲୁକୁ ଉଦ୍ଧାର କରିଛଥିଲା । ଖବର ପ୍ରଚାର ହେବାପରେ ଭାଲୁକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ।