• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧରାପଡ଼ିଲା ଚୋରା ହୀରା କାରବାର ରାକେଟ୍‌ । ବାପ-ପୁଅ ଗିରଫ । ଛତିଶଗଡ଼ ପୋଲିସ ଦ୍ୱାରା ନବରଙ୍ଗପୁର ଅଞ୍ଚଳର ବାପ-ପୁଅ ଗିରଫ । ସ୍କୁଟିରେ ଚାଲାଣ ବେଳେ ଗିରଫ କଲା ଛତିଶଗଡ଼ ଶୋଭା ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ସ୍କୁଟି ସହ ୭୪୫ କ୍ୟାରେଟ ହୀରା ଜବତ କରାଯାଇଛି । ଜବତ ହୀରାର ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ କହିଲେ ଛତିଶଗଡ଼ ରାଜ୍ୟ ଗରିଆବନ୍ଦ ଏସ୍‌ପି ।

ତେବେ ସେମାନଙ୍କ ପାଖରେ ଏତେ ପରିମାଣର ହୀରା ଆସିଲା କେଉଁଠୁ ? ସେନେଇ ତଦନ୍ତ ଚାଲିଛି । ଏହାସହ ଏହି ରାକେଟ୍‌ରେ ଆଉ କେହି ସାମିଲ ଅଛନ୍ତି ନା ନାହିଁ ? ଏହି ରାକେଟ୍‌ର ଚେର କେଉଁ ଯାଏଁ ଲମ୍ବିଛି ? ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ? ସେମାନେ ଏହି ବାପା - ପୁଅ କେଉଁମାନଙ୍କୁ ହୀରା ଚାଲଣ କରୁଥିଲେ ? ସେନେଇ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଘଟଣାରେ ଗିରଫ୍ ଦୁଇ ଅଭିଯୁକ୍ତ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରସୁଣ୍ଡି ଟୋଲା ଗ୍ରାମର ଖୋକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ।

ପ୍ରାପ୍ତ ସୂଚନା ମୁତାବକ୍ ରାଇଘର ଥାନା ଅନ୍ତର୍ଗତ ଭାରସୁଣ୍ଡି ଟୋଲା ଗ୍ରାମର ଖୋକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ଦୁହେଁ ଗତକାଲି ଏକ ସ୍କୁଟିରେ ହୀରା ନେଇ ଚୋରା କାରବାର କରିବାକୁ ରାୟପୁର ଅଭିମୁଖେ ଯାଉଥିଲେ । ସେପଟେ ପୂର୍ବରୁ ଛତିଶଗଡ ଶୋଭା ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ପୋଲିସକୁ ଦେଖି ଉଭୟ ବାପ ପୁଅ ସ୍କୁଟି ସହ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପରେ ପୋଲିସ ହାତରେ ଧରା ପଡ଼ିଥିଲେ । ଗାଡ଼ି ଯାଞ୍ଚ ସମୟରେ ଗାଡ଼ି ଡିକି ମଧ୍ୟରୁ ୭୪୫ କ୍ୟରେଟ୍ ହୀରା ଜବତ ହୋଇଥିଲା ।

ସେପଟେ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।  ରାଇଘର ଅଞ୍ଚଲରୁ ବାରମ୍ବାର ଏହି ରାସ୍ତା ଦେଇ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଛତିଶଗଡ ପୋଲିସ ଓଡିଶା ପଟୁ ଆସୁଥିବା ସମସ୍ତ ଯାତାୟତ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ଏସପି କହିଛନ୍ତି ।