ପ୍ରଥମେ ମେୟର ତାପରେ କର୍ପୋରଟର୍ମାନେ ଶପଥ ନେବେ। ଏହା ପରେ ପରେ ଡେପୁଟି ମେୟର ନିର୍ବାଚନ ହେବ।
ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୬ଟି ବୁଥରେ ହେବ ପୁନଃ ମତଦାନ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ ।
ରାଜନୈତିକ ସମୀକ୍ଷକଙ୍କ ମତରେ ସହରାଞ୍ଚଳ ଭୋଟ୍ ବେଳେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ରହିଥାଏ । ତେଣୁ ଫଳାଫଳ ଏଭଳି ହୋଇଛି । ଆଗକୁ ସେଥିରେ ସୁଧାର ନଆସିଲେଲେ ଓ ଲୋକଙ୍କ ସମସ୍ୟା ସମାଧାନ ନକଲେ ତାର ପ୍ରଭାବ ପଡିବ ।
ମେୟର ପଦ ଭଳି ସବୁ ଡେପୁଟି ମେୟର ପଦ ମଧ୍ୟ ବିଜେଡି ଖାତାକୁ ଯିବା ନିଶ୍ଚିତ।
ଭୁବନେଶ୍ୱରର ବିକାଶକୁ ତ୍ୱରାନ୍ୱିତ କରିବା ସହ ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବୁ।
ପୌର ନିର୍ବାଚନର ଆଜି ଆସିବ ଫଳାଫଳ। ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।
ସରିଛି ପୌର ଭୋଟ, ଆସନ୍ତାକାଲି ଗଣତି । ଷ୍ଟ୍ରଙ୍ଗ ରୁମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍ରେ ଆଜି ପୁଣିଥରେ ଭୋଟ୍ ହେବ । ଏହି ବୁଥ୍ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଇଭିଏମ୍ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା
ବୁଥ୍ ରିଗିଂ ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ଯେଭଳି ହିଂସା ଘଟଣା ସାମ୍ନାକୁ ଆସିଥିଲା, ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି ତ ଆଉ କେଉଁଠି ଇଭିଏମ୍ ଅଚଳକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଟଙ୍କା ବାଣ୍ଟିବା ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ମାଡ଼ ମରାଯାଇଥିବା ସୂଚନା ମିଳିଛି।
କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି ।
ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ୫୩ ନମ୍ବର ୱାର୍ଡରେ ଆଜି ମୁଖ୍ୟମନ୍ତ୍ରୀ ଭୋଟ୍ ଦେଇଛନ୍ତି।
ଆଜି ମତଦାନ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ଅର୍ଥାତ୍ ସକାଳୁ ସକାଳୁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗର ଖବର ସାମ୍ନାକୁ ଆସିଛି।
ପୌର ଭୋଟ୍ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ନୋଟ୍ ଫର୍ ଭୋଟ୍’ର ସାଙ୍ଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁରରୁ ମଧ୍ୟ ଏଭଳି କିଛି ଅଭିଯୋଗ ଆସିଛି। ଏହି କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।
ଭୋଟ୍ ଦେଉଛି ସହର। ଆଜି ଓଡ଼ିଶାର ୩ଟି ମହାନଗର ନିଗମ (କଟକ, ଭୁବନେଶ୍ୱର
ପୌର ନିର୍ବାଚନ ଲାଗି ଆଜି ମତଦାନ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ।
କୌଣସି ବ୍ୟକ୍ତି ଡବଲ ଭୋଟ୍ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଭୋଟ୍ ଦେଇଥିବା ପ୍ରମାଣ ମିଳିଲା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
ଆସନ୍ତାକାଲି ପୌର ନିର୍ବାଚନ ଲାଗି ମତଦାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ୨ ଦିନ ଛୁଟି ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।
ମହାନଗର ହେଉ କି ପୌର ପରିଷଦ, ଅଧିକାଂଶ ସ୍ଥାନରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ଲଢୁଥିବାରୁ ଦଳର ଟେନସନ୍ ବଢିଛି।