Advertisment

ନଦୀ ସେପଟେ ରୋଗୀ, ଏପଟୁ ପଲିଥିନରେ ଔଷଧ ଫିଙ୍ଗିଲେ ଡାକ୍ତରୀ ଟିମ୍‌...

ଭରା ନଦୀର ଗୋଟିଏ ପଟରୁ ଆର ପାରିକୁ ଲୋକଙ୍କ ପାଖରେ ପହଞ୍ଚି ନପାରିବାରୁ ମେଡିକାଲ୍ ଟିମ୍‌ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଇବା ସହ ପଲିଥିନରେ ମେଡିସିନ୍‌ ଭର୍ତ୍ତି କରି ଏହାକୁ ନଦୀର ଆରପଟକୁ ଫିଙ୍ଗି ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି।

author-image
Rajalaxmi Sahoo
Medical team supplies medicines to diarrhoea-hit villagers using polythene

Medical team supplies medicines to diarrhoea-hit villagers using polythene

‘କାହାର କିଛି ଅସୁବିଧା ଅଛି କି ? ଆମେ ମେଡିକାଲ୍‌ ଟିମ୍‌ ଏପଟେ ଅଛୁ। ଆପଣମାନେ ଫୋନ୍‌ ଯୋଗେ ଆମକୁ କଣ୍ଟାକ୍ଟ କରିପାରିବେ। କିଛି ବି ଅସୁବିଧା ଯଦି ଅଛି ତା’ହେଲେ ଆମକୁ ଜଣାନ୍ତୁ। ଆମେ ଏଇଠି ଜଗିଛୁ। ପାଣି ବଢ଼ୁ ଥିବାରୁ ଆମେ ଆସିପାରୁନୁ।’ ଭରା ନଦୀର ଗୋଟିଏ ପଟରୁ ଆର ପାରିକୁ ଲୋକଙ୍କ ପାଖରେ ପହଞ୍ଚି ନପାରିବାରୁ ମେଡିକାଲ୍ ଟିମ୍‌ ଡାକବାଜି ଯନ୍ତ୍ରରେ ଏଭଳି କିଛି କହି ଲୋକଙ୍କୁ ସଚେତନ କରାଇଛନ୍ତି। ଏହାସହ ପଲିଥିନରେ ମେଡିସିନ୍‌ ଭର୍ତ୍ତି କରି ଏହାକୁ ନଦୀର ଆରପଟକୁ ଫିଙ୍ଗି ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ବର୍ଷା ପାଇଁ ନଦୀରେ ଜଳସ୍ରୋତ ବଢ଼ିବା ଯୋଗୁ ନଦୀର ଗୋଟିଏ ପଟରୁ ଆର ପଟକୁ ଯିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଫଳରେ ଝାଡ଼ାବାନ୍ତି ଆକ୍ରାନ୍ତ ତୁଳସୀପଦର ଗାଁକୁ ମେଡିକାଲ୍‌ ଟିମ୍‌ ପହଞ୍ଚି ପାରିନାହାନ୍ତି। ଏଭଳି ସ୍ଥିତିରେ ଡାକବାଜି ଯନ୍ତ୍ରରେ ନଦୀର ଆର ପଟରେ ଥିବା ଲୋକଙ୍କୁ ସଚେତନ କରାଇବା ସହ ପଲିଥିନରେ ମେଡିସିନ ଭର୍ତ୍ତି କରି ନଦୀର ଗୋଟିଏ ପଟରୁ ଆର ପଟକୁ ଫୋପାଡ଼ି ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। 

Advertisment

ତୁଳସୀପଦର ଗାଁରେ ଗତ ସପ୍ତାହ ଧରି ଝାଡ଼ାବାନ୍ତି ଲାଗି ରହିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଛନ୍ତି। ଗାଁର ପ୍ରାୟ ୭ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ୨ ତାରିଖରୁ ଲଗାତର ଭାବେ ୩ଟି ସ୍ୱାସ୍ଥ୍ୟ ଟିମ୍ ତୁଳସୀପଦର ଗାଁରେ ପହଞ୍ଚି ଗାଁରେ ସଚେତନତା କରିବା ସହ ଔଷଧ ପ୍ରଦାନ କରି ଚିକିତ୍ସା ଜାରି ରଖିଛନ୍ତି। ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥ ଠାରୁ ପ୍ରାୟ ଦେଢ଼  କି.ମି. କଚ୍ଚା ରାସ୍ତା ଓ ନଦୀ ପାର୍‌ ହୋଇ ଯିବାକୁ ପଡ଼ିଥାଏ।

ଗତକାଲି ଠାରୁ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ତୁଳସୀପଦର ନଦୀରେ ପ୍ରାୟ ୪ ଫୁଟ ଉଚ୍ଚରେ ପାଣି ଆସିବା ସହ ନଦୀରେ ପାଣିର ସ୍ରୋତ ପ୍ରଖର ରହିଛି l ସେଠାରେ ଡାକ୍ତରୀ ଟିମ୍‌ ଯିବାକୁ ଚେଷ୍ଟା କରିଥିଲେ। ହେଲେ ତୁଳସୀପଦର ଠାରୁ ପ୍ରାୟ ୧ କି.ମି. ଦୂରରେ ଥିବା ନଦୀର ବନ୍ୟା ପାଣିରେ ଡାକ୍ତରୀ ଟିମ୍‌ ଯାଇନପାରି ଡାକବାଜି ଯନ୍ତ୍ର ଦ୍ୱାରା ଗାଁ ଲୋକଙ୍କୁ ଡାକି ସଚେତନ କରିବା ସହ ଯଦି କାହାର କୌଣସି ପରାମର୍ଶ ନେବାର ଅଛି ତେବେ ଅଙ୍ଗନୱାଡି ଦିଦିଙ୍କ ଫୋନ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି କହିଥିଲେ। ଏହାସହ ଔଷଧକୁ ପଲିଥିନ ମଧ୍ୟରେ ବାନ୍ଧି ନଦୀର ଆରପଟକୁ ଫୋପାଡ଼ି ଲୋକଙ୍କ ପାଖରେ ପହଞ୍ଚାଇ ଥିଲେ। ଏହାପରେ ନଦୀର ଆରପାରିରେ ଗାଁଲୋକଙ୍କ ସହ ଅଙ୍ଗନବାଡ଼ି ଦିଦିଙ୍କ ସହ ଆସି ଉକ୍ତ ଔଷଧ ସଂଗ୍ରହ କରି ଗାଁକୁ ନେଇଥିଲେ।

Diarrhoea Outbreak
Advertisment
Advertisment