/odishatv-khabar/media/post_attachments/uploadimage/library/16_9/16_9_0/Bear_1649863950.jpg)
Bear
ଗାଁରେ ଭାଲୁ ଆତଙ୍କ ନା ଲୋକଙ୍କ ଆତଙ୍କରେ ଭାଲୁ ? ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସୀ ପଞ୍ଚାୟତର ଜୁନାପାଣି ଗ୍ରାମରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।
ଗୋଟିଏ ଭାଲୁ ଗାଁ ଲୋକଙ୍କ ଭୟରେ ଗଛରେ ଚଢ଼ି ଲୁଚି ରହିଥିବା ବେଳେ ଗାଁ ଲୋକ ମଧ୍ୟ ଭାଲୁକୁ ଦେଖି ଆତଙ୍କରେ ଅଛନ୍ତି । ପୁରା ଗାଁରେ ରହିଛି ଭୟର ବାତାବାରଣ ଭିତରେ । କାଳେ ଭାଲୁ ଗଛରୁ ଓହ୍ଲାଇ କ’ଣ କ୍ଷତି କରିଦେବ କି ? ଏଭଳି ସଂସୟ ଲାଗି ରହିଛି ଲୋକଙ୍କ ମନରେ । ଭାଲୁ ସେହି ଅଞ୍ଚଳ ଛାଡ଼ି ନଯିବା ପର୍ଯ୍ୟନ୍ତ ଗାଁ ଲୋକଙ୍କ ଆଖିକୁ ନିଦ ଆସିବନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।
ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଭାଲୁଟି ପ୍ରଥମେ ରାତିରେ ଖାଦ୍ୟ ଅନୁସନ୍ଧାନରେ ଗାଁ ନିକଟକୁ ଚାଲି ଆସିଥିଲା । ହେଲେ ସକାଳ ହେବାରୁ ଲୋକଙ୍କୁ ଦେଖି ଭୟରେ ଗଛରେ ଚଢ଼ିଯାଇଥିଲା । କାରଣ ସକାଳୁ ସକାଳୁ ଲୋକମାନେ ମହୁଲ ସଂଗ୍ରହ କରିବାକୁ ବାହାରିଥାନ୍ତି । ଯାହାଙ୍କୁ ଦେଖି ସେ ଭୟରେ ଶାଳ ଗଛ ଉପରେ ଚଢ଼ି ଯାଇଥିଲା l ଏହା ପରଠୁ ସେ ଗଛ ଉପରେ ହିଁ ରହିଛି । କାରଣ ଗାଁ ଲୋକେ ତଳେ ରୁଣ୍ଡ ହୋଇଛନ୍ତି ।
ଲୋକଙ୍କୁ ଦେଖି ଭାଲୁ ଗଛରୁ ତଳକୁ ଓହ୍ଲାଇପାରୁ ନାହିଁ । ଗ୍ରାମବାସୀ ଉମରକୋଟ ବନ ବିଭାଗକୁ ଏନେଇ ଖବର ଦେବା ପରେ ବନ ବିଭାଗ କର୍ମଚାରୀ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆଉ ଭାଲୁକୁ ଜଗିରହିଛନ୍ତି l କିଛି ଲୋକ ଏହା ମଧ୍ୟ କହୁଛନ୍ତି ଗଛଟି ବହୁତ ଉଚ୍ଚ ଥିବାରୁ ଭାଲୁ ତଳକୁ ଆସି ପାରୁନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)