/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647576246.jpeg)
Car Accident In Nabarangpur
ଗଛରେ କାର୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ଦୁର୍ଘଟଣା ଘଟିଛି।୨ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସମସ୍ତେ ଗୋଟିଏ କାର୍ରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଦିଗିସଲପାରୁ ନବରଙ୍ଗପୁର ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପଟି ହୋଇ ଯାଇଥିଲା। ମୃତକ ଦ୍ୱୟ ହେଲେ- ରିତିକ୍ ବିଷୋୟୀ ଓ ରାଜା। ସେହିପରି ଆହତମାନେ ହେଲେ-ସୌମ୍ୟ ରଞ୍ଜନ ନାୟକ ଓ ଶ୍ରୀପତି କର୍ପୁରା।
ସୂଚନା ଅନୁସାରେ, ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳର ୪ ଜଣ ସାଙ୍ଗ ଗୋଟିଏ କାର୍ରେ ହୋଲିକା ଦହନ ପାଇଁ ନବରଙ୍ଗପୁର ଯାଉଥିଲେ। କୁର୍ଲୁ ଘାଟିରେ ବୁଲାଣିରେ କାର୍ଟି ଭାରସାମ୍ୟ ହରାଇ ଆମ୍ବ ଗଛରେ ପିଟି ହୋଇଯାଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ମୃତାହତଙ୍କୁ ଉଦ୍ଧାର କରି ନବରଙ୍ଗପୁର ମେଡିକାଲ୍ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ।
#ଗଛରେ_ପିଟି_ହେଲା_କାର୍
ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ଗଛରେ କାର୍ ପିଟି ହୋଇ ୨ ଜଣ ଜୀବନ ଚାଲିଯାଇଛି#Accident#Odishapic.twitter.com/eUSz6PZkH6— ଓଟିଭି (@otvkhabar) March 18, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)