• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Panchayat Elections

Facebook Live
ବୁଥ୍‌ ଭିତରେ ମେୟର ପ୍ରାର୍ଥୀଙ୍କ ଫେସବୁକ୍‌ ଲାଇଭ୍

ପୋଲିସ୍‌ କର୍ମଚାରୀ ଜଣକ ହସି ହସି ଏହାକୁ ଆଡେଇ ଯାଉଥିବା ନଜରକୁ ଆସିଛି।

BJD Leader's Husband kKdnapped Two Youth
ଅନ୍ୟ ପାର୍ଟିକୁ ଭୋଟ୍‌ ଦେବାରୁ ଯୁବକଙ୍କୁ କିଡ୍‌ନାପ୍‌ କରି ପ୍ରବଳ ପିଟିଲେ ବିଜେଡି ନେତାଙ୍କ ସ୍ୱାମୀ

ବିଜେଡି ନେତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ଭୋଟ୍‌ ଦେଲେ ନାହିଁ ବୋଲି ଅପହରଣ କଲେ ଆଉ ମାଡ଼ ମାରିଲେ। ନିର୍ବାଚନ ସମୟରେ କାହିଁକି ତାଙ୍କ ପାର୍ଟିକୁ ଭୋଟ୍‌ ନଦେଇ ଅନ୍ୟ ପାର୍ଟି ସପକ୍ଷରେ ମତଦାନ କରିଥିବା ଅଭିଯୋଗ ଆଣି ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ। 

Odisha Panchayat Elections
ଇଲେକ୍ସନ ଡ୍ୟୁଟିରେ ଥାଇ ଗଡ଼ବଡ଼ କରୁଥିଲେ ନିର୍ବାଚନ ଅଧିକାରୀ ! ତା’ବି ପୁଣି CCTV କ୍ୟାମେରା ଆଗରେ

ଯାଜପୁର ଜିଲ୍ଲା ବରୀ ବ୍ଲକର ଅଧ୍ୟକ୍ଷ ନିର୍ବାଚନରେ ନିର୍ବାଚନ ଅଧିକାରୀ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ୬ ଜଣ ସମିତି ସଭ୍ୟଙ୍କ ଭୋଟ୍‌ ନିଜେ ନିର୍ବାଚନ ଅଧିକାରୀ ଦେଇଥିବା ଅଭିଯୋଗ ହୋଇଛି। 

Samiti Member Candidate Husband Dies
ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାରୁ ଉଜୁଡ଼ି ଗଲା ପ୍ରାର୍ଥୀଙ୍କ ସଂସାର

ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାରୁ ଉଜୁଡ଼ି ଗଲା ପ୍ରାର୍ଥୀଙ୍କ ସଂସାର। ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ ମରାକୁ ନେଇ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥିନୀଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ବେଳେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇପଡ଼ିଛନ୍ତି।

Post Poll Violence
ସରିଛି ନିର୍ବାଚନ, ହେଲେ ଥମିନି ହିଂସା: ସାମାନ୍ୟ ବଚସାରୁ ହଣାହଣି, ମାର୍‌ପିଟ୍‌

ଗଞ୍ଜାମ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। 

Newly elected Samiti member spent night at police station
ନିର୍ବାଚନ ଜିତିଲେ, ହେଲେ ଶେଷରେ ଥାନାରେ ରାତି କାଟିବାକୁ ପଡ଼ିଲା...

ଥାନାରେ ରାତି କାଟିଲେ ନବ ନିର୍ବାଚିତ ସମିତି ସଭ୍ୟ। ବୁତିଙ୍ଗ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟ ଆପାରାଓ ପାତିକା ଥାନାରେ ରାତି କାଟିଥିବା ସୂଚନା ମିଳିଛି।

Odisha Panchayat Polls
ଆଜି ବ୍ଲକ୍‌ ଚେୟାରମ୍ୟାନ୍‌ ଅଧ୍ୟକ୍ଷ ନିର୍ବାଚନ, ୨୩ରେ ଉପାଧ୍ୟକ୍ଷ ନିର୍ବାଚନ

ଆଜି ରାଜ୍ୟରେ ବ୍ଲକ୍‌ ଚେୟାରମ୍ୟାନ୍‌ ଅଧ୍ୟକ୍ଷ ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ବ୍ଲକ୍‌ ଚେୟାରମ୍ୟାନ୍‌ଙ୍କୁ ବାଛିବେ।

Congress Leader Ganeswar Behera
‘ଆମେ ଘର ସଜାଡ଼ି ପାରିଲୁନି, ଅସଜଡ଼ା ଘରକୁ କେହି ଚାହାଁନ୍ତିନି’

ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ସ୍ୱୟଂ କଂଗ୍ରେସ ଦାୟୀ। ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ନେତା ଗଣେଶ୍ୱର ବେହେରା ଏହା କହିଛନ୍ତି। 

BJP MP Pratap Sarangi
ପଞ୍ଚାୟତ ନିର୍ବାଚନରେ କାହିଁକି ଫେଲ୍‌ ମାରିଲା ବିଜେପି ? କାରଣ କହିଲେ ପ୍ରତାପ ଷଡ଼ଙ୍ଗୀ

ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ବିଜେପି କାହିଁକି ଏଥର ପଞ୍ଚାୟତ ନିର୍ବାଚନରେ ଚିତପଟାଙ୍ଗ ମାରିଲା, ଓଟିଭି ଫୋରସାଇଟରେ ଅଂଶଗ୍ରହଣ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ସବୁ କଥା ଖୋଲିକରି କହିଛନ୍ତି ।

sarpanch
ସହଯୋଗ କଲେ ଜନତା : ପରିବା ବିକାଳିଙ୍କ ସ୍ତ୍ରୀ ହାତରେ ପଞ୍ଚାୟତ ବିକାଶର ଭାର

ଧାମନଗର ବ୍ଲକର କୋଠାର ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଜଣେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨୬ ଖଣ୍ଡ ଭୋଟରେ ନିଜର ଦୁଇଜଣ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସରପଞ୍ଚ ପଦ ଅଳଙ୍କୃତ କରିଛନ୍ତି ।

CM Naveen Pattnaik
ଆମେ ପଜିଟିଭ୍ ପଲିଟିକ୍ସ ଉପରେ ବିଶ୍ୱାସ କରୁ: ମୁଖ୍ୟମନ୍ତ୍ରୀ

ମୋ ସରକାରକୁ ବଦନାମ କରିବା ପାଇଁ ବିରୋଧୀ ମିଛ କାହାଣୀ କହିଛନ୍ତି।

Panchayat result
ବିଜେଡି ଜିତିବାର ୩ କାରଣ କହିଲେ ସାଲୁଜା

ସେଠାରେ କଂଗ୍ରେସ ସରକାର ଅଛି ହେଲେ ଆମକୁ କିଛି ମିଳିନି। 

Road blocked
ନିର୍ବାଚନ ହାରିବା ପରେ ସରପଞ୍ଚ ପ୍ରାର୍ଥୀଙ୍କ କାରନାମା: ବଡ଼ ବଡ଼ ଗାତ ଖୋଳିଲେ, ପଥର ପକାଇ ରାସ୍ତା ବନ୍ଦ କଲେ

ନିର୍ବାଚନରେ ହାରିବା ପରେ ରାସ୍ତା ବନ୍ଦ କଲେ ପ୍ରାର୍ଥୀ। ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଛନ୍ତି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ।

PCC President
ଟଙ୍କିକିଆ ଚାଉଳ ସ୍କିମରୁ ଫାଇଦା ପାଇଲା ବିଜେଡି: ନିରଞ୍ଜନ

ଦଳୀୟ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ଯେ କିଛି ସ୍ୱାର୍ଥବାଦୀ ନେତା ପାଇବା/ହେବା ଆଶାରେ ଦଳ ଛାଡୁଛନ୍ତି।

Pratap Keshari Deb
ଆଶା ଠାରୁ ଅଧିକ ସଫଳତା ପାଇଛୁ, ସେଥିପାଇଁ କୃତଜ୍ଞ : ପ୍ରତାପ ଦେବ

ବିରୋଧୀ ସେମାନଙ୍କ ଭୂମିକା ନିଭାଇଲେନି, ନିର୍ଦ୍ଦିଷ୍ଟ ଇସ୍ୟୁକୁ ଫୋକସ୍ କଲେ । ସଫଳତାର ମୂଳ ମନ୍ତ୍ର ଲୋକଙ୍କ ପାଖକୁ ଯିବା, ଆମେ ଏହା ଅନୁଭବ କରିଛୁ ବୋଲି ବୋଲି କହିଛନ୍ତି ପ୍ରତାପ ।

bijay mohapatra
ପଞ୍ଚାୟତ ନିର୍ବାଚନରେ କାହିଁକି ଖରାପ ପ୍ରଦର୍ଶନ କଲା ବିଜେପି ? ଅହଙ୍କାର ପାଇଁ କହିଲେ ବିଜୟ

ନିର୍ବାଚନର ଫଳାଫଳକୁ ନେଇ ସେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି । ୪୦ ବର୍ଷ ହେଲା ସେ ନିର୍ବାଚନକୁ ଅତି ପାଖରୁ ଦେଖିଛନ୍ତି । ୨୦୧୭ ବେଳେ ଯେଉଁ ପ୍ରକାର ପ୍ରସ୍ତୁତି ଥିଲା, ତାହା ଏବେ ହୋଇନଥିଲା

Vegetable Seller Wins Election
ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ ପରିବା ବ୍ୟବସାୟୀ

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍‌-କ ଜୋନ୍‌ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ଟିକେଟ୍‌ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜୟୀ ହୋଇଛନ୍ତି।

Attacks On Fomer Sarpanch
‘ନିର୍ବାଚନ ନଲଢ଼ି ବି ମୋତେ ଠେଙ୍ଗାରେ ପିଟିଲେ, କାର୍‌ ଜାଳିଦେଲେ’

ଗୋଟିଏପଟେ ଭୋଟ୍‌ ଗଣତି ଚାଲି ଥିବାବେଳେ ଅନ୍ୟପଟେ ହିଂସା ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ସରପଞ୍ଚଙ୍କ କାର୍‌କୁ  ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି। 

Odisha Panchayat Poll Results
ବୃହତ ବିଜୟ ଅଭିମୁଖେ ବିଜେଡି, ଧରାଶାୟୀ ବିଜେପି ଓ କଂଗ୍ରେସ

ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।

Congress Leader Narasingha Mishra
କଂଗ୍ରେସ ନେତା ନରସିଂହ ମିଶ୍ର କହିଲେ- ‘ମୁଁ ଯାହା ଚାହୁଁଥିଲି, ତାହାର ଓଲଟା ହେଲା’

ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ବିଜୟର ଏକ ପ୍ରକାର ସୁନାମି ଚାଲିଥିବା ଦେଖିବାକୁ ମିଳିଛି। ଗୋଟିଏପଟେ ବିରୋଧୀ ଦଳ ସଙ୍କୁଚିତ ହେଉଥିବା ବେଳେ ଅନ୍ୟପଟେ ଶାସକ ଦଳ ନିଜର ଗାଦି ମଜବୁତ୍‌ କରିବାରେ ଲାଗିଛି।

Odisha Panchayat Poll Results
ବୃହତ ବିଜୟ ମୁହାଁ ବିଜେଡି, ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି-କଂଗ୍ରେସର ଲଢେଇ

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନରେ ୩୦୬ ଜୋନ୍‌ରେ ଗଣତି ଚାଲିଛି। ପ୍ରଥମ ଦିନ ଗଣତିରେ ବିଜେଡି ଏକ ପ୍ରକାର ବାଜିମାତ୍‌ କରି ନେଇଥିବା ଜଣାପଡ଼ିଛି। ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି।

Odisha Panchayat Elections
ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ, ସୁର କହିଲେ- ‘ଭୋଟ୍‌ ପାଇଁ ନବୀନ ଲୋକଙ୍କୁ ଟଙ୍କା ଦେଇଛନ୍ତି’

ଏଥର ପଞ୍ଚାୟତ ନିର୍ବାଚନର ଟ୍ରେଣ୍ଡ୍‌କୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ୍‌ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି।

Odisha Panchayat Elections
୨୦୧୭ ଠୁ ଏଥର ଭଲ ପ୍ରଦର୍ଶନ କରିବ କି ବିଜେଡି ? 

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବିଜେଡି ବାଜି ମାରିଥିଲା।

Panchayat Poll Results
କିଏ ହେବ ଗାଁ ନେତା ? ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଜିଲ୍ଲା ପରିଷଦର ୮୫୧ ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ଜଣାପଡ଼ିଛି।

Odisha Panchayat Poll Results
ବିଜେଡି ସପକ୍ଷରେ ପ୍ରାରମ୍ଭିକ ଟ୍ରେଣ୍ଡ: ଜାଣନ୍ତୁ, କେଉଁ ପ୍ରାର୍ଥୀ କେଉଁଠି ଆଗରେ ଅଛନ୍ତି...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଜାଣନ୍ତୁ, କେଉଁ ପ୍ରାର୍ଥୀ କେଉଁଠି ଆଗରେ ଅଛନ୍ତି...