Advertisment

ରାଜନୀତି ଆଗରେ ଫିକା ପଡିଛି ସଫ୍ଟୱେର ଏବଂ ଡାକ୍ତରୀ ଚାକିରି

ସଫ୍ଟୱେର ଚାକିରି ଛାଡ଼ି ଜଣେ ଇଂଜିନିୟର ରତିକାନ୍ତ ପଣ୍ଡା ଏବଂ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଝିଅ ଡାକ୍ତର ଲିପିକା ମାଝୀ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Odisha Panchayat Polls

Odisha Panchayat Polls

ପଂଚାୟତ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ରାଜନୀତି। ସରପଂଚଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ସମସ୍ତେ ନାମାଙ୍କନ ଦାଖଲ କରିବାରେ ବ୍ୟସ୍ତ ହୋଇପଡିଛନ୍ତି । କିଏ ଇଂଜିନିୟର ଚାକିରି ଛାଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ନାମାନଙ୍କନ ଦାଖଲ କରୁଛି ତ ଆଉ କିଏ ଇଂଜିନିୟର ଓ ଡାକ୍ତର ଚାକିରି ଛାଡ଼ି ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ଦାଖଲ କରୁଛି।

Advertisment

କେବଳ ଏତିକି ନୁହେଁ ବରଂ କାନାଡାରେ ସଫ୍ଟୱେର ଚାକିରି ଛାଡ଼ି ଜଣେ ଇଂଜିନିୟର ରତିକାନ୍ତ ପଣ୍ଡା (ସଫ୍ଟୱେର ଇଂଜିନିୟର, ଜିଲ୍ଲାପରିଷଦପ୍ରାର୍ଥୀ ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ ଜିଲ୍ଲାପରିଷଦ ଜୋନ ୨ରେ ବିଜେଡ଼ିର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେ କହିଛନ୍ତି ଯେ ‘ମୁଁ ବହୁଦିନ ହେଲା ମୋ ନିଜ ଜନ୍ମମାଟି ଛାଡି ବାହାରେ ରହୁଥିଲି, କିନ୍ତୁ ଏବେ ମୁଁ ମୋ ଅଞ୍ଚଳ ପାଇଁ କିଛି କରିବାକୁ ଚାହୁଁଛି, ମୋ ଅଞ୍ଚଳବାସୀ ଅନେକ ସୁବିଧାରୁ ବଞ୍ଚିତ ରହିଛନ୍ତି। ତେବେ ସେ ସବୁ ସୁବିଧା ମୁଁ ତାଙ୍କୁ ଦେବାକୁ ଚାହୁଁଛି ’।

ତେବେ ଇଂଜିନିୟରିଂ ଚାକିରି ଛାଡ଼ି ରତିକାନ୍ତ ରାଜନୀତିରେ ସାମିଲ ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି। ରତିକାନ୍ତ କମ୍ପ୍ୟୁଟର ସଫ୍ଟୱେର ଇଂଜିନିୟର ଥିଲେ। କିନ୍ତୁ ନିଜ ଜିଲ୍ଲାର ସେହିଭଳି ବିକାଶ ହେଉନଥିବା ତାଙ୍କୁ ଭାରି କଷ୍ଟ ଦିଏ ବୋଲି କହିଛନ୍ତି । ତେଣୁ ନିଜ ଜିଲ୍ଲାରେ କେମିତି ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରିବେ ସେଥିପାଇଁ ସେ ସର୍ବାଦା ଚିନ୍ତିତ ଥିଲେ। ତେବେ ବର୍ତ୍ତମାନ ନିଜ ଅଂଚଳରେ ଉନ୍ନତ ଜ୍ଞାନକୌଶଳକୁ କେମିତି ପ୍ରୟୋଗ କରିବେ ଓ ନିଜେ ଦେଖିଥିବା ସ୍ୱପ୍ନର କେମିତି ସାକାର ହେବ ସେନେଇ କିଛି କରିବାର ଜୋସ୍‌ ରତିକାନ୍ତଙ୍କୁ ରାଜନୀତିକୁ ଟାଣିଆଣିଛି। ସେ ଏବେ ବିଜେଡ଼ି ଦଳରୁ ପ୍ରାର୍ଥୀ ହୋଇଛନ୍ତି।

Advertisment

ସେପଟେ, ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀ ମଧ୍ୟ ଏଥର ପାପଡା ହାଣ୍ଡି ବ୍ଲକ୍‌ ଜୋନ୍‌-୨ରେ କଂଗ୍ରେସ ଦଳ ପକ୍ଷରୁ ନାମାଙ୍କନ ଦାଖଲ କରିଛନ୍ତି। ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଡେଂଟାଲ ସର୍ଜନ ହୋଇଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଡେଂଟାଲ ଡାକ୍ତର ଭାବରେ କାମ କରୁଥିଲେ। ତେବେ ବାପାଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇ ରାଜନନୀତିକୁ ଓହ୍ଲାଇଥିବା କଥା ସେ କହିଛନ୍ତି।

ରିପୋର୍ଟର: ନବଘନ ବିଷୋୟୀ

Nabarangpur Odisha Panchayat Polls
Advertisment
Advertisment